କାଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ସୋପିଆନ: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋପିଆନ ଏସଏସପି ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ କରିଛନ୍ତି। ଓମାର ଅବଦୁଲ୍ଲା ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ଜମ୍ମୁ କାଶ୍ମୀରରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ଘର ବିହାରରେ। ଆଜି ସକାଳେ ସ୍ଥାନୀୟ ଲୋକମାନେ ରାସ୍ତାକଡ଼ରୁ ତାଙ୍କୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା […]

କାଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ସୋପିଆନ: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋପିଆନ ଏସଏସପି ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ କରିଛନ୍ତି। ଓମାର ଅବଦୁଲ୍ଲା ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ଜମ୍ମୁ କାଶ୍ମୀରରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ଘର ବିହାରରେ। ଆଜି ସକାଳେ ସ୍ଥାନୀୟ ଲୋକମାନେ ରାସ୍ତାକଡ଼ରୁ ତାଙ୍କୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ‌ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣା ପରେ ଭାରତୀୟ‌ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସର ଏକ ମିଳିତ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ କାଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରିବା କିଛି ନୂଆ କଥା ନୁହେଁ। ଚଳିତ ମାସ ଆରମ୍ଭରେ ଆତଙ୍କବାଦୀମାନେ ୨ ଜଣ ସେନା ଯବାନଙ୍କୁ ଅପହରଣ କରିନେଇଥିଲେ। କିନ୍ତୁ ଜଣେ ସେମାନଙ୍କ କବଳରୁ ଖସି ଆସିବାରେ ସଫଳ ହୋଇଥିବା‌ବେଳେ ଅନ୍ୟ ଜଣେ ଯବାନଙ୍କ ମର ଶରୀର ମିଳିଥିଲା।