ବଲାଙ୍ଗୀର ଲୋକସଭାରୁ ଲଢିବେ ମନୋଜ ମିଶ୍ର, ବିଜେପି-ବିଜେଡି ପ୍ରାର୍ଥୀଙ୍କୁ ଦେବେ କଡ଼ା ଟକ୍କର !

ଭୁବନେଶ୍ଵର: ଅଭିନେତାରୁ ନେତା ପାଲଟିଥିବା ମନୋଜ ମିଶ୍ରଙ୍କୁ ବଲାଙ୍ଗୀର ଲୋକସଭା ସିଟ୍‌ରୁ ପ୍ରାର୍ଥୀ କରିଛି ଦଳ। କଂଗ୍ରେସରେ ଯୋଗ ଦେବା ପରେ ମନୋଜ ମିଶ୍ରଙ୍କୁ   ପାର୍ଟି ପଶ୍ଚିମ ଓଡ଼ିଶାର କୌଣସି ଲୋକସଭା ସିଟରୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା। ସେ  ମଧ୍ୟ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ଆଉ ଆଜି କଂଗ୍ରେସ ପକ୍ଷରୁ ଜାରି ୮ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକାରେ ମନୋଜ ମିଶ୍ରଙ୍କ ନାଁ ରହିଛି।ଓଡିଶା ସିନେମାଠୁ ଆରମ୍ଭ କରି ହିନ୍ଦୀ ତେଲୁଗୁ ସିନେମାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନୋଜ ଏବେ ସାଂସଦ ପ୍ରାର୍ଥୀ ଭାବେ ରାଜନୀତି ଆରମ୍ଭ କରିବାକୁ ଯାଉଛନ୍ତି।ଏଥର ନିର୍ବାଚନରେ ସେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ  କଡ଼ା ଟକ୍କର ଦେବେ ବୋଲି କୁହାଯାଉଛି।  ଗତ ନିର୍ବାଚନରେ କଂଗ୍ରେସ ବଲାଙ୍ଗୀରରୁ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା। ସମରେନ୍ଦ୍ର ମିଶ୍ର ୨ ଲକ୍ଷ ୭୧ ହଜାର ୫୬ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ତାଙ୍କ ବଦଳରେ ଦଳ ମନୋଜ ମିଶ୍ରଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ଆସନରୁ ବିଜେପିର ସଙ୍ଗୀତା କୁମାରୀ ସିଂହ ଦେଓ ବିଜୟୀ ହୋଇ ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ। ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂ ଦେଓ ଦ୍ଵିତୀୟ ସ୍ଥାନରେ ଥିଲେ।Also read: ହିଞ୍ଜିଳି ଆସନରେ କଡ୍ଡା ମୁକାବିଲା, ନବୀନଙ୍

ବଲାଙ୍ଗୀର ଲୋକସଭାରୁ ଲଢିବେ ମନୋଜ ମିଶ୍ର, ବିଜେପି-ବିଜେଡି ପ୍ରାର୍ଥୀଙ୍କୁ ଦେବେ କଡ଼ା ଟକ୍କର !

ଭୁବନେଶ୍ଵର: ଅଭିନେତାରୁ ନେତା ପାଲଟିଥିବା ମନୋଜ ମିଶ୍ରଙ୍କୁ ବଲାଙ୍ଗୀର ଲୋକସଭା ସିଟ୍‌ରୁ ପ୍ରାର୍ଥୀ କରିଛି ଦଳ। କଂଗ୍ରେସରେ ଯୋଗ ଦେବା ପରେ ମନୋଜ ମିଶ୍ରଙ୍କୁ   ପାର୍ଟି ପଶ୍ଚିମ ଓଡ଼ିଶାର କୌଣସି ଲୋକସଭା ସିଟରୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା। ସେ  ମଧ୍ୟ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ଆଉ ଆଜି କଂଗ୍ରେସ ପକ୍ଷରୁ ଜାରି ୮ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକାରେ ମନୋଜ ମିଶ୍ରଙ୍କ ନାଁ ରହିଛି।

ଓଡିଶା ସିନେମାଠୁ ଆରମ୍ଭ କରି ହିନ୍ଦୀ ତେଲୁଗୁ ସିନେମାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମନୋଜ ଏବେ ସାଂସଦ ପ୍ରାର୍ଥୀ ଭାବେ ରାଜନୀତି ଆରମ୍ଭ କରିବାକୁ ଯାଉଛନ୍ତି।ଏଥର ନିର୍ବାଚନରେ ସେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କୁ  କଡ଼ା ଟକ୍କର ଦେବେ ବୋଲି କୁହାଯାଉଛି।  ଗତ ନିର୍ବାଚନରେ କଂଗ୍ରେସ ବଲାଙ୍ଗୀରରୁ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା। ସମରେନ୍ଦ୍ର ମିଶ୍ର ୨ ଲକ୍ଷ ୭୧ ହଜାର ୫୬ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ତାଙ୍କ ବଦଳରେ ଦଳ ମନୋଜ ମିଶ୍ରଙ୍କୁ ମଇଦାନକୁ ଓହ୍ଲାଇଛି। ଏହି ଆସନରୁ ବିଜେପିର ସଙ୍ଗୀତା କୁମାରୀ ସିଂହ ଦେଓ ବିଜୟୀ ହୋଇ ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ। ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂ ଦେଓ ଦ୍ଵିତୀୟ ସ୍ଥାନରେ ଥିଲେ।

Also read: ହିଞ୍ଜିଳି ଆସନରେ କଡ୍ଡା ମୁକାବିଲା, ନବୀନଙ୍କୁ ଟକ୍କର ଦେବେ ଶିଶିର ମିଶ୍ର

 ମନୋଜ ଲୋକଙ୍କ ପାଖରେ ପହଞ୍ଚିବା ସହ ଲୋକଙ୍କ ସହ ମିଶିବା ଆରମ୍ଭ କରିଛନ୍ତି। ଗାଁ ଗାଁ ବୁଲିବା ସହ ଚା ଖଟିଠୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ଯାଉଛନ୍ତି। ଏହା ସହିତ ବିଭିନ୍ନ ଜିମ୍ ବୁଲିବା ସହ ଯୁବବର୍ଗଙ୍କ ସହ ମିଶୁଛନ୍ତି। ଲୋକେ ତାଙ୍କୁ ପୁଅ ଭଳି ଭାବିବା ସହ ତାଙ୍କୁ ପସନ୍ଦ କରୁଥିବା ସେ କହିଛନ୍ତି। ଜିଲ୍ଲାରେ ଦାଦନ ସମସ୍ୟା, ବେକାରୀ ସମସ୍ୟା, କଳକାରଙ୍କୁ ଗୋଟିଏ ଫିଲ୍ମ ଇଣ୍ଡଷ୍ଟ୍ରୀ ଦେବା ସହ  ଲୋକଙ୍କ ପାଇଁ ହେଉଥିବା ଯୋଜନା ତୃଣମୂଳସ୍ତରେ ପହଞ୍ଚାଇବା ଆଦି ପ୍ରସଙ୍ଗ ଉପରେ କାମ କରିବେ ବୋଲି ମନୋଜ କହିଥିଲେ। 

୨୦୨୪ ନିର୍ବାଚନ ପାଇଁ ବଲାଙ୍ଗୀର ଲୋକସଭା ଆସନରେ କଂଗ୍ରେସ ପକ୍ଷରୁ ମନୋଜ ମିଶ୍ର ଏବଂ ବିଜେପି ପକ୍ଷରୁ ବର୍ତ୍ତମାନ ସାଂସଦ ଥିବା ସଙ୍ଗୀତା କୁମାରୀ ସିଂ ଦେଓ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇ ନାହିଁ। ସଙ୍ଗୀତା ସିଂହ ଦେଓ ୧୯୯୮, ୧୯୯୯, ୨୦୦୪ ଓ ୨୦୧୯ରେ ନିର୍ବାଚନ ଜିତିଥିବା ବେଳେ ୨୦୦୯ ଓ ୨୦୧୪ରେ ବିଜେଡିର କଳିକେଶ ନାରାୟଣ ସିଂ ଦେଓ ଜିତିଥିଲେ। ତେବେ ଏଥର ଏହି ସଂସଦୀୟ କ୍ଷେତ୍ରରେ ତିନି ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା