ବଜାରରେ ବଜାଜ୍ ପଲ୍ସର ଏନ୍ଏସ୍୪୦୦ଜେଡ୍
ଭୁବନେଶ୍ୱର,୧୧।୭ (ଅଭୟ ଦାଶ): ବଜାଜ୍ ଅଟୋ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ପଲ୍ସର ଏନ୍ଏସ୍୪୦୦ଜେଡ୍’ର ସର୍ବଭାରତୀୟ ଅନାବରଣ (ଉନ୍ମୋଚନ) ନିକଟରେ ହୋଇଯାଇଛି। ଏପରିକି କମ୍ପାନୀର ଏହି ନୂତନ ମଡେଲର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍ ପକ୍ଷରୁ ବୁଧବାର କଟକର ଗ୍ରାଣ୍ଡ ବଜାରଠାରେ ଏକ ମେଗା ବିତରଣ ଓ ଅନାବରଣ ଉତ୍ସବ ଆୟୋଜିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ବଜାର ଅଟୋ ଲିମିଟେଡ୍ର ସ୍ବୀକୃତିପ୍ରାପ୍ତ ଡିଲର୍ସ ଆନୂକୁଲ୍ୟରେ […] The post ବଜାରରେ ବଜାଜ୍ ପଲ୍ସର ଏନ୍ଏସ୍୪୦୦ଜେଡ୍ appeared first on Dharitri Odia News.
ଭୁବନେଶ୍ୱର,୧୧।୭ (ଅଭୟ ଦାଶ): ବଜାଜ୍ ଅଟୋ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ପଲ୍ସର ଏନ୍ଏସ୍୪୦୦ଜେଡ୍’ର ସର୍ବଭାରତୀୟ ଅନାବରଣ (ଉନ୍ମୋଚନ) ନିକଟରେ ହୋଇଯାଇଛି। ଏପରିକି କମ୍ପାନୀର ଏହି ନୂତନ ମଡେଲର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍ ପକ୍ଷରୁ ବୁଧବାର କଟକର ଗ୍ରାଣ୍ଡ ବଜାରଠାରେ ଏକ ମେଗା ବିତରଣ ଓ ଅନାବରଣ ଉତ୍ସବ ଆୟୋଜିତ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ବଜାର ଅଟୋ ଲିମିଟେଡ୍ର ସ୍ବୀକୃତିପ୍ରାପ୍ତ ଡିଲର୍ସ ଆନୂକୁଲ୍ୟରେ ବୁଧବାର ଏହି ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବଜାଜ ଅଟୋ ଲିମିଟେଡ୍ ଆର୍ଏମ୍ ସେଲ୍ସ ଓଡ଼ିଶା କଲ୍ୟାଣ ରେଡ୍ଡୀ, ଆର୍ଏମ୍ ସର୍ଭିସ୍ ଓଡ଼ିଶା ଇଲିଣ୍ଡା ସମ୍ପଦ କୁମାରଙ୍କ ସମେତ ସୁଶାନ୍ତ ମହାରଣା (ଭାରତ ବଜାଜ୍ ଭୁବନେଶ୍ୱର), ମନ୍ସୁର ବକ୍ସ (ଏମ୍ଏସ୍ବି ବଜାଜ୍ ଭୁବନେଶ୍ୱର),ସୌରଭ ଅଗ୍ରଓ୍ବାଲ (ସୁରଜ ବଜାଜ୍, କଟକ) ଏବଂ ଜଣାଶୁଣା ବାଇକର ସଜଲ ସେଟ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଅପରପକ୍ଷରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଯଥା ଭାରତ ବଜାଜ୍ ଭୁବନେଶ୍ୱର, ଏମ୍ଏସ୍ବି ବଜାଜ ଭୁବନେଶ୍ୱର ଏବଂ ସୁରଜ ବଜାଜ କଟକର ୫୧ ଜଣ ଅଗ୍ରିମ ବୁକିଂ ଗ୍ରାହକଙ୍କୁ ଅତିଥିମାନେ ‘ପଲ୍ସର ଏନ୍ଏସ୍୪୦୦ଜେଡ୍’ର ବିତରଣ ସହିତ ଚାବି ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ବଜାଜ୍ ପଲ୍ସର ଏନ୍ଏସ୍୪୦୦ଜେଡ୍ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ବର୍ତ୍ତମାନ ସମୟର ସମସ୍ତ ଫିଚର ସାମିଲ ରହିଛି। ଏପରିକି ଏହି ମଡେଲ ୪ଟି ଆକର୍ଷଣୀୟ କଲରରେ ଉପଲବ୍ଧ ହେଉଥିଲାବେଳେ ଏହାର ବଜାର ମୂଲ୍ୟ (ଭୁବନେଶ୍ୱର ଏକ୍ସ ଶୋ’ରୁମ୍) ୧,୮୫,୭୯୧ ଟଙ୍କା ରହିଛି।
The post ବଜାରରେ ବଜାଜ୍ ପଲ୍ସର ଏନ୍ଏସ୍୪୦୦ଜେଡ୍ appeared first on Dharitri Odia News.