ଓଡ଼ିଶା ଜଳସାଥି ମହାସଂଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର, ପ୍ରତିଶ୍ରୁତି ଦେଇ ବିଧାୟକ କହିଲେ…
ଭଞ୍ଜନଗର,୪।୩(ବାବୁଲା ପ୍ରଧାନ): ଓଡ଼ିଶା ଜଳସାଥି ମହାସଂଘ ଭଞ୍ଜନଗର ଶାଖା ପକ୍ଷରୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ୨୦ ଦଫା ସମ୍ବଳିତ ଏକ ଦାବିପତ୍ର ମଙ୍ଗଳବାର ପ୍ରଦାନ କରାଯାଇଛି । ସଙ୍ଘର ଭଞ୍ଜନଗର ଶାଖା ନେତ୍ରୀ କଲ୍ୟାଣୀ ଗୌଡ, ସୁଗ୍ୟାନି ଗୌଡ, ସସ୍ମିତା ସାଇଁ ପ୍ରମୁଖ ବିଧାୟକଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଦାବି ଗୁଡ଼ିକ ହେଲା ରାଜ୍ୟର ବିଭିନ୍ନ ପୌର ପରିଷଦ ଗୁଡ଼ିକରେ କାର୍ଯ୍ୟରତ ଥିବା ୮୬୦ ଜଳସାଥିଙ୍କୁ ନିୟମିତ କରାଯାଉ। ବୋନସ ପ୍ରଦାନ କରାଯାଉ। ମୁତ୍ୟୁ […] The post ଓଡ଼ିଶା ଜଳସାଥି ମହାସଂଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର, ପ୍ରତିଶ୍ରୁତି ଦେଇ ବିଧାୟକ କହିଲେ… appeared first on Dharitri Odia News.
ଭଞ୍ଜନଗର,୪।୩(ବାବୁଲା ପ୍ରଧାନ): ଓଡ଼ିଶା ଜଳସାଥି ମହାସଂଘ ଭଞ୍ଜନଗର ଶାଖା ପକ୍ଷରୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ୨୦ ଦଫା ସମ୍ବଳିତ ଏକ ଦାବିପତ୍ର ମଙ୍ଗଳବାର ପ୍ରଦାନ କରାଯାଇଛି । ସଙ୍ଘର ଭଞ୍ଜନଗର ଶାଖା ନେତ୍ରୀ କଲ୍ୟାଣୀ ଗୌଡ, ସୁଗ୍ୟାନି ଗୌଡ, ସସ୍ମିତା ସାଇଁ ପ୍ରମୁଖ ବିଧାୟକଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଦାବି ଗୁଡ଼ିକ ହେଲା ରାଜ୍ୟର ବିଭିନ୍ନ ପୌର ପରିଷଦ ଗୁଡ଼ିକରେ କାର୍ଯ୍ୟରତ ଥିବା ୮୬୦ ଜଳସାଥିଙ୍କୁ ନିୟମିତ କରାଯାଉ। ବୋନସ ପ୍ରଦାନ କରାଯାଉ। ମୁତ୍ୟୁ କାଳୀନ ସହାୟତା ୧୦ ଲକ୍ଷ ପ୍ରଦାନ, ମିଟର ରଡିଂ ଚାର୍ଜ ୨୦ ଟଙ୍କା କରିବା, ଜଳସାଥି ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା, ଚାକିରିର ସ୍ଥାୟୀତ୍ୱ ଘୋଷଣା ପାଇଁ ବିଧାୟକଙ୍କୁ ନିବେଦନ କରିଥିଲେ। ଏହି ସମୟରେ ବିଧାୟକ ନାୟକ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଆଗାମୀ ଦିନରେ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି।
The post ଓଡ଼ିଶା ଜଳସାଥି ମହାସଂଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର, ପ୍ରତିଶ୍ରୁତି ଦେଇ ବିଧାୟକ କହିଲେ… appeared first on Dharitri Odia News.