ଓଡ଼ିଶା, ଆନ୍ଧ୍ର, ଅରୁଣାଚଳ, ସିକ୍କିମରେ ଏପ୍ରିଲ ୧୯ରୁ ବିଧାନସଭା ନିର୍ବାଚନ , ଓଡ଼ିଶାରେ ୨ଟି ପର୍ଯ୍ୟାୟରେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକ୍ମିମରେ ଏପ୍ରିଲ ୧୯ ତାରିଖରୁ ବିଧାନସଭା ନିର୍ବାଚନ ହେବ। ୬୦ ବିଧାନସଭା ଆସନ ଏବଂ ୨ ଲୋକସଭା ଆସନ ଥିବା ଅରୁଣାଚଳପ୍ରଦେଶରେ ଏପ୍ରିଲ ୧୯ ତାରିଖରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବ। ୩୨ ବିଧାନସଭା ଆସନ ଥିବା ସିକ୍କିମରେ ଏପ୍ରିଲ ୧୯ ତାରିଖରେ ବିଧାନସଭା ଭୋଟ୍ ଅଛି। ଆନ୍ଧ୍ରପ୍ରଦେଶରେ ୧୭୫ ବିଧାନସଭା ଆସନରେ ମେ’ […]

ଓଡ଼ିଶା, ଆନ୍ଧ୍ର, ଅରୁଣାଚଳ, ସିକ୍କିମରେ ଏପ୍ରିଲ ୧୯ରୁ ବିଧାନସଭା ନିର୍ବାଚନ , ଓଡ଼ିଶାରେ ୨ଟି ପର୍ଯ୍ୟାୟରେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକ୍ମିମରେ ଏପ୍ରିଲ ୧୯ ତାରିଖରୁ ବିଧାନସଭା ନିର୍ବାଚନ ହେବ। ୬୦ ବିଧାନସଭା ଆସନ ଏବଂ ୨ ଲୋକସଭା ଆସନ ଥିବା ଅରୁଣାଚଳପ୍ରଦେଶରେ ଏପ୍ରିଲ ୧୯ ତାରିଖରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବ। ୩୨ ବିଧାନସଭା ଆସନ ଥିବା ସିକ୍କିମରେ ଏପ୍ରିଲ ୧୯ ତାରିଖରେ ବିଧାନସଭା ଭୋଟ୍ ଅଛି। ଆନ୍ଧ୍ରପ୍ରଦେଶରେ ୧୭୫ ବିଧାନସଭା ଆସନରେ ମେ’ ୧୩ ତାରିଖରେ ଭୋଟ୍ ଅଛି। ଅନ୍ୟପକ୍ଷେ ଓଡ଼ିଶାରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ଅଛି। ପ୍ରଥମ ପର୍ଯ୍ୟାୟରେ ମେ ୧୩ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ମେ’ ୨୦ରେ ଭୋଟ୍‌ ଅଛି।