ମିଠାରେ ୨୪ କ୍ୟାରେଟ୍ ସୁନା କାମ, ୧ କେଜି ‘ସୋନେରୀ ଭୋଗ’ର ଦାମ୍ ୧୪,୦୦୦ ଟଙ୍କା !
ମହାରାଷ୍ଟ୍ରରେ ପ୍ରତି ବର୍ଷ ଦୀପାବଳି ଅବସରରେ କିଛି ନୂଆ ପ୍ରକାରର ମିଠା ବଜାରକୁ ଆଣିବାର ପରମ୍ପରା ରହିଛି । ଏଥର ମଧ୍ୟ ଅମରାବତୀରେ ଜଣେ ଦୋକାନୀ ନିଆରା ମିଠା ‘ସୋନେରୀ ଭୋଗ’ ପ୍ରସ୍ତୁତ କରିଛନ୍ତି । ଏହାକୁ ବାଦାମ, କାଜୁ, କିସମିସ୍, ପିସ୍ତା ଆଦି ଡ୍ରାଏ ଫ୍ରୁଟ୍ସରେ ତିଆରି କରାଯାଇଛି । ଏତିକି ନୁହେଁ, ଏହି ମିଠାରେ ୨୪ କ୍ୟାରେଟ୍ ସୁନାର କାମ ମଧ୍ୟ ଚଢ଼ାଯାଇଛି । କେବଳ ଅମରାବତୀ ନୁହେଁ, ପୂରା ମହାରାଷ୍ଟ୍ରରେ ଏହି ମିଠାର […] The post ମିଠାରେ ୨୪ କ୍ୟାରେଟ୍ ସୁନା କାମ, ୧ କେଜି ‘ସୋନେରୀ ଭୋଗ’ର ଦାମ୍ ୧୪,୦୦୦ ଟଙ୍କା ! appeared first on KNews Odisha.

ମହାରାଷ୍ଟ୍ରରେ ପ୍ରତି ବର୍ଷ ଦୀପାବଳି ଅବସରରେ କିଛି ନୂଆ ପ୍ରକାରର ମିଠା ବଜାରକୁ ଆଣିବାର ପରମ୍ପରା ରହିଛି । ଏଥର ମଧ୍ୟ ଅମରାବତୀରେ ଜଣେ ଦୋକାନୀ ନିଆରା ମିଠା ‘ସୋନେରୀ ଭୋଗ’ ପ୍ରସ୍ତୁତ କରିଛନ୍ତି । ଏହାକୁ ବାଦାମ, କାଜୁ, କିସମିସ୍, ପିସ୍ତା ଆଦି ଡ୍ରାଏ ଫ୍ରୁଟ୍ସରେ ତିଆରି କରାଯାଇଛି । ଏତିକି ନୁହେଁ, ଏହି ମିଠାରେ ୨୪ କ୍ୟାରେଟ୍ ସୁନାର କାମ ମଧ୍ୟ ଚଢ଼ାଯାଇଛି । କେବଳ ଅମରାବତୀ ନୁହେଁ, ପୂରା ମହାରାଷ୍ଟ୍ରରେ ଏହି ମିଠାର ଡିମାଣ୍ଡ ଦେଖିବାକୁ ମିଳିଛି ।
୨୪ କ୍ୟାରେଟ୍ ସୁନା କାମ ଚଢ଼ାଯାଇଥିବା ଏହି ମିଠା ରଘୁବୀର ମିଠାଇ ନାମକ ଦୋକାନରେ ପ୍ରସ୍ତୁତ କରାଯାଇଛି । ‘ସୋନେରୀ ଭୋଗ’ର ଦାମ୍ ପ୍ରତି କିଲୋ ୧୪ ହଜାର ଟଙ୍କା ରଖାଯାଇଛି, ଯାହା ଗତ ବର୍ଷର ଦାମଠାରୁ ୩ ହଜାର ଟଙ୍କା ଅଧିକ । ସୁନାର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ପୂରା ମହାରାଷ୍ଟ୍ରରେ ଏହି ମିଠାର ଡିମାଣ୍ଡ ରହିଛି ।
ଦୋକାନୀ ଚନ୍ଦ୍ରକାନ୍ତ ପୋପଟ କୁହନ୍ତି, ଦୀପାବଳିରେ ସ୍ଵତନ୍ତ୍ର ମିଠା ପ୍ରସ୍ତୁତିର ପରମ୍ପରା ରହିଛି । ସୁନାର କାମ ହୋଇଥିବା ଏହି ମିଠା ଲୋକମାନଙ୍କୁ ବେଶ୍ ଆକର୍ଷିତ କରୁଛି । ଘରେ ଘରେ ଦୀପାବଳି ଅବସରରେ କିଛି ଖାସ୍ ପ୍ରକାର ମିଠାର ଚାହିଦା ରହିଥାଏ । ଏହି କାରଣରୁ ଏଥର ୨୪ କ୍ୟାରେଟ୍ ସୁନା କାମ ହୋଇଥିବା ‘ସୋନେରୀ ଭୋଗ’କୁ ବଜାରକୁ ଅଣାଯାଇଛି ।
ଏହି ଖାସ୍ ମିଠାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଖାସ୍ ଉତ୍ସାହ ମଧ୍ୟ ଦେଖାଯାଇଛି । ଅମରାବତୀର ବଜାରରେ ଏହାକୁ ଦେଖିବା ଏବଂ କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଛି ।
The post ମିଠାରେ ୨୪ କ୍ୟାରେଟ୍ ସୁନା କାମ, ୧ କେଜି ‘ସୋନେରୀ ଭୋଗ’ର ଦାମ୍ ୧୪,୦୦୦ ଟଙ୍କା ! appeared first on KNews Odisha.