ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରାହ୍ମଣୀ, ବାଲୁଘାଟରେ ପଶିଲା ପାଣି

ରାଉରକେଲା ୧୮।୯: ରାଉରକେଲାର ଉପରମୁଣ୍ଡ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା । ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରାହ୍ମଣୀ ନଦୀ । ରାଉରକେଲା ସହରର ଡ଼୍ରେନ୍ ପାଣି ଯାଇ ବ୍ରାହ୍ମଣୀରେ ମିଶୁଛି । ବ୍ରାହ୍ମଣୀ ଫୁଲିବା ଯୋଗୁଁ ଡ଼୍ରେନ ପାଣି ହୋଇପାରୁନାହିଁ ନିଷ୍କାସନ । ଫଳରେ ବ୍ରାହ୍ମଣୀ ପାଣି ସହ ସହରର ଡ଼୍ରେନ ପାଣି ଡ଼୍ରେନରୁ ଉଛୁଳି ବାଲୁଘାଟର ବସ୍ତି ଅଞ୍ଚଳରେ ପଶୁଛି । ମଙ୍ଗଳବାର ବିଳମ୍ବିତ ରାତିରୁ ବାଲୁଘାଟ ବସ୍ତିରେ ପାଣି ପଶିବାରୁ ୩୫ ଘର ଜଳବନ୍ଦୀ । ପ୍ରତ୍ୟେକ ବର୍ଷାରେ ବାରମ୍ବାର ପାଣି ପଶୁଛି ଘରେ । ହେଲେ ପ୍ରଶାସନ କରୁନାହିଁ ସ୍ଥାୟୀ ପ୍ରତିକାର । ଯାହାକୁ ନେଇ ବସ୍ତିବାସିନ୍ଦା ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ବାରମ୍ବାର ଆମେ ଜଳବନ୍ଦୀରେ ରହୁଛୁ ହେଲେ ପ୍ରଶାସନ କିଛି କରୁନାହିଁ ।You Can Read:ମାତିଲା ପାଗଳ ବିଲୁଆ, ଭୟରେ ଦିନରେ ପଡ଼ୁଛି ତାଟି କବାଟ

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରାହ୍ମଣୀ, ବାଲୁଘାଟରେ ପଶିଲା ପାଣି

ରାଉରକେଲା ୧୮।୯: ରାଉରକେଲାର ଉପରମୁଣ୍ଡ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା । ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରାହ୍ମଣୀ ନଦୀ । ରାଉରକେଲା ସହରର ଡ଼୍ରେନ୍ ପାଣି ଯାଇ ବ୍ରାହ୍ମଣୀରେ ମିଶୁଛି । ବ୍ରାହ୍ମଣୀ ଫୁଲିବା ଯୋଗୁଁ ଡ଼୍ରେନ ପାଣି ହୋଇପାରୁନାହିଁ ନିଷ୍କାସନ । ଫଳରେ ବ୍ରାହ୍ମଣୀ ପାଣି ସହ ସହରର ଡ଼୍ରେନ ପାଣି ଡ଼୍ରେନରୁ ଉଛୁଳି ବାଲୁଘାଟର ବସ୍ତି ଅଞ୍ଚଳରେ ପଶୁଛି । ମଙ୍ଗଳବାର ବିଳମ୍ବିତ ରାତିରୁ ବାଲୁଘାଟ ବସ୍ତିରେ ପାଣି ପଶିବାରୁ ୩୫ ଘର ଜଳବନ୍ଦୀ । ପ୍ରତ୍ୟେକ ବର୍ଷାରେ ବାରମ୍ବାର ପାଣି ପଶୁଛି ଘରେ । ହେଲେ ପ୍ରଶାସନ କରୁନାହିଁ ସ୍ଥାୟୀ ପ୍ରତିକାର । ଯାହାକୁ ନେଇ ବସ୍ତିବାସିନ୍ଦା ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ବାରମ୍ବାର ଆମେ ଜଳବନ୍ଦୀରେ ରହୁଛୁ ହେଲେ ପ୍ରଶାସନ କିଛି କରୁନାହିଁ ।

You Can Read:

ମାତିଲା ପାଗଳ ବିଲୁଆ, ଭୟରେ ଦିନରେ ପଡ଼ୁଛି ତାଟି କବାଟ