ଉମରକୋଟରେ ଅଭାବନୀୟ, ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଉମରକୋଟ ୧୧/୫: ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ । ବୁଥ୍‌କୁ ଯିବାବେଳେ ଧକ୍କା ଦେଲା ବାଇକ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଭାବନୀୟ ଘଟଣା । ସୋମବାର ରାଜ୍ୟରେ ପ୍ରଥମ ଫେଜ ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ ନଂ ୧୧୬କୁ ଆସୁଥିଲେ ଅଲେଖ ରନ୍ଧାରି । ବସ୍‌ରୁ ଓହ୍ଲାଇ ବୁଥ୍‌କୁ ଯିବା ସମୟରେ ପଛପଟୁ ଧକ୍କା ଦେଇଥିଲା ବାଇକ । ଗୁରୁତର ଅଲେଖଙ୍କୁ ଉମରକୋଟ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅଲେଖଙ୍କ ଘର ନବରଙ୍ଗପୁର କୋଷାଗୁମୁଡା ବ୍ଲକ କକୁଡି ସେମଳା ଗାଁରେ । ସେହି ବିଦ୍ୟାଳୟରେ ପିଅନ ଭାବେ କାମ କରୁଥିଲେ ଅଲେଖ ।  

ଉମରକୋଟରେ ଅଭାବନୀୟ, ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଉମରକୋଟ ୧୧/୫: ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ । ବୁଥ୍‌କୁ ଯିବାବେଳେ ଧକ୍କା ଦେଲା ବାଇକ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଭାବନୀୟ ଘଟଣା । ସୋମବାର ରାଜ୍ୟରେ ପ୍ରଥମ ଫେଜ ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ ନଂ ୧୧୬କୁ ଆସୁଥିଲେ ଅଲେଖ ରନ୍ଧାରି । ବସ୍‌ରୁ ଓହ୍ଲାଇ ବୁଥ୍‌କୁ ଯିବା ସମୟରେ ପଛପଟୁ ଧକ୍କା ଦେଇଥିଲା ବାଇକ । 

ଗୁରୁତର ଅଲେଖଙ୍କୁ ଉମରକୋଟ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅଲେଖଙ୍କ ଘର ନବରଙ୍ଗପୁର କୋଷାଗୁମୁଡା ବ୍ଲକ କକୁଡି ସେମଳା ଗାଁରେ । ସେହି ବିଦ୍ୟାଳୟରେ ପିଅନ ଭାବେ କାମ କରୁଥିଲେ ଅଲେଖ ।