ଉପରମୁହାଁ ହେଲାଣି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୩୬୩ ଟି ମାମଲା ରିପୋର୍ଟ
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ୍। ଆଜି ସୁଦ୍ଧ ଭାରତରେ ୩, ୭୫୮ଟି ସକ୍ରିୟ ମାମଲା ରହିଛି ।... The post ଉପରମୁହାଁ ହେଲାଣି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୩୬୩ ଟି ମାମଲା ରିପୋର୍ଟ appeared first on .
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ୍। ଆଜି ସୁଦ୍ଧ ଭାରତରେ ୩, ୭୫୮ଟି ସକ୍ରିୟ ମାମଲା ରହିଛି । ଗୋଟିଏ ଦିନ ପୂର୍ବେ ୩,୩୯୫ ଥିଲା। ୨୪ ଘଣ୍ଟା ମଧ୍ୟରେ ୩୬୩ ଟି ମାମଲା ରିପୋର୍ଟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବି ସୂଚନା ରହିଛି । କର୍ଣ୍ଣାଟକ ଏବଂ କେରଳରୁ ଜଣେ ଲେଖାଏଁ ମୃତ୍ୟୁ ରିପୋର୍ଟ ହୋଇଛି । ମୃତ ବ୍ୟକ୍ତି ଦୁଇ ଜଣ ଅନ୍ୟ ରୋଗରେ ବି ପୀଡିତ ଥିବା କୁହାଯାଇଛି । ଗତକାଲିଠାରୁ ଆଜି ପର୍ଯ୍ୟନ୍ତ କେରଳରେ ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୪୮୫ ଏବଂ ଦିଲ୍ଲୀରେ ୪୩୮ କୋଭିଡ-19 ମାମଲା ରହିଛି।
୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ୮୨ ଟି ନୂତନ ମାମଲା ରିପୋର୍ଟ ହୋଇଛି । ଯାହା ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ। ଏହା ପରେ କେରଳରେ ୬୪ ଏବଂ ଦିଲ୍ଲୀରେ ୬୧ ଟି ମାମଲା ରହିଛି।
The post ଉପରମୁହାଁ ହେଲାଣି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୩୬୩ ଟି ମାମଲା ରିପୋର୍ଟ appeared first on .