ଉପସ୍ଥାପନ ହେଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ; ମୁଣ୍ଡପିଛା ଆୟ ଏତିକି ଟଙ୍କା

ଭୁବନେଶ୍ୱର,୨୪ା୭: ଓଡ଼ିଶାରେ ଭାଜପା ସରକାର ଆସିବା ପରେ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୫ ତାରିଖରେ ଆଗତ ହେବ ନୂଆ ସରକାରର ପ୍ରଥମ ବଜେଟ। ଏହା ପୂର୍ବରୁ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା ହୋଇଛି। ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା ବୋଲି ଜଣା ପଡ଼ିଛି। ଯାହା ଭାରତର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ଠାରୁ ୧୨.୪% ପ୍ରତିଶତ କମ୍। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ […] The post ଉପସ୍ଥାପନ ହେଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ; ମୁଣ୍ଡପିଛା ଆୟ ଏତିକି ଟଙ୍କା appeared first on Dharitri Odia News.

ଉପସ୍ଥାପନ ହେଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ; ମୁଣ୍ଡପିଛା ଆୟ ଏତିକି ଟଙ୍କା

ଭୁବନେଶ୍ୱର,୨୪ା୭: ଓଡ଼ିଶାରେ ଭାଜପା ସରକାର ଆସିବା ପରେ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୫ ତାରିଖରେ ଆଗତ ହେବ ନୂଆ ସରକାରର ପ୍ରଥମ ବଜେଟ। ଏହା ପୂର୍ବରୁ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା ହୋଇଛି।

ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା ବୋଲି ଜଣା ପଡ଼ିଛି। ଯାହା ଭାରତର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ଠାରୁ ୧୨.୪% ପ୍ରତିଶତ କମ୍। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ସିଜିଆର ରେ ବୃଦ୍ଧି ପାଇଥିବା ବେଳେ ୧୭ ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ ରେ ୧୧ ତମ ସ୍ଥାନରେ ରହିଛି।

ନାଗରିକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ଏବଂ ବିକଶିତ ଭାରତର ଲକ୍ଷ୍ୟ ସାଧନ ପାଇଁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ରାଜ୍ୟ ଏହାର ବିକାଶମୂଳକ ଏବଂ ଅଭିବୃଦ୍ଧି ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପର୍ତୁଶୃତିବଦ୍ଧ ବୋଲି ସରକାର କହିଛନ୍ତି।

ଅଗ୍ରୀମ ଆକଳନ ଅନୁଯାୟୀ ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ୨୦୨୨-୨୩ ରେ ରାଜ୍ୟର ଅଭିବୃଦ୍ଧି ହାର ଥିଲା ୭.୯ ପ୍ରତିଶତ। ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି।

 

The post ଉପସ୍ଥାପନ ହେଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ; ମୁଣ୍ଡପିଛା ଆୟ ଏତିକି ଟଙ୍କା appeared first on Dharitri Odia News.