ମଣିଷକୁ ଜିଅନ୍ତା ଚୋବାଇଦେଲା Piranhas ମାଛ, ଉଦ୍ଧାର ହେଲା କେବଳ କଙ୍କାଳ

ରୋଣ୍ଡାନିଆ,୧୩।୧: ଦୁନିଆରେ ମଣିଷକୁ ସର୍ବାହାରୀ ପ୍ରାଣୀ ବୋଲି କୁହାଯାଇଥାଏ। କେବଳ ନିରାମିଷ ନୁହେଁ ମଣିଷ ଆମିଷ ମଧ୍ୟ ଭକ୍ଷଣ କରିଥାଏ। ଆମିଷ ମଧ୍ୟରେ ମାଛ-ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଚିଙ୍ଗୁଡି ଓ କଙ୍କଡା ଆଦିକୁ ସମାଜ ଆହାର ଭାବେ ଗ୍ରହଣ କରେ। ହେଲେ କେବେ ଖାଦ୍ୟ ଖାଦକକୁ ଖାଉଥିବାର ଶୁଣିଛନ୍ତି କି? ଅର୍ଥାତ୍‌ ମାଛ ମଣିଷ ଖାଇଦେବା। ଅଶ୍ଚର୍ଯ୍ୟ ଲାଗୁଥିଲେ ବି ନିକଟରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଘଟଣା ଅନୁଯାୟୀ, ବ୍ରାଜିଲର କୋଷ୍ଟା […] The post ମଣିଷକୁ ଜିଅନ୍ତା ଚୋବାଇଦେଲା Piranhas ମାଛ, ଉଦ୍ଧାର ହେଲା କେବଳ କଙ୍କାଳ appeared first on Dharitri Odia News.

ମଣିଷକୁ ଜିଅନ୍ତା ଚୋବାଇଦେଲା Piranhas ମାଛ, ଉଦ୍ଧାର ହେଲା କେବଳ କଙ୍କାଳ

ରୋଣ୍ଡାନିଆ,୧୩।୧: ଦୁନିଆରେ ମଣିଷକୁ ସର୍ବାହାରୀ ପ୍ରାଣୀ ବୋଲି କୁହାଯାଇଥାଏ। କେବଳ ନିରାମିଷ ନୁହେଁ ମଣିଷ ଆମିଷ ମଧ୍ୟ ଭକ୍ଷଣ କରିଥାଏ। ଆମିଷ ମଧ୍ୟରେ ମାଛ-ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଚିଙ୍ଗୁଡି ଓ କଙ୍କଡା ଆଦିକୁ ସମାଜ ଆହାର ଭାବେ ଗ୍ରହଣ କରେ। ହେଲେ କେବେ ଖାଦ୍ୟ ଖାଦକକୁ ଖାଉଥିବାର ଶୁଣିଛନ୍ତି କି? ଅର୍ଥାତ୍‌ ମାଛ ମଣିଷ ଖାଇଦେବା। ଅଶ୍ଚର୍ଯ୍ୟ ଲାଗୁଥିଲେ ବି ନିକଟରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି।

ଘଟଣା ଅନୁଯାୟୀ, ବ୍ରାଜିଲର କୋଷ୍ଟା ମାର୍କସ ରୋଣ୍ଡୋନିଆ ରାଜ୍ୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୪୬ବର୍ଷିୟ ବ୍ୟକ୍ତିଙ୍କୁ ପିରାନାହ ମାଛ ଅତି ହ୍ରିଂସ ଭାବରେ ଖାଇଦେଇଛି।

କିଛି ଦିନ ପୂର୍ବରୁ, ୪୬ ବର୍ଷିୟ ଓଡାୟର ରାଶ ନାମକ ନାଉରିଆ ଡଙ୍ଗାରେ କିଛି ଗୋରୁ ନେଇ ଯାଉଥିଲେ। କିଛି ବାଟ ଯିବା ପରେ ସେ ନଈ ମଝିରେ ଅଦୃଶ୍ୟ ହୋଇଯାଇଥିଲେ। ନୂଆ ବର୍ଷ ଦିନ ସ୍ଥାନୀୟ ଲୋକ ନଦୀରେ ରାଶଙ୍କ ପୋଷାକ ଏବଂ କଙ୍କାଳ ପାଇଥିଲେ। ଯାହାକୁ ଦେଖି ଲୋକଙ୍କ ରୁମ ଟାଙ୍କୁରି ଉଠିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଲୋକେ ପ୍ରଥମେ ରାଶଙ୍କ ଓ ଗୋରୁଙ୍କର ଅବଶେଷ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ନାଉରିଆ ରାଶଙ୍କର ନଈରୁ ମିଳିଥିବା କଙ୍କାଳଟି ପୋଷାକ ପିନ୍ଧିଥିଲା। ଅର୍ଥାତ୍‌ ତାଙ୍କର ମାଂସ ସହ ଆଭ୍ୟନ୍ତରୀଣ ଅଙ୍ଗକୁ Piranhas ମାଛ ଖାଇ ଦେଇଥିଲା। ମିଳିଥିବା ଅବଶେଷରେ ରାଶଙ୍କ ହାତରେ କିଛି ଚମଡା ଲାଗିବା ସହ କଙ୍କାଳରେ ଅଧା ଚୁଟି ଲାଗିଥିଲା। Piranhas ମାଛର ଏପରି ହିଂସ୍ର ଆକ୍ରମଣର ଲୋମହର୍ଷଣକାରୀ ଦୃଶ୍ୟ ଦେଖି ସ୍ଥାନୀୟ ଲୋକ ମଧ୍ୟ ଥରି ଉଠିଥିଲେ।
ମୃତଦେହକୁ ଯେତେବେଳେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ବୈଜ୍ଞାନିକମାନେ Piranhas ମାଛ ଏପରି କରିଥିବା ଜାଣିବାକୁ ପାଇଥିଲେ।

The post ମଣିଷକୁ ଜିଅନ୍ତା ଚୋବାଇଦେଲା Piranhas ମାଛ, ଉଦ୍ଧାର ହେଲା କେବଳ କଙ୍କାଳ appeared first on Dharitri Odia News.