ଉପକୂଳରେ କମିଲା, ଏବେବି ଜଳୁଛି ପଶ୍ଚିମ ଓଡ଼ିଶା: ୪୨ ଡିଗ୍ରୀ ଉପରେ ଝାରସୁଗୁଡା ଓ ସମ୍ୱଲପୁର

ଖୋର୍ଦ୍ଧା ୩୧/୦୫: ଉପକୂଳରେ କମିଲା, ତଥାପି ଜଳୁଛି ପଶ୍ଚିମ ଓଡ଼ିଶା । ସାଢେ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ଉପରେ ୨ ସହରର ତାପମାତ୍ରା । ଝାରସୁଗୁଡାରେ ୪୨.୨ ଏବଂ ସମ୍ବଲପୁରରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ହୀରାକୁଦରେ ୪୦.୪, ରାଉରକେଲାରେ ୩୫ ଡିଗ୍ରୀ, ଗୋପାଳପୁରରେ ୩୪ ଡିଗ୍ରୀ, ପୁରୀରେ ୩୩.୯ ଡିଗ୍ରୀ, ଭୁବନେଶ୍ବରରେ ୩୩.୫ ଡିଗ୍ରୀ, କେନ୍ଦୁଝରରେ ୩୩.୪, ପାରାଦୀପରେ ୩୩.୧, ଚାନ୍ଦବାଲିରେ ୩୨.୮, ବାଲେଶ୍ବରରେ ୩୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସୁନ୍ଦରଗଡ ସମେତ ପଶ୍ଚିମ ଓଡିଶାରେ ଗତକାଲି ୪୦ ରୁ ଅଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି । ହେଲେ ଉତ୍ତର ଓ ପୂର୍ବ ଓଡିଶାରେ ପାଗରେ ପରିବର୍ତ୍ତନ ହୋଇଛି । କୋହଲିଆ ପାଗ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଲାଗି ରହିଛି ଝିପି ଝିପି ବର୍ଷା । ଫଳରେ ଲୋକମାନେ ଟିକେ ଆଶ୍ୱସ୍ତ ହୋଇଛନ୍ତି । ଗୁରୁବାର ଠାରୁ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଜୁନ ୧୫ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶାରେ ପହଂଚିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉପକୂଳରେ କମିଲା, ଏବେବି ଜଳୁଛି ପଶ୍ଚିମ ଓଡ଼ିଶା: ୪୨ ଡିଗ୍ରୀ ଉପରେ ଝାରସୁଗୁଡା ଓ ସମ୍ୱଲପୁର

ଖୋର୍ଦ୍ଧା ୩୧/୦୫: ଉପକୂଳରେ କମିଲା, ତଥାପି ଜଳୁଛି ପଶ୍ଚିମ ଓଡ଼ିଶା । ସାଢେ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ଉପରେ ୨ ସହରର ତାପମାତ୍ରା । ଝାରସୁଗୁଡାରେ ୪୨.୨ ଏବଂ ସମ୍ବଲପୁରରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । 

ସେହିଭଳି ହୀରାକୁଦରେ ୪୦.୪, ରାଉରକେଲାରେ ୩୫ ଡିଗ୍ରୀ, ଗୋପାଳପୁରରେ ୩୪ ଡିଗ୍ରୀ, ପୁରୀରେ ୩୩.୯ ଡିଗ୍ରୀ, ଭୁବନେଶ୍ବରରେ ୩୩.୫ ଡିଗ୍ରୀ, କେନ୍ଦୁଝରରେ ୩୩.୪, ପାରାଦୀପରେ ୩୩.୧, ଚାନ୍ଦବାଲିରେ ୩୨.୮, ବାଲେଶ୍ବରରେ ୩୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । 

ସୁନ୍ଦରଗଡ ସମେତ ପଶ୍ଚିମ ଓଡିଶାରେ ଗତକାଲି ୪୦ ରୁ ଅଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି । ହେଲେ ଉତ୍ତର ଓ ପୂର୍ବ ଓଡିଶାରେ ପାଗରେ ପରିବର୍ତ୍ତନ ହୋଇଛି । କୋହଲିଆ ପାଗ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଲାଗି ରହିଛି ଝିପି ଝିପି ବର୍ଷା । ଫଳରେ ଲୋକମାନେ ଟିକେ ଆଶ୍ୱସ୍ତ ହୋଇଛନ୍ତି । 

ଗୁରୁବାର ଠାରୁ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଜୁନ ୧୫ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶାରେ ପହଂଚିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।