ସଂସଦରେ ଏସ୍‌ଆଇଆରକୁ ନେଇ କୌଣସି ଆଲୋଚନା ହେବନାହିଁ : ରିଜିଜୁ

ନୂଆଦିଲ୍ଲୀ: ବିହାରରେ ସାର୍‌ (ସ୍ବତନ୍ତ୍ର ଭୋଟର୍‌ ତାଲିକା ସଂଶୋଧନ)କୁ ବିରୋଧ କରିଥିବା ବିରୋଧୀ ଦଳ ନେତାମାନେ ସଂସଦରେ ଉକ୍ତ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରି ଆଜି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ଚିଠି ଲେଖିଛନ୍ତି। ବିରୋଧୀ ଦଳ ନେତାମାନେ ଲଗାତାର ଭାବେ ସାର୍‌ ପ୍ରତ୍ୟାହାର ଦାବିରେ ସଂସଦରେ ହଟ୍ଟଗୋଳ ଏବଂ ‌ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ଆଜି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ସ୍ପଷ୍ଟ କରି କହିଛନ୍ତି ଯେ ବିହାରରେ ଏସ୍‌ଆଇଆର୍‌ ପ୍ରସଙ୍ଗରେ ସଂସଦରେ […]

ସଂସଦରେ ଏସ୍‌ଆଇଆରକୁ ନେଇ କୌଣସି ଆଲୋଚନା ହେବନାହିଁ : ରିଜିଜୁ

ନୂଆଦିଲ୍ଲୀ: ବିହାରରେ ସାର୍‌ (ସ୍ବତନ୍ତ୍ର ଭୋଟର୍‌ ତାଲିକା ସଂଶୋଧନ)କୁ ବିରୋଧ କରିଥିବା ବିରୋଧୀ ଦଳ ନେତାମାନେ ସଂସଦରେ ଉକ୍ତ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରି ଆଜି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ଚିଠି ଲେଖିଛନ୍ତି। ବିରୋଧୀ ଦଳ ନେତାମାନେ ଲଗାତାର ଭାବେ ସାର୍‌ ପ୍ରତ୍ୟାହାର ଦାବିରେ ସଂସଦରେ ହଟ୍ଟଗୋଳ ଏବଂ ‌ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ଆଜି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ସ୍ପଷ୍ଟ କରି କହିଛନ୍ତି ଯେ ବିହାରରେ ଏସ୍‌ଆଇଆର୍‌ ପ୍ରସଙ୍ଗରେ ସଂସଦରେ କୌଣସି ଆଲୋଚନା ହେବନାହିଁ। ରିଜିଜୁ କହିଛନ୍ତି, ମୁଁ ଏହା ସ୍ପଷ୍ଟ କରିବାକୁ ଚାହେ ଯେ ସରକାର ନିୟମ ମୁତାବକ ଯେକ‌ୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଏସ୍‌ଆଇଆର୍‌ ଉପରେ ଆଲୋଚନା ହୋଇପାରିବନି। କାରଣ ସମ୍ପୂର୍ଣ୍ଣ ଭାବେ ଏକ ସାମ୍ବିଧାନିକ ଅନୁଷ୍ଠାନ ନିର୍ବାଚନ କମିସନ୍‌ଙ୍କ ଦ୍ବାରା ଏହି ପ୍ରକ୍ରିୟା ପରିଚାଳନା କରାଯାଇଛି ଏବଂ ଏହା ପ୍ରଥମ ଥର ପାଇଁ ମଧ୍ୟ ହେଉନାହିଁ।