ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର
ନନ୍ଦିଘୋଷ ବ୍ୟୁରୋ: ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର। ନିୟମିତ ଡାକ୍ତର ନଥିବାରୁ... The post ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର appeared first on .
ନନ୍ଦିଘୋଷ ବ୍ୟୁରୋ: ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର। ନିୟମିତ ଡାକ୍ତର ନଥିବାରୁ ଅଚଳ ହୋଇ ପଡିରହିଛି ବୌଦ୍ଧ ହରଭଙ୍ଗା ବ୍ଲକର ଦୁଇ ଦୁଇଟି ହୋମିଓପ୍ୟାଥିକ ଡାକ୍ତରଖାନା। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୫୦ଖଣ୍ଡ ଗାଁର ରୋଗୀ। ଅନ୍ୟପଟେ ଡାକ୍ତରଖାନାକୁ ଡାକ୍ତର ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
କୋଠାରେ ଲାଗିଛି ନୂତନ ରଙ୍ଗ । ଆଉ ବଡ ବଡ ଅକ୍ଷରରେ ଲେଖାଯାଇଛି ସରକାରୀ ହୋମିଓପ୍ଯାଥିକ ଚିକିତ୍ସାଳୟ। ଏହିଭଳି ପ୍ରତିବର୍ଷ ଚିକିତ୍ସାକେନ୍ଦ୍ରରେ ନୂତନ ରଙ୍ଗ ହୁଏ ନାମ ବି ଲେଖାଯାଏ। ଆଉ ବିଲ କରି ଠିକାଦାର ମାଲେମାଲ ହୁଏ । କିନ୍ତୁ ବର୍ଷ ବର୍ଷ ଧରି ଚିକିତ୍ସାକେନ୍ଦ୍ରରେ ଡାକ୍ତରଙ୍କ ଦେଖାମିଳେନି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ରର ଦୃଶ୍ୟ। ସେହିଭଳି ବୌଦ୍ଧ ହରଭଙ୍ଗା କୁସଙ୍ଗ ଗାଁର ଆଉ ଏକ ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ର। ସେଠି ବି ସେଇ ସମାନ ଅବସ୍ଥା। ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଡାକ୍ତର ଅଛନ୍ତି ନା ହସ୍ପିଟାଲ ମରାମତି ହେଉଛି। ଏଠି ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ହୋମିଓପ୍ୟାଥିକ ଔଷଧ । ଫଳରେ ରୋଗୀମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।
୧୯୭୧ ମସିହାରେ ମାଧପୁର ଓ ୧୯୯୨ ମସିହାରେ କୁସଙ୍ଗ ଠାରେ ରାଜ୍ୟ ସରକାର ହୋମିଓପ୍ୟାଥିକ ଚିକିତ୍ସାକେନ୍ଦ୍ର ସ୍ଥାପନ କରିଥିଲେ । ପ୍ରଥମେ କିଛି ବର୍ଷ ତ ଲୋକେ ଉତ୍ତମ ଚିକିତ୍ସାସେବା ପାଇବା ସହ ଡାକ୍ତର ମଧ୍ୟ ନିୟମିତ ଆସି ଚିକିତ୍ସା କରୁଥିଲେ। କିନ୍ତୁ କିଛି ବର୍ଷ ପରେ ଦୁଇଟି ଯାକ ଡାକ୍ତରଖାନା ଭୁତ କୋଠି ପାଲଟିଗଲା। ବହୁବାର ଜିଲ୍ଲାପାଳଙ୍କ ଜନଶୁଣାଣିରେ ଗ୍ରାମବସୀ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ ଫଳ ଶୂନ । ଯାହା ଏବେ ଜନସାଧାରଣଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।
The post ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର appeared first on .