ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ

ଝରିଗାଁ,୧୮ା୪(କିଶୋର ଚନ୍ଦ୍ର ମଣ୍ଡଳ): କାଳବୈଶାଖୀ ପ୍ରଭାବରେ ଝରିଗାଁ ସଦରମହକୁମାସ୍ଥିତ ଶିରାଗୁଡ଼ା ସାହିଠାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି ରାସ୍ତା ଦେଇ ପ୍ରାୟ ଘଣ୍ଟାଏ ଧରି ଯାତାୟାତ ଠପ୍‌ ହୋଇଯାଇଥିଲା। ବର୍ଷା ପବନ କମିବାରୁ ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର ଅପରାହ୍ନରେ କାଳବେଶାଖୀ ପ୍ରଭାବରେ ଝରଗାଁ ବ୍ଲକ ସଦରମହକୁମଠାରେ ପ୍ରବଳ ବେଗରେ ପବନ ବହିବା […] The post ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ appeared first on Dharitri Odia News.

ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ

ଝରିଗାଁ,୧୮ା୪(କିଶୋର ଚନ୍ଦ୍ର ମଣ୍ଡଳ): କାଳବୈଶାଖୀ ପ୍ରଭାବରେ ଝରିଗାଁ ସଦରମହକୁମାସ୍ଥିତ ଶିରାଗୁଡ଼ା ସାହିଠାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି ରାସ୍ତା ଦେଇ ପ୍ରାୟ ଘଣ୍ଟାଏ ଧରି ଯାତାୟାତ ଠପ୍‌ ହୋଇଯାଇଥିଲା। ବର୍ଷା ପବନ କମିବାରୁ ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି।

ସୂଚନାନୁଯାୟୀ, ଶୁକ୍ରବାର ଅପରାହ୍ନରେ କାଳବେଶାଖୀ ପ୍ରଭାବରେ ଝରଗାଁ ବ୍ଲକ ସଦରମହକୁମଠାରେ ପ୍ରବଳ ବେଗରେ ପବନ ବହିବା ସହିତ ବର୍ଷା ହୋଇଥିଲା। ପ୍ରବଳ ବେଗରେ ପବନ ବହିବାରୁ ଶିରାଗୁଡ଼ା ସାହି ନିକଟରେ ଗୋଟିଏ ଗଛମୂଳରୁ ଉପୁଡ଼ି ଯାଇ ରାସ୍ତା ଉପରେ ପଡ଼ିଥିଲା। ଫଳରେ ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।

ସେହିପରି ଜଗନ୍ନାଥ ମନ୍ଦିର ନିକଟରେ ମଧ୍ୟ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥଲା। ଝରିଗାଁ ଅଗ୍ନିଶମ ବିଭାଗର ଅଧିକାରୀ ଭୋଳାନାଥ ମାଝୀଙ୍କ ନେତୃତ୍ୱରେ କର୍ମଚାରୀ ପ୍ରଶାନ୍ତ ସାହୁ, ଡୋଳାମଣି ମାଝୀ, ଅଜିତ ଭୋଇ, ପଦ୍ମନ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ଗଛ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ସେହିପରି ଗଛପଡ଼ି ଛିଣ୍ଡି ଯାଇଥିବା ବିଦ୍ୟୁତତାରଗୁଡ଼ିକୁ ସଂପୃକ୍ତ ବିଭାଗର କର୍ମଚାରୀମାନେ ମରାମତି କରିଥିଲେ।

The post ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ବଡ଼ବଡ଼ ଗଛ appeared first on Dharitri Odia News.