ଉଫୁଳା ପଞ୍ଚାୟତ ସଭାଗୃହରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ସାମାଜିକ ସମୀକ୍ଷା ଆରମ୍ଭ
ବୀରମହାରାଜପୁର (ସୌମିତ୍ରି ମେହେର) ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ଅଧ୍ୟକ୍ଷତା ରେ ଉଫୁଲା ପଂଚାୟତ ସଭାଗୃହ ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସାମାଜିକ ସୁରକ୍ଷା ସୁପରିଚାଳନା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ନିଷ୍ପତ୍ତି ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ହିତାଧିକାରୀ ଙ୍କ ଘରକୁ ଘର ପରିଦର୍ଶନ 4 ଦିନ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କ୍ଷେତ୍ର […] The post ଉଫୁଳା ପଞ୍ଚାୟତ ସଭାଗୃହରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ସାମାଜିକ ସମୀକ୍ଷା ଆରମ୍ଭ appeared first on Odisha.News.

ବୀରମହାରାଜପୁର (ସୌମିତ୍ରି ମେହେର)
ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ଅଧ୍ୟକ୍ଷତା ରେ ଉଫୁଲା ପଂଚାୟତ ସଭାଗୃହ ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସାମାଜିକ ସୁରକ୍ଷା ସୁପରିଚାଳନା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ନିଷ୍ପତ୍ତି ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ହିତାଧିକାରୀ ଙ୍କ ଘରକୁ ଘର ପରିଦର୍ଶନ 4 ଦିନ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କ୍ଷେତ୍ର ପରିଦର୍ଶନ 7 ଦିନ ଗ୍ରାମ୍ୟ ସମ୍ବଳ କର୍ମୀ ଙ୍କ ଦ୍ୱାରା ଉଫୁଲା ଗ୍ରାମ ପଂଚାୟତ ରେ କରାଯିବା l ଆସନ୍ତା ଜୁନ 4 ତାରିଖରେ ଉଫୁଲା ଗ୍ରାମ ପଂଚାୟତ ପରିସରରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହେବ l ବୈଠକରେ ପି ଇ ଓ ମିତାଞ୍ଜଳୀ ରଥ , ଜି ଅର ଏସ ଅନନ୍ତ ରାମ ପୂଜାରୀ , ଗ୍ରାମ୍ୟ ସମ୍ବଳ କର୍ମୀ ଯଶୋବନ୍ତି ପଧାନ , ରାଜେଶ୍ୱରୀ ମିଶ୍ର , ପଙ୍କଜିନୀ ରଥ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l
The post ଉଫୁଳା ପଞ୍ଚାୟତ ସଭାଗୃହରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ସାମାଜିକ ସମୀକ୍ଷା ଆରମ୍ଭ appeared first on Odisha.News.