ଟ୍ରେନରେ ଚାଲିଗଲେ ସ୍ୱାମୀ, ସ୍ତ୍ରୀ ଭାବିଲେ ଶୋଇଛନ୍ତି ନିଦରେ….ସାବରମତି ଏକ୍ସପ୍ରେସରେ ୧୩ ଘଣ୍ଟା କଲେ ଯାତ୍ରା

ଅହମ୍ମଦାବାଦ ୦୪/୦୧: ଅହମଦାବାଦରୁ ଅଯୋଧ୍ୟା ଅଭିମୁଖେ ଯାଉଥିଲା ସାବରମତି ଏକ୍ସପ୍ରେସ । ଆଉ ଏହି ଟ୍ରେନର ସ୍ଲିପର କୋଚ୍‌ରେ ଜଣେ ମହିଳା ଯାତ୍ରୀ ମୃତଦେହ ସହ କଲେ ୧୩ ଘଣ୍ଟା ଯାତ୍ରା । ଶେଷରେ ୧୩ ଘଣ୍ଟା ପରେ ଝାନସୀ ରେଳ ଷ୍ଟେସନରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା । GRP ପୋଲିସ ମୃତଦେହ ଉଦ୍ଧାର କରିଛି । ସୂଚନା ଥାଉକି, ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାମକୁମାର ଯାଦବ । ରାମକୁମାର ତାଙ୍କ ପତ୍ନୀ, ଦୁଇ ପିଲା ଏବଂ ସାଙ୍ଗ ସୁରେଶ ଯାଦବଙ୍କ ସହ ସାବରମତି ଏକ୍ସପ୍ରେସର ସୁରତରୁ ଅଯୋଧ୍ୟା ଯାତ୍ରା କରୁଥିଲେ । ରାମକୁମାର ଅଯୋଧ୍ୟା ଇନାୟତ ନାଗରରେ ଅବସ୍ଥିତ ମଜଲାଇ ଗାଁର ବାସିନ୍ଦା ଥିଲେ । ସେ ସୁରତରୁ ଅଯୋଧ୍ୟା ଯିବା ଟ୍ରେନରେ ଯାଉଥିଲେ । https://www.prameyanews7.com/arvind-kejriwal-target-bjp-probe-agency-ed-to-summon-arvind-kejriwal-again/ ସୁରେଶଙ୍କ କହିବା ଅନୁଯାୟୀ ରାମକୁମାର ଯାତ୍ରା ସମୟରେ ରାତିରେ ଶୋଇପଡିଥିଲେ । ମଙ୍ଗଳବାର ସକାଳ ପ୍ରାୟ ୮ ଟା ବେଳେ ସେ ରାମକୁମାରଙ୍କୁ ଉଠାଇବାକୁ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଉଠିନଥିଲେ। ସେ ବାଧ୍ୟହୋଇ ତାଙ୍କ ଛାତିରେ ହାତ ମାରି ହାର୍ଟବିଟ୍ ଚାଲୁଛି କି ନାହିଁ ଦେଖିଥିଲେ । ସୁରେଶ ଆହୁରି କହିଥିଲେ ଯେସ ରାମକୁମାରଙ୍କ ବିଷୟରେ ଜାଣିବା ପରେ ସେ କାହାରିକୁ କିଛି କହିନଥିଲେ। କାରଣ ଏ କଥା ଜାଣିବା ପରେ ଟ୍ରେନରେ ଆତଙ୍କ ଖେଳିଯାଇଥା

ଟ୍ରେନରେ ଚାଲିଗଲେ ସ୍ୱାମୀ, ସ୍ତ୍ରୀ ଭାବିଲେ ଶୋଇଛନ୍ତି ନିଦରେ….ସାବରମତି ଏକ୍ସପ୍ରେସରେ ୧୩ ଘଣ୍ଟା କଲେ ଯାତ୍ରା

ଅହମ୍ମଦାବାଦ ୦୪/୦୧: ଅହମଦାବାଦରୁ ଅଯୋଧ୍ୟା ଅଭିମୁଖେ ଯାଉଥିଲା ସାବରମତି ଏକ୍ସପ୍ରେସ । ଆଉ ଏହି ଟ୍ରେନର ସ୍ଲିପର କୋଚ୍‌ରେ ଜଣେ ମହିଳା ଯାତ୍ରୀ ମୃତଦେହ ସହ କଲେ ୧୩ ଘଣ୍ଟା ଯାତ୍ରା । ଶେଷରେ ୧୩ ଘଣ୍ଟା ପରେ ଝାନସୀ ରେଳ ଷ୍ଟେସନରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା । GRP ପୋଲିସ ମୃତଦେହ ଉଦ୍ଧାର କରିଛି ।

ସୂଚନା ଥାଉକି, ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାମକୁମାର ଯାଦବ । ରାମକୁମାର ତାଙ୍କ ପତ୍ନୀ, ଦୁଇ ପିଲା ଏବଂ ସାଙ୍ଗ ସୁରେଶ ଯାଦବଙ୍କ ସହ ସାବରମତି ଏକ୍ସପ୍ରେସର ସୁରତରୁ ଅଯୋଧ୍ୟା ଯାତ୍ରା କରୁଥିଲେ । ରାମକୁମାର ଅଯୋଧ୍ୟା ଇନାୟତ ନାଗରରେ ଅବସ୍ଥିତ ମଜଲାଇ ଗାଁର ବାସିନ୍ଦା ଥିଲେ । ସେ ସୁରତରୁ ଅଯୋଧ୍ୟା ଯିବା ଟ୍ରେନରେ ଯାଉଥିଲେ ।

https://www.prameyanews7.com/arvind-kejriwal-target-bjp-probe-agency-ed-to-summon-arvind-kejriwal-again/

ସୁରେଶଙ୍କ କହିବା ଅନୁଯାୟୀ ରାମକୁମାର ଯାତ୍ରା ସମୟରେ ରାତିରେ ଶୋଇପଡିଥିଲେ । ମଙ୍ଗଳବାର ସକାଳ ପ୍ରାୟ ୮ ଟା ବେଳେ ସେ ରାମକୁମାରଙ୍କୁ ଉଠାଇବାକୁ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଉଠିନଥିଲେ। ସେ ବାଧ୍ୟହୋଇ ତାଙ୍କ ଛାତିରେ ହାତ ମାରି ହାର୍ଟବିଟ୍ ଚାଲୁଛି କି ନାହିଁ ଦେଖିଥିଲେ । ସୁରେଶ ଆହୁରି କହିଥିଲେ ଯେସ ରାମକୁମାରଙ୍କ ବିଷୟରେ ଜାଣିବା ପରେ ସେ କାହାରିକୁ କିଛି କହିନଥିଲେ। କାରଣ ଏ କଥା ଜାଣିବା ପରେ ଟ୍ରେନରେ ଆତଙ୍କ ଖେଳିଯାଇଥାନ୍ତି ।

ରାମକୁମାରଙ୍କ ମୃତ୍ୟୁ ବିଷୟରେ ତାଙ୍କୁ ବି କୌଣସି ସୂଚନା ନଥିଲା । ଯେତେବେଳେ ଟ୍ରେନ୍ ରାତି ୮.୩୦ରେ ଝାନସିର ଭେରଙ୍ଗାନା ଲକ୍ଷ୍ମୀବାଇ ରେଳ ଷ୍ଟେସନରେ ପହଞ୍ଚିଲା । ସେତେବେଳେ GRP ସହାୟତାରେ ରାମକୁମାରଙ୍କ ମୃତଦେହ ଟ୍ରେନରୁ ବାହାର କରାଯାଇଥିଲା । ଯେଉଁଠାରେ ପୋଲିସ ମୃତଦେହର ବ୍ୟବଚ୍ଛେଦ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ସୁରେଶ ଆହୁରି କହିଛନ୍ତି ଯେ, ଆମେ ସାବରମତିରେ ଯାତ୍ରା କରୁଥିଲୁ । ରାମକୁମାର ଭାଇ ଅସୁସ୍ଥ ଥିଲେ। କାରଣ ସେ ସୁରତରେ ଜଣେ ଗାଡି ଡ୍ରାଇଭର ଥିଲେ । ତାଙ୍କର ଦୁର୍ଘଟମା ବି ହୋଇଥିଲା । ବହୁତ ଦେଖାଇଲେ ବି ଠିକ୍ ହୋଇପାରିଲେନି । ସେଥିପାଇଁ ଆମେ ତାଙ୍କୁ ଫୈଜାବାଦକୁ ନେଉଥିଲୁ । ସେମାନେ ବାଟରେ କଥା ହେଉଥିଲେ, ତା’ପରେ ଶୋଇପଡିଥିଲେ । ସେ କେଉଁଠାରେ ମରିଛନ୍ତି ତାହା ଜଣା ପଡିନାହିଁ ।

The post ଟ୍ରେନରେ ଚାଲିଗଲେ ସ୍ୱାମୀ, ସ୍ତ୍ରୀ ଭାବିଲେ ଶୋଇଛନ୍ତି ନିଦରେ….ସାବରମତି ଏକ୍ସପ୍ରେସରେ ୧୩ ଘଣ୍ଟା କଲେ ଯାତ୍ରା appeared first on Prameya News7.