ବିପଦରେ ବିଶ୍ୱର ସବୁଠୁ ସୁରକ୍ଷିତ ଦେଶ: ହେବ ଭୟଙ୍କର ଆକ୍ରମଣ, ଚେତାବନୀ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ରାଷ୍ଟ୍ର ତଥା ସବୁଠାରୁ ସୁରକ୍ଷିତ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ। କିନ୍ତୁ ଏବେ ଏହି ଦେଶକୁ ମାଡିଆସୁଛି ବିପଦ। ଯେକୌଣସି ମୁହୂର୍ତ୍ତରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମଲା। ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଚେତାବନୀ ଜାରି କରିଛି ଇସ୍ରାଏଲ। କହିଛି - ଇରାନ ସହିତ ଯୁଦ୍ଧ ପରେ ୟୁଏଇରେ ରହୁଥିବା ଏହାର ନାଗରିକ ବିପଦରେ ଅଛନ୍ତି। ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ସେଠାରେ ଆକ୍ରମଣ କରି ସେମାନଙ୍କ ଲୋକଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ଇସ୍ରାଏଲ ଏହାର ଲୋକମାନଙ୍କୁ ସେଠାକୁ ନ ଯିବାକୁ ପରାମର୍ଶ ଦେଇଛି। ଯେଉଁମାନେ ସେଠାକୁ ଯାଇଛନ୍ତି ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି।ଇସ୍ରାଏଲର ଜାତୀୟ ସୁରକ୍ଷା ପରିଷଦ ଏହାର ଏକ ନିର୍ଦ୍ଦେଶରେ କହିଛି ଯେ ଆତଙ୍କବାଦୀମାନେ ଉତ୍ତେଜିତ ହୋଇ ୟୁଏଇ ଉପରେ ଆକ୍ରମଣ କରିପାରିବେ। ୟୁଏଇରେ ରହୁଥିବା ଇହୁଦୀ ସମ୍ପ୍ରଦାୟ ଏହା ଦ୍ୱାରା ସବୁଠାରୁ ଅଧିକ କ୍ଷତି ସହିପାରନ୍ତି। ଇସ୍ରାଏଲ ତାର ଆଡଭଇଜରୀରେ କହିଛି ଯେ ପୂର୍ବ ଘଟଣାରୁ ଶିକ୍ଷା ପାଇଛୁ। ଆମେ ଆମର ନାଗରିକମାନଙ୍କୁ ୟୁଏଇ ଯାତ୍ରା ନକରିବାକୁ କହିବାକୁ ଚାହୁଁଛୁ। ଅପରେସନ ରାଇଜିଂ ଲାୟନ ଏବଂ ଗାଜାରେ ହୋଇଥିବା ଆକ୍ରମଣ ଯୋଗୁଁ ହତାଶ ହୋଇପଡ଼ିଛନ୍ତି ଇରାନ-ସମର୍ଥିତ ଗୋଷ୍ଠୀ। ସେମାନେ ୟୁଏଇରେ ଆପଣଙ୍କୁ ସହଜରେ ଟାର୍ଗେଟ କରିପାରିବେ।ଇସ୍ରାଏଲ ସୁରକ୍ଷା ପରିଷଦ ଅନୁଯାୟୀ, ଇରାନ-ସମର୍ଥିତ ଗୋଷ

ବିପଦରେ ବିଶ୍ୱର ସବୁଠୁ ସୁରକ୍ଷିତ ଦେଶ: ହେବ ଭୟଙ୍କର ଆକ୍ରମଣ, ଚେତାବନୀ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ରାଷ୍ଟ୍ର ତଥା ସବୁଠାରୁ ସୁରକ୍ଷିତ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ। କିନ୍ତୁ ଏବେ ଏହି ଦେଶକୁ ମାଡିଆସୁଛି ବିପଦ। ଯେକୌଣସି ମୁହୂର୍ତ୍ତରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମଲା। ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଚେତାବନୀ ଜାରି କରିଛି ଇସ୍ରାଏଲ। କହିଛି - ଇରାନ ସହିତ ଯୁଦ୍ଧ ପରେ ୟୁଏଇରେ ରହୁଥିବା ଏହାର ନାଗରିକ ବିପଦରେ ଅଛନ୍ତି। ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ସେଠାରେ ଆକ୍ରମଣ କରି ସେମାନଙ୍କ ଲୋକଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। ଇସ୍ରାଏଲ ଏହାର ଲୋକମାନଙ୍କୁ ସେଠାକୁ ନ ଯିବାକୁ ପରାମର୍ଶ ଦେଇଛି। ଯେଉଁମାନେ ସେଠାକୁ ଯାଇଛନ୍ତି ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛି।

ଇସ୍ରାଏଲର ଜାତୀୟ ସୁରକ୍ଷା ପରିଷଦ ଏହାର ଏକ ନିର୍ଦ୍ଦେଶରେ କହିଛି ଯେ ଆତଙ୍କବାଦୀମାନେ ଉତ୍ତେଜିତ ହୋଇ ୟୁଏଇ ଉପରେ ଆକ୍ରମଣ କରିପାରିବେ। ୟୁଏଇରେ ରହୁଥିବା ଇହୁଦୀ ସମ୍ପ୍ରଦାୟ ଏହା ଦ୍ୱାରା ସବୁଠାରୁ ଅଧିକ କ୍ଷତି ସହିପାରନ୍ତି। ଇସ୍ରାଏଲ ତାର ଆଡଭଇଜରୀରେ କହିଛି ଯେ ପୂର୍ବ ଘଟଣାରୁ ଶିକ୍ଷା ପାଇଛୁ। ଆମେ ଆମର ନାଗରିକମାନଙ୍କୁ ୟୁଏଇ ଯାତ୍ରା ନକରିବାକୁ କହିବାକୁ ଚାହୁଁଛୁ। ଅପରେସନ ରାଇଜିଂ ଲାୟନ ଏବଂ ଗାଜାରେ ହୋଇଥିବା ଆକ୍ରମଣ ଯୋଗୁଁ ହତାଶ ହୋଇପଡ଼ିଛନ୍ତି ଇରାନ-ସମର୍ଥିତ ଗୋଷ୍ଠୀ। ସେମାନେ ୟୁଏଇରେ ଆପଣଙ୍କୁ ସହଜରେ ଟାର୍ଗେଟ କରିପାରିବେ।

ଇସ୍ରାଏଲ ସୁରକ୍ଷା ପରିଷଦ ଅନୁଯାୟୀ, ଇରାନ-ସମର୍ଥିତ ଗୋଷ୍ଠୀଗୁଡ଼ିକ ଛୁଟିଦିନ ଅପେକ୍ଷା କରିଛନ୍ତି। ଇହୂଦୀମାନେ ଛୁଟିଦିନ ଯାତ୍ରା ପାଇଁ ୟୁଏଇ ଯିବା ମାତ୍ରେ ସେମାନଙ୍କ ଉପରେ ଆକ୍ରମଣ କରାଯିବ। ୟୁଏଇ କିମ୍ବା ଇରାନ ପକ୍ଷରୁ ଏ ବିଷୟରେ କୌଣସି ବିବୃତ୍ତି ଦିଆଯାଇନାହିଁ। 

ଆମେରିକାର ନିର୍ଦ୍ଦେଶରେ ସଂଯୁକ୍ତ ଆରବ ଏମିରେଟ୍ସ 2020 ମସିହାରେ ଆବ୍ରାହମ ଚୁକ୍ତିରେ ସ୍ୱାକ୍ଷର କରିଛି। ଏହି ଚୁକ୍ତି ସ୍ୱାକ୍ଷରିତ ହେବା ଯୋଗୁଁ ୟୁଏଇ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ୟୁଏଇରେ ପ୍ରାୟ ୧୦ ହଜାର ଇହୂଦୀ ବାସ କରନ୍ତି। ପ୍ରତିବର୍ଷ ପ୍ରାୟ ୨ ଲକ୍ଷ ଇହୂଦୀ ୟୁଏଇ ପରିଦର୍ଶନ କରନ୍ତି।

ୟୁଏଇ ହେଉଛି ଏକମାତ୍ର ଆରବ ଦେଶ ଯେଉଁଠାରେ ଇସ୍ରାଏଲ ପରେ ସର୍ବାଧିକ ଇହୂଦୀ ବାସ କରନ୍ତି। ଇସ୍ରାଏଲରେ ଇହୂଦୀମାନଙ୍କୁ ଟାର୍ଗେଟ କରିବା ସହଜ ନୁହେଁ। ଏପରି ପରିସ୍ଥିତିରେ, କୁହାଯାଉଛି ଯେ ଇରାନ ସମର୍ଥିତ ଉଗ୍ରବାଦୀମାନେ UAEରେ ଇହୂଦୀମାନଙ୍କୁ ସହଜରେ ଟାର୍ଗେଟ କରିପାରିବେ। ପୂର୍ବରୁ ଇହୁଦୀଙ୍କୁ ମୂଳପୋଛ କରିବାକୁ ଇରାନ୍‌ ଆତଙ୍କୀ ଗୋଷ୍ଠୀ ଧମକ ଦେଇଥିଲେ। ଇସ୍ରାଏଲ-ଇରାନ ସହ ଯୁଦ୍ଧ ସମୟରେ ଆଲର୍ଟ ହୋଇଥିଲା ଆମେରିକା। ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ସୂଚନା ପରେ ଆଲର୍ଟ ହୋଇଛି ଆଇଡିଏଫ।