ବିହାର ସାରଣରେ ନିର୍ବାଚନୀ ହିଂସା; ୨ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ, ଜଣେ ମୃତ, ୨ ଗୁରୁତର
ନୂଆଦିଲ୍ଲୀ: ବିହାରରେ ନିର୍ବାଚନୀ ହିଂସା । ସୋମବାର ସାରଣ ଲୋକସଭା ଆସନରେ ମତଦାନ ପରେ ହିଂସାକାଣ୍ଡ ଘଟିଛି । ଏହି ଆସନରେ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ପକ୍ଷରୁ ରୋହିଣୀ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଛନ୍ତି । ଭୋଟିଂ ସରିବା ପରେ ସେ ଛପ୍ରା ସହରର ଯେଉଁ ବୁଥରେ ପହଞ୍ଚିଥିଲେ, ସେଠାରେ ହଙ୍ଗାମା ହୋଇଥିଲା । ଏହି ମାମଲାରେ ବିବାଦ ବଢ଼ିବା ପରେ ସାରଣରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିକାଣ୍ଡରେ ୩ଜଣଙ୍କ ଉପରେ ଗୁଳି ବାଜିଛି । ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ୨ଜଣ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଗୁଳିକାଣ୍ଡ ଘଟଣା ପରେ ଛପ୍ରାର ଭିକାରୀ ଠାକୁର ଚୌକରେ ନିକଟରେ ଭିଡ଼ ନିୟନ୍ତ୍ରଣ ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସ୍ଥାନୀୟ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସୂଚନା ଅନୁଯାୟୀ, ସୋମବାର ନିର୍ବାଚନ ବେଳେ ଆରଜେଡି ପ୍ରାର୍ଥୀ ରୋହିଣୀ ଆଚାର୍ଯ୍ୟ ବୁଥ ନଂ ୧୧୮ରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି, ରୋହିଣୀ ଆଚାର୍ଯ୍ୟ ବୁଥରେ ପହଞ୍ଚି ମତଦାତାଙ୍କ ସହିତ ଖରାପ ବ୍ୟବହାର ଦେଖାଇଥିଲେ । ତାଙ୍କ ସହିତ ଥିବା ସମର୍ଥକ ମଧ୍ୟରେ ଗୁଣ୍ଡାଗର୍ଦ୍ଦି କରିଥିଲେ । ପରେ ଲୋକଙ୍କ ଭଡ଼ି ଦେଖିବା ସେଠାରୁ
ନୂଆଦିଲ୍ଲୀ: ବିହାରରେ ନିର୍ବାଚନୀ ହିଂସା । ସୋମବାର ସାରଣ ଲୋକସଭା ଆସନରେ ମତଦାନ ପରେ ହିଂସାକାଣ୍ଡ ଘଟିଛି । ଏହି ଆସନରେ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ପକ୍ଷରୁ ରୋହିଣୀ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଛନ୍ତି । ଭୋଟିଂ ସରିବା ପରେ ସେ ଛପ୍ରା ସହରର ଯେଉଁ ବୁଥରେ ପହଞ୍ଚିଥିଲେ, ସେଠାରେ ହଙ୍ଗାମା ହୋଇଥିଲା ।
ଏହି ମାମଲାରେ ବିବାଦ ବଢ଼ିବା ପରେ ସାରଣରେ ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିକାଣ୍ଡରେ ୩ଜଣଙ୍କ ଉପରେ ଗୁଳି ବାଜିଛି । ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ୨ଜଣ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଏହି ଗୁଳିକାଣ୍ଡ ଘଟଣା ପରେ ଛପ୍ରାର ଭିକାରୀ ଠାକୁର ଚୌକରେ ନିକଟରେ ଭିଡ଼ ନିୟନ୍ତ୍ରଣ ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସ୍ଥାନୀୟ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଅଞ୍ଚଳରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।
ସୂଚନା ଅନୁଯାୟୀ, ସୋମବାର ନିର୍ବାଚନ ବେଳେ ଆରଜେଡି ପ୍ରାର୍ଥୀ ରୋହିଣୀ ଆଚାର୍ଯ୍ୟ ବୁଥ ନଂ ୧୧୮ରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି, ରୋହିଣୀ ଆଚାର୍ଯ୍ୟ ବୁଥରେ ପହଞ୍ଚି ମତଦାତାଙ୍କ ସହିତ ଖରାପ ବ୍ୟବହାର ଦେଖାଇଥିଲେ । ତାଙ୍କ ସହିତ ଥିବା ସମର୍ଥକ ମଧ୍ୟରେ ଗୁଣ୍ଡାଗର୍ଦ୍ଦି କରିଥିଲେ । ପରେ ଲୋକଙ୍କ ଭଡ଼ି ଦେଖିବା ସେଠାରୁ ରୋହିଣୀ ପଳାଇଯାଇଥିଲେ । ହେଲେ ମଙ୍ଗଳବାର ପୁଣି ଥରେ ବିବାଦ ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି ।