ଉପେନ୍ଦ୍ର ଦ୍ବିବେଦୀ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ନୂଆ ସ୍ଥଳସେନା ମୁଖ୍ୟ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ସରକାର ଦ୍ବିବେଦୀଙ୍କୁ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ଦ୍ବିବେଦୀ ଏବେ ସ୍ଥଳସେନାର ଉପମୁଖ୍ୟ ଥିବାବେଳେ ଆସନ୍ତା ଜୁନ୍ ୩୦ ତାରିଖରୁ ସେ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ମନୋଜ ସି ପାଣ୍ଡେଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍ ୩୦ ତାରିଖରେ ଶେଷ ହେଉଛି। ଚଳିତବର୍ଷ ଫେବ୍ରୁଆରି ୧୯ରେ ସେ ସ୍ଥଳସେନା […]

ଉପେନ୍ଦ୍ର ଦ୍ବିବେଦୀ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ନୂଆ ସ୍ଥଳସେନା ମୁଖ୍ୟ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ସରକାର ଦ୍ବିବେଦୀଙ୍କୁ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ଦ୍ବିବେଦୀ ଏବେ ସ୍ଥଳସେନାର ଉପମୁଖ୍ୟ ଥିବାବେଳେ ଆସନ୍ତା ଜୁନ୍ ୩୦ ତାରିଖରୁ ସେ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ମନୋଜ ସି ପାଣ୍ଡେଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍ ୩୦ ତାରିଖରେ ଶେଷ ହେଉଛି।
ଚଳିତବର୍ଷ ଫେବ୍ରୁଆରି ୧୯ରେ ସେ ସ୍ଥଳସେନା ଉପମୁଖ୍ୟ ଦାୟିତ୍ବ ନେଇଥିଲେ। ମଧ୍ୟପ୍ରଦେଶ ରେୱାସ୍ଥିତ ସୈନିକ ସ୍କୁଲର ସେ ଆଲୁମ୍ନି। ୧୯୮୪ରେ ସେ ୧୮ ଜମ୍ମୁ-କଶ୍ମୀର ରାଇଫଲ୍ସରେ ଯୋଗଦେଇଥିଲେ। ସେନାରେ ଦୀର୍ଘ ୩୯ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।