‘ଉପସଭାପତି ଦାୟିତ୍ଵ ମିଳିଥିବାରୁ ରାହୁଲଙ୍କୁ ଧନ୍ୟବାଦ, ମୋର ଦଳ ବଦଳାଇବାର ନାହିଁ’
ଭୁବନେଶ୍ବର: ବଦଳୁଛି ରାଜ୍ୟ କଂଗ୍ରେସର କାୟା କଳ୍ପ। ଫେବ୍ରୁଆରୀରେ ଭକ୍ତ ଚରଣ ଦାସଙ୍କୁ ପିସିସି ଅଧ୍ୟକ୍ଷ କରିବା ପରେ ମେ ୧୭ ତାରିଖରେ ଦଳର ଅନ୍ୟ ପଦାଧିକାରୀଙ୍କୁ ନିଯୁକ୍ତ କରିଛି ଏଆଇସିସି । ଏହି ନୂଆ ଟିମ୍ ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦଳ। ଟିମ୍ରେ କଂଗ୍ରେସ ବିଧାୟକ ତାରାବାହିନୀ ପତି ରହିଥିବାବେଳେ ତାଙ୍କୁ ମିଳିଛି ଉପସଭାପତି ଭଳି ଗୁରୁ ଦାୟିତ୍ବ । ତେବେ ଦାୟିତ୍ବ ମିଳିବା ପରେ ତାରାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ଏବଂ କଂଗ୍ରେସ ନେତା । ଏହି ଅବସରରେ ତାରା କହିଛନ୍ତି ‘‘ ଉପସଭାପତି ଭାବରେ ଦାଇତ୍ୱ ଦିଆଯାଇଥିବାରୁ ଏଆଇସିସି ଅଧ୍ୟକ୍ଷ ଏବଂ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ । ଆମର କଂଗ୍ରେସରେ ଜନ୍ମ ଆଉ କଂଗ୍ରେସରେ ମୃତ୍ୟୁ। ମୋର ଦଳ ବଦଳାଇବାର ନାହିଁ। ମୋର ଗ୍ରୁପିଜିମ୍ କରିବାର ନାହିଁ କିମ୍ବା ଅଭିଯୋଗ କରିବାର ନାହିଁ। କିମ୍ବା ଲୋକଙ୍କ ଭଳି ଅସନ୍ତୋଷ ବ୍ୟକ୍ତ କରିବାର ନାହିଁ। ଯାହାର ଉଦାହରଣ କଂଗ୍ରେସ ବିଧାୟକ ଦଳ ନେତା ପାଇଁ ମୁଁ ହକଦାର ଥିଲି। କିନ୍ତୁ ମୋତେ ଦିଆଗଲାନାହିଁ। ହେଲେ ମୁଁ କେବେ ଅଭିଯୋଗ କରିନି। ହେଲେ ବିଧାନସଭାରେ ଯେଉଁ କାର୍ଯ୍ୟ କରିବାର ଥିଲା ତାହା ମୁଁ କରୁଛି। ଯେମିତି ଲଢ଼ିବାର ଥିଲା ଲଢ଼ୁଛି। ମତେ ପଦ ପଦବୀର ଆବଶ୍ୟକତା ନାହିଁ। ମତେ କେବଳ ସଂଗଠନ ଦରକାର। ’’ସେହ ଆହୁରି ମଧ୍ୟ କହିଛନ୍ତି ‘‘ପିସିସି ସଭାପତିଙ୍କୁ ଧନ
ଭୁବନେଶ୍ବର: ବଦଳୁଛି ରାଜ୍ୟ କଂଗ୍ରେସର କାୟା କଳ୍ପ। ଫେବ୍ରୁଆରୀରେ ଭକ୍ତ ଚରଣ ଦାସଙ୍କୁ ପିସିସି ଅଧ୍ୟକ୍ଷ କରିବା ପରେ ମେ ୧୭ ତାରିଖରେ ଦଳର ଅନ୍ୟ ପଦାଧିକାରୀଙ୍କୁ ନିଯୁକ୍ତ କରିଛି ଏଆଇସିସି । ଏହି ନୂଆ ଟିମ୍ ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦଳ। ଟିମ୍ରେ କଂଗ୍ରେସ ବିଧାୟକ ତାରାବାହିନୀ ପତି ରହିଥିବାବେଳେ ତାଙ୍କୁ ମିଳିଛି ଉପସଭାପତି ଭଳି ଗୁରୁ ଦାୟିତ୍ବ ।
ତେବେ ଦାୟିତ୍ବ ମିଳିବା ପରେ ତାରାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ଏବଂ କଂଗ୍ରେସ ନେତା । ଏହି ଅବସରରେ ତାରା କହିଛନ୍ତି ‘‘ ଉପସଭାପତି ଭାବରେ ଦାଇତ୍ୱ ଦିଆଯାଇଥିବାରୁ ଏଆଇସିସି ଅଧ୍ୟକ୍ଷ ଏବଂ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ । ଆମର କଂଗ୍ରେସରେ ଜନ୍ମ ଆଉ କଂଗ୍ରେସରେ ମୃତ୍ୟୁ। ମୋର ଦଳ ବଦଳାଇବାର ନାହିଁ। ମୋର ଗ୍ରୁପିଜିମ୍ କରିବାର ନାହିଁ କିମ୍ବା ଅଭିଯୋଗ କରିବାର ନାହିଁ। କିମ୍ବା ଲୋକଙ୍କ ଭଳି ଅସନ୍ତୋଷ ବ୍ୟକ୍ତ କରିବାର ନାହିଁ। ଯାହାର ଉଦାହରଣ କଂଗ୍ରେସ ବିଧାୟକ ଦଳ ନେତା ପାଇଁ ମୁଁ ହକଦାର ଥିଲି। କିନ୍ତୁ ମୋତେ ଦିଆଗଲାନାହିଁ। ହେଲେ ମୁଁ କେବେ ଅଭିଯୋଗ କରିନି। ହେଲେ ବିଧାନସଭାରେ ଯେଉଁ କାର୍ଯ୍ୟ କରିବାର ଥିଲା ତାହା ମୁଁ କରୁଛି। ଯେମିତି ଲଢ଼ିବାର ଥିଲା ଲଢ଼ୁଛି। ମତେ ପଦ ପଦବୀର ଆବଶ୍ୟକତା ନାହିଁ। ମତେ କେବଳ ସଂଗଠନ ଦରକାର। ’’
ସେହ ଆହୁରି ମଧ୍ୟ କହିଛନ୍ତି ‘‘ପିସିସି ସଭାପତିଙ୍କୁ ଧନ୍ୟବାଦ, କାହା କଥାରେ ନୁହେଁ ନିଜେ ତର୍ଜମା କରି ନେତାମାନଙ୍କୁ କମିଟିରେ ସ୍ଥାନ ଦେଇଛନ୍ତି। ଏବେ ଛୋଟ କମିଟି ହେଉଛି, ଆବଶ୍ୟକ ପଡ଼ିଲେ କମିଟିକୁ ବର୍ଦ୍ଧିତ କରାଯିବ। ପଞ୍ଚାୟତ ନିର୍ବାଚନରେ ଆମେ ଭଲ ପଦର୍ଶନ କରିବୁ।’’
ସୂଚନାଯୋଗ୍ୟ, ଭକ୍ତଙ୍କ ନୂଆ ଟିମରେ ୭ ଜଣ ଉପସଭାପତି ଥିବାବେଳେ ୧୦ ଜଣ ସଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକ ରହିଛନ୍ତି । ୧୪ ବିଧାୟକ ଭିତରୁ ୧୦ଜଣଙ୍କୁ ଭକ୍ତ ତାଙ୍କ ନିଜ ଟିମରେ ରଖିଥିବା ବେଳେ ତାଙ୍କ ପୁଅ ତଥା ବିଧାୟକ ସାଗର ଦାସ, ଏକ ମାତ୍ର ମହିଳା ବିଧାୟିକା ସୋଫିଆ ଫିର୍ଦ୍ଦୋଶ ଏବଂ ଦାସରଥୀ ଗମାଙ୍ଗ ଭକ୍ତଙ୍କ ନୂଆ ଟିମରୁ ବାଦ ପଡିଛନ୍ତି । ନୂଆ ଟିମ୍କୁ ନେଇ ଦଳର କିଛି ପରୁଖା ନେତାଙ୍କ ଭିତରେ ଅସନ୍ତୋଷର ଦାନା ବାନ୍ଧିଛି । ଭକ୍ତଙ୍କ ଟିମରେ ସ୍ଥାନ ପାଇନାହାନ୍ତି ବିଧାୟକ । ଏମିତିକି ନିଜ ପୁଅ ତଥା ବିଧାୟକ ସାଗର ଦାସଙ୍କୁ ମଧ୍ୟ ଟିମ୍ରୁ ଦୂରେଇ ରଖିଛନ୍ତି ଭକ୍ତ ଦାସ ।