୪-ଏମ୍ ପ୍ରତି ସତର୍କ ରହିବାକୁ ଦଳମାନଙ୍କୁ କହିଲେ ରାଜୀବ କୁମାର
ନୂଆଦିଲ୍ଲୀ : ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କମିସନ ରାଜନୈତିକ ଦଳ ଗୁଡ଼ିକୁ ୪ଟି ଏମ୍ ତଥା ମସଲ୍ (ବାହୁବଳ), ମନି (ଅର୍ଥ), ମିସଇନଫର୍ମେସନ୍ ( ଭୁଲ୍ ଖବର) ଏବଂ ଏମସିସି ଭାଓଲେସନ୍ (ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ) ପ୍ରତି ସତର୍କ ରହିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜନୈତିକ ଦଳ ଗୁଡ଼ିକୁ ରାଜୀବ କୁମାର କହିଛନ୍ତି, ଲକ୍ଷ୍ମଣ ରେଖା ଟପନାହିଁ। କମିସନର ରାଜୀବ କୁମାର କହିଛନ୍ତି, […]

ନୂଆଦିଲ୍ଲୀ : ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କମିସନ ରାଜନୈତିକ ଦଳ ଗୁଡ଼ିକୁ ୪ଟି ଏମ୍ ତଥା ମସଲ୍ (ବାହୁବଳ), ମନି (ଅର୍ଥ), ମିସଇନଫର୍ମେସନ୍ ( ଭୁଲ୍ ଖବର) ଏବଂ ଏମସିସି ଭାଓଲେସନ୍ (ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ) ପ୍ରତି ସତର୍କ ରହିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜନୈତିକ ଦଳ ଗୁଡ଼ିକୁ ରାଜୀବ କୁମାର କହିଛନ୍ତି, ଲକ୍ଷ୍ମଣ ରେଖା ଟପନାହିଁ। କମିସନର ରାଜୀବ କୁମାର କହିଛନ୍ତି, ନିର୍ବାଚନରେ ରକ୍ତପାତ ଏବଂ ହିଂସା ପାଇଁ କୌଣସି ସ୍ଥାନ ନାହିଁ। ଯେଉଁଠୁ ଆମେ ହିଂସାର ଖବର ଶୁଣିବୁ ଆମେ ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ରାଜୀବ କୁମାର କହିଛନ୍ତି।