ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟ୍କା: ପ୍ରଥମ ମ୍ୟାଚ୍ରୁ ବାଦ୍ ପଡିପାରନ୍ତି ଏହି ଖେଳାଳି
ନୂଆଦିଲ୍ଲୀ,୮।୩: ଆଇପିଏଲ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ସମସ୍ୟା ଦୂର ହେବାର ନାଁ ଧରୁନି।ପ୍ରଥମେ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡିଥିଲେ। ତା’ପରେ ମୁଖ୍ୟ ଦ୍ରୁତ ବୋଲର ମହମ୍ମଦ ଶାମି ପୁରା ଟୁର୍ନାମେଣ୍ଟରୁ ବାଦ ପଡିଥିଲେ। ବର୍ତ୍ତମାନ ଦଳ ଆଉ ଏକ ବଡ଼ ଝଟ୍କା ଲାଗିଛି। ଦଳର ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ ଆଇପିଏଲ ୨୦୨୪ରେ ଗୁଜରାଟ ପାଇଁ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି। ୱେଡ ଆଇପିଏଲ ୨୦୨୨ରୁ ଗୁଜରାଟ ଟାଇଟାନ୍ସର ଏକ ଅଂଶ। ମେଗା ନିଲାମରେ […] The post ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟ୍କା: ପ୍ରଥମ ମ୍ୟାଚ୍ରୁ ବାଦ୍ ପଡିପାରନ୍ତି ଏହି ଖେଳାଳି appeared first on Dharitri Odia News.
ନୂଆଦିଲ୍ଲୀ,୮।୩: ଆଇପିଏଲ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ସମସ୍ୟା ଦୂର ହେବାର ନାଁ ଧରୁନି।ପ୍ରଥମେ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡିଥିଲେ। ତା’ପରେ ମୁଖ୍ୟ ଦ୍ରୁତ ବୋଲର ମହମ୍ମଦ ଶାମି ପୁରା ଟୁର୍ନାମେଣ୍ଟରୁ ବାଦ ପଡିଥିଲେ। ବର୍ତ୍ତମାନ ଦଳ ଆଉ ଏକ ବଡ଼ ଝଟ୍କା ଲାଗିଛି। ଦଳର ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ ଆଇପିଏଲ ୨୦୨୪ରେ ଗୁଜରାଟ ପାଇଁ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିପାରନ୍ତି।
ୱେଡ ଆଇପିଏଲ ୨୦୨୨ରୁ ଗୁଜରାଟ ଟାଇଟାନ୍ସର ଏକ ଅଂଶ। ମେଗା ନିଲାମରେ ଗୁଜୁରାଟ ଅଷ୍ଟ୍ରେଲୀୟ ଉଇକେଟ କିପର ବ୍ୟାଟରଙ୍କୁ ୨.୪୦ କୋଟି ଟଙ୍କାରେ କିଣିଛି। ସେବେଠାରୁ ସେ ଦଳର କ୍ରମାଗତ ଅଂଶ ହୋଇଆସୁଛନ୍ତି।
ଗୁଜରାଟ ଦଳ ମହମ୍ମଦ ଶାମିଙ୍କ ରୂପରେ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଶାମି ପୁରା ଟୁର୍ନାମେଣ୍ଟରୁ ବାହାରେ ଅଛନ୍ତି। ନିକଟରେ ସେ ଅସ୍ତ୍ରୋପଚାର କରିଛନ୍ତି। ଗତ ସିଜନରେ ଶାମି କେବଳ ଗୁଜରାଟରେ ନୁହେଁ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିଲେ।
The post ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟ୍କା: ପ୍ରଥମ ମ୍ୟାଚ୍ରୁ ବାଦ୍ ପଡିପାରନ୍ତି ଏହି ଖେଳାଳି appeared first on Dharitri Odia News.