ଉପର ମୁଣ୍ଡରେ ଲଗାଣ ବର୍ଷା, ଖୋଲିଲା ବୈତରଣୀର ୭ ଗେଟ୍
ଆନନ୍ଦପୁର: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଖୋଲିଲା ବୈତରଣୀ ବ୍ୟାରେଜର ୭ ଟି ଗେଟ୍। ଭୀଷଣ ବର୍ଷାକୁ ନଜରରେ ରଖି ୩୩ଟି ଗେଟରୁ ୭ଟି ଗେଟ୍ ଖୋଲିଛି ବୈତରଣୀ ବ୍ୟାରେଜ୍ ବିଭାଗ। ଏହି ଗେଟ୍ ଦେଇ ସେକେଣ୍ଡ ପିଛା ୪୫୦ କ୍ୟୁବିକ ଜଳ ନିଷ୍କାସନ ହେଉଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାହୀ ଯନ୍ତ୍ରୀ।ସେପଟେ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୮ ତାରିଖରେ ହୀରାକୁଦରେ ପ୍ରଥମ ଥର ଜଳ ନିଷ୍କାସନ ହେବାକୁ ଯାଉଛି। ରବିବାର ଦିନ ସକାଳ ୯ ଟା ସମୟରେ ନଦୀବନ୍ଧର ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଜଳଭଣାରରୁ ନିଷ୍କାସନ କରାଯିବ l ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି l ତେଣୁ ରବିବାର ଦିନ ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଛି ଜଳ ସମ୍ପଦ ବିଭାଗ l ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ମହାନଦୀ ତଳିଆ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି l ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରେ ୬୧୦ ଫୁଟରେ ଜଳସ୍ତର ପହଞ୍ଚିଥିବା ବେଳେ ଗେଟ ଖୋଲିବା ସମୟରେ ୬୧୦ ଫୁଟ ପାଣି ଥିବ ବୋଲି ସୂଚନା ମିଳିଛି l
ଆନନ୍ଦପୁର: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଖୋଲିଲା ବୈତରଣୀ ବ୍ୟାରେଜର ୭ ଟି ଗେଟ୍। ଭୀଷଣ ବର୍ଷାକୁ ନଜରରେ ରଖି ୩୩ଟି ଗେଟରୁ ୭ଟି ଗେଟ୍ ଖୋଲିଛି ବୈତରଣୀ ବ୍ୟାରେଜ୍ ବିଭାଗ। ଏହି ଗେଟ୍ ଦେଇ ସେକେଣ୍ଡ ପିଛା ୪୫୦ କ୍ୟୁବିକ ଜଳ ନିଷ୍କାସନ ହେଉଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାହୀ ଯନ୍ତ୍ରୀ।
ସେପଟେ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୮ ତାରିଖରେ ହୀରାକୁଦରେ ପ୍ରଥମ ଥର ଜଳ ନିଷ୍କାସନ ହେବାକୁ ଯାଉଛି। ରବିବାର ଦିନ ସକାଳ ୯ ଟା ସମୟରେ ନଦୀବନ୍ଧର ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଜଳଭଣାରରୁ ନିଷ୍କାସନ କରାଯିବ l ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି l ତେଣୁ ରବିବାର ଦିନ ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଛି ଜଳ ସମ୍ପଦ ବିଭାଗ l
ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ମହାନଦୀ ତଳିଆ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି l ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରେ ୬୧୦ ଫୁଟରେ ଜଳସ୍ତର ପହଞ୍ଚିଥିବା ବେଳେ ଗେଟ ଖୋଲିବା ସମୟରେ ୬୧୦ ଫୁଟ ପାଣି ଥିବ ବୋଲି ସୂଚନା ମିଳିଛି l