ଉପରମୁଣ୍ଡରେ ନାହିଁ ବର୍ଷା, ହୀରାକୁଦରେ ୧୦ ଫୁଟ୍ କମ ପାଣି
ଭୁବନେଶ୍ଵର: ଛତିଶଗଡ ତଥା ଉପରମୁଣ୍ଡରେ ବର୍ଷା ନାହିଁ କି ଇନଫ୍ଲୋ ନାହିଁ । ଫଳରେ ହୀରାକୁଦ ଜଳଭଣ୍ଡାରରେ ଗତ ବର୍ଷଠାରୁ ୧୦ ଫୁଟ କମ୍ ପାଣି ଅଛି । ଚଳିତ ଜୁଲାଇ ମାସରେ ବର୍ଷା ନ ହେଲେ ସ୍ଥିତି ସଙ୍ଗୀନ ହେବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ | ଗତବର୍ଷ ଜୁଲାଇ ୨୩ରେ ହୀରାକୁଦ ପ୍ରଥମ ବନ୍ୟା ଜଳ ଛାଡିଥିଲା। ସେହିପରି ୨୦୨୧ରେ ଜୁଲାଇ ୧୧ରେ ଛାଡିଥିଲା ବନ୍ୟା ଜଳ | ଏଥର ଜଳଭଣ୍ଡାରରେ ପାଣି ନାହିଁ ଯାହା ଗେଟ୍ ଖୋଲିବା ଆଶା ବି ମଉଳିଲାଣି | ଗତବର୍ଷ ଆଜିର ଦିନରେ ୬୧୧.୦୪ ଫୁଟ ପାଣିଥିବାବେଳେ ଆଜି ୬୦୦. ୮୯ ଫୁଟ ପାଣି ରହିଛି । ଜୁନ୍ ଓ ଜୁଲାଇରେ ଆବଶ୍ୟକ ମାତ୍ରା ବର୍ଷା ହୋଇନାହିଁ। ସେପଟେ ଉପରପଟୁ ବି ଜଳପ୍ରବାହ ନାହିଁ । ତେଣୁ ଧିରେ ଧିରେ ଖସିବାରେ ଲାଗିଛି ହୀରାକୁଦର ଜଳସ୍ତର। ତଥ୍ୟ କହୁଛି ଶେଷଥର ପାଇଁ ୧୯୮୭ରେ ଜୁନ ମାସରେ ଇନଫ୍ଲୋ ଜିରୋ ଥିଲା। ୧୯୮୫ରେ ଜୁନ ମାସରେ ବି ପାଖାପାଖି ଜିରୋ ରହିଥିଲା ଇନଫ୍ଲୋ । ସେହି ବର୍ଷ ସମାନ ସ୍ଥିତି ଭୋଗିଥିଲା ହୀରାକୁଦ। ଆଉ ଜଳସ୍ତର ପାଖାପାଖି ୬୦୦ଫୁଟ ରହିଥିଲା। ଜୁନ୍ ମାସରେ ହୀରାକୁଦକୁ ୦.୮୮୯ ମିଲିୟନ ଏକର ଫୁଟ ପାଣି ଆସିବା କଥା। କିନ୍ତୁ ଆସିଛି ୦.୧୯୬ ମିଲିୟନ ଏକର ଫୁଟ। ଯାହାକି ହାରାହାରି ଇନ୍ଫ୍ଲେର ମାତ୍ର ୨୩ ପ୍ରତିଶତ। ସେହିପରି ଜୁଲାଇରେ ହାରାହାରି ଆସିବା କଥା ୫. ୪୨୫ ମିଲିୟନ ଏକର ଫୁଟ୍। କିନ୍ତ ଜୁଲାଇ ମାସର ୧୬ ତାରିଖ ସୁଦ୍ଧା ୦.
ଭୁବନେଶ୍ଵର: ଛତିଶଗଡ ତଥା ଉପରମୁଣ୍ଡରେ ବର୍ଷା ନାହିଁ କି ଇନଫ୍ଲୋ ନାହିଁ । ଫଳରେ ହୀରାକୁଦ ଜଳଭଣ୍ଡାରରେ ଗତ ବର୍ଷଠାରୁ ୧୦ ଫୁଟ କମ୍ ପାଣି ଅଛି । ଚଳିତ ଜୁଲାଇ ମାସରେ ବର୍ଷା ନ ହେଲେ ସ୍ଥିତି ସଙ୍ଗୀନ ହେବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ | ଗତବର୍ଷ ଜୁଲାଇ ୨୩ରେ ହୀରାକୁଦ ପ୍ରଥମ ବନ୍ୟା ଜଳ ଛାଡିଥିଲା। ସେହିପରି ୨୦୨୧ରେ ଜୁଲାଇ ୧୧ରେ ଛାଡିଥିଲା ବନ୍ୟା ଜଳ | ଏଥର ଜଳଭଣ୍ଡାରରେ ପାଣି ନାହିଁ ଯାହା ଗେଟ୍ ଖୋଲିବା ଆଶା ବି ମଉଳିଲାଣି |
ଗତବର୍ଷ ଆଜିର ଦିନରେ ୬୧୧.୦୪ ଫୁଟ ପାଣିଥିବାବେଳେ ଆଜି ୬୦୦. ୮୯ ଫୁଟ ପାଣି ରହିଛି । ଜୁନ୍ ଓ ଜୁଲାଇରେ ଆବଶ୍ୟକ ମାତ୍ରା ବର୍ଷା ହୋଇନାହିଁ। ସେପଟେ ଉପରପଟୁ ବି ଜଳପ୍ରବାହ ନାହିଁ । ତେଣୁ ଧିରେ ଧିରେ ଖସିବାରେ ଲାଗିଛି ହୀରାକୁଦର ଜଳସ୍ତର। ତଥ୍ୟ କହୁଛି ଶେଷଥର ପାଇଁ ୧୯୮୭ରେ ଜୁନ ମାସରେ ଇନଫ୍ଲୋ ଜିରୋ ଥିଲା। ୧୯୮୫ରେ ଜୁନ ମାସରେ ବି ପାଖାପାଖି ଜିରୋ ରହିଥିଲା ଇନଫ୍ଲୋ । ସେହି ବର୍ଷ ସମାନ ସ୍ଥିତି ଭୋଗିଥିଲା ହୀରାକୁଦ। ଆଉ ଜଳସ୍ତର ପାଖାପାଖି ୬୦୦ଫୁଟ ରହିଥିଲା। ଜୁନ୍ ମାସରେ ହୀରାକୁଦକୁ ୦.୮୮୯ ମିଲିୟନ ଏକର ଫୁଟ ପାଣି ଆସିବା କଥା। କିନ୍ତୁ ଆସିଛି ୦.୧୯୬ ମିଲିୟନ ଏକର ଫୁଟ। ଯାହାକି ହାରାହାରି ଇନ୍ଫ୍ଲେର ମାତ୍ର ୨୩ ପ୍ରତିଶତ। ସେହିପରି ଜୁଲାଇରେ ହାରାହାରି ଆସିବା କଥା ୫. ୪୨୫ ମିଲିୟନ ଏକର ଫୁଟ୍। କିନ୍ତ ଜୁଲାଇ ମାସର ୧୬ ତାରିଖ ସୁଦ୍ଧା ୦. ୬୮୨ ମିଲିୟନ ଏକରଫୁଟ ଆସିଛି। ଏପରି ସ୍ଥିତି ଯଦି ଆଗକୁ ଆହୁରି୧୫ ଦିନ ଲାଗି ରହେ ତେବେ ଜଳବିଦ୍ୟୁତ ଉତ୍ପାଦନ ତଥା ଜଳସେଚନ ବାଧାପ୍ରାପ୍ତ ହେବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଇଂ ରବୀନ୍ଦ୍ର ପଣ୍ଡା |
Also read: ତ୍ରିକୋଣୀୟ ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ : ପ୍ରେମିକା ଓ ତାର ସହପାଠୀକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା
ପୂର୍ବରୁ ମଧ୍ୟ ସ୍ବଳ୍ପ ବର୍ଷା ପାଇଁ ଏପରି ଦଶା ଭୋଗୁଛି ହୀରାକୁଦ। ସେତେବେଳେ ଉପରମୁଣ୍ଡରେ ଥିବା ବିବଦୀୟ ବ୍ୟାରେଜ କରିନଥିଲା ଛତିଶଗଡ । ଏବେ ଯେଉଁ ସ୍ଥିତି ଉପୁଜିଛି ତାହା ଛତିଶଗଡ଼ର ବିବାଦୀୟ ବ୍ୟାରେଜ ପାଇଁ ନୁହେଁ ବରଂ ପ୍ରକୃତି ପାଇଁ ବୋଲି ଇଞ୍ଜିନିୟର ରବୀନ୍ଦ୍ର ପଣ୍ଡା କହିଛନ୍ତି । ବ୍ୟାରେଜ ହେବା ପୂର୍ବରୁ ଅନେକ ଥର ହୀରାକୁଦ ଜଳସ୍ତର ୫୯୦ ଫୁଟ ତଳକୁ ଯିବାର ନଜିର ରହିଛି। ତେବେ ସ୍ପଳ୍ପ ବର୍ଷା ପାଇଁ ଏପରି ସ୍ଥିତି ହୋଇଥିବା ସେ କହିଛନ୍ତି |
ଗତବର୍ଷ ଜୁଲାଇ ୨୩ରେ ଜଳସ୍ତର ୬୧୪.୮୭ ରହିଥିବା ବେଳେ ହୀରାକୁଦ ଗେଟ୍ ଖୋଲାଯାଇଥିଲା। ୨୦୨୧ରେ ଜୁଲାଇ ୧୧ରେ ଗେଟ ଖୋଲିଥିଲା ସେତେବେଳେ ୬୦୯ ଫୁଟ ରହିଥିଲା। ଏଥର ବର୍ଷା ନାହିଁ କି ଇନଫ୍ଲୋ ନାହିଁ। ଏଥର ଜଳଭଣ୍ଡାରର ରୁଲ କର୍ଭ ଅନୁସାରେ ଜଳ ନଥିବାରୁ ଗେଟ୍ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇପାରନାହିଁ।