ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ୍:୧୪ ବିଧାୟକଙ୍କ ମିଳିଲା ବଡ଼ ଦାୟିତ୍ୱ
ଜୟପୁର,୨୩।୬: ରାଜସ୍ଥାନର ପାଞ୍ଚଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ୧୪ ମୀନା ବିଧାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଭାଜପାରେ ମୀନା ଭୋଟରଙ୍କୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଥିବା ଜଣାପଡିଛି। ଲୋକ ସଭା ନିର୍ବାଚନରେ ମୀନା ଭୋଟରମାନେ କଂଗ୍ରେସ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କୁ ରାଜସ୍ଥାନ ଆଦିବାସୀ ପରାମର୍ଶଦାତା ପରିଷଦରେ ମନୋନୀତ କରିଥିବାରୁ ବିଧାୟକ ଲଲିତ ମୀନା ମୁଖ୍ୟମନ୍ତ୍ରୀ ତଥା ଦଳକୁ କୃତଜ୍ଞତା ଜଣାଇଛନ୍ତି। ସେ […] The post ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ୍:୧୪ ବିଧାୟକଙ୍କ ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.
ଜୟପୁର,୨୩।୬: ରାଜସ୍ଥାନର ପାଞ୍ଚଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ୧୪ ମୀନା ବିଧାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଭାଜପାରେ ମୀନା ଭୋଟରଙ୍କୁ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଥିବା ଜଣାପଡିଛି। ଲୋକ ସଭା ନିର୍ବାଚନରେ ମୀନା ଭୋଟରମାନେ କଂଗ୍ରେସ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କୁ ରାଜସ୍ଥାନ ଆଦିବାସୀ ପରାମର୍ଶଦାତା ପରିଷଦରେ ମନୋନୀତ କରିଥିବାରୁ ବିଧାୟକ ଲଲିତ ମୀନା ମୁଖ୍ୟମନ୍ତ୍ରୀ ତଥା ଦଳକୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ମୀନା ସମାଜର ପ୍ରସଙ୍ଗକୁ ଦୃଢ ଭାବରେ ଆଗକୁ ନେଇପାରିବେ।
ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମା କହିଛନ୍ତି, ରାଜ୍ୟ ଅନୁସୂଚିତ ଜନଜାତିର ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ତେଣୁ ରାଜସ୍ଥାନ ଆଦିବାସୀ ପରାମର୍ଶଦାତା ପରିଷଦରେ ୧୪ ଅନୁସୂଚିତ ଜନଜାତି ବିଧାୟକଙ୍କୁ ମନୋନୀତ କରାଯାଇଛି। ଅନୁସୂଚିତ ଜନଜାତିର ସର୍ବଦଳୀୟ ବିକାଶ ପାଇଁ ଆଦିବାସୀ ପରାମର୍ଶଦାତା ପରିଷଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପରିଷଦ ଆଦିବାସୀ ଆଞ୍ଚଳିକ ବିକାଶ ବିଭାଗର ଯୋଜନାଗୁଡ଼ିକୁ ସମୀକ୍ଷା କରିବା ଏବଂ ନୂତନ ଯୋଜନା ପାଇଁ ପରାମର୍ଶ ଦେବାରେ ସକ୍ଷମ ହେବ।
The post ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକ୍:୧୪ ବିଧାୟକଙ୍କ ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.