ଉଲଗ୍ନ ହୋଇ ଗ୍ରାମର ମହିଳାଙ୍କୁ ଯୁବକଙ୍କ ଅଶାଳୀନ ବ୍ୟବହାର

ସାଲେପୁର: ଉଲଗ୍ନ ହୋଇ ଗ୍ରାମର ମହିଳାଙ୍କୁ ଯୁବକଙ୍କ ଅଶାଳୀନ ବ୍ୟବହାର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ବୋଦାମୁଣ୍ଡାଇ ବାରିଗୋଳ ଠାରେ । ଏମିତିରେ ଘଟଣାର ଭିଡିଓ ସିସିଟିଭିରେ ମଧ୍ୟ ରେକର୍ଡ ହୋଇଛି। ତେବେ ଯୁବକ ଅଜଣା ବ୍ୟକ୍ତି ହୋଇଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି, ଯୁବକ ଜଣକ ଉଲଗ୍ନ ହୋଇ ସନ୍ଧ୍ୟା ସମୟରେ ମଧ୍ୟ ଝିଅ ବୋହୁ ଓ ମହିଳାମାନଙ୍କୁ ଘରେ ପଶି ଅସଦାଚରଣ କରିବାକୁ ଉଦ୍ୟମକରିବା ସହ ଘଟଣାସ୍ଥଳରୁ ଫେରାର ହୋଇଯାଉଛି। ଯାହାକୁ ନେଇ ଭୟରେ ଗାଁର ଝିଅବୋହୁ ଓ ମହିଳା। ତେବେ ଯୁବକକୁ ପୋଲିସ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।ସେପଟେ ରାତିରେ ବୋଦାମୁଣ୍ଡାଇ ଓ ବାରିଗୋଳ ଗ୍ରାମରୁ ବାରମ୍ବାର ଚୋରି ହେଉଥିବାର ସାଲେପୁର ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ କେହି ଯୁବକ ବୋଦାମୁଣ୍ଡାଇ ବାରିଗୋଳ ଗ୍ରାମର ଗୟାଉଦ୍ଦିନଙ୍କ ଘର ଝରକା କାଟି ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ପାଟି କରିବାରୁ ଚୋର ଜଣକ ଦୌଡ଼ି ପଳାଇ ଯାଇଥିଲେ। ଏନେଇ ଗୟାଉଦ୍ଦିନ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉଲଗ୍ନ ହୋଇ ଗ୍ରାମର ମହିଳାଙ୍କୁ ଯୁବକଙ୍କ ଅଶାଳୀନ ବ୍ୟବହାର

ସାଲେପୁର: ଉଲଗ୍ନ ହୋଇ ଗ୍ରାମର ମହିଳାଙ୍କୁ ଯୁବକଙ୍କ ଅଶାଳୀନ ବ୍ୟବହାର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ବୋଦାମୁଣ୍ଡାଇ ବାରିଗୋଳ ଠାରେ । ଏମିତିରେ ଘଟଣାର ଭିଡିଓ ସିସିଟିଭିରେ ମଧ୍ୟ ରେକର୍ଡ ହୋଇଛି। 

ତେବେ ଯୁବକ ଅଜଣା ବ୍ୟକ୍ତି ହୋଇଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି, ଯୁବକ ଜଣକ ଉଲଗ୍ନ ହୋଇ ସନ୍ଧ୍ୟା ସମୟରେ ମଧ୍ୟ ଝିଅ ବୋହୁ ଓ ମହିଳାମାନଙ୍କୁ ଘରେ ପଶି ଅସଦାଚରଣ କରିବାକୁ ଉଦ୍ୟମକରିବା ସହ ଘଟଣାସ୍ଥଳରୁ ଫେରାର ହୋଇଯାଉଛି। ଯାହାକୁ ନେଇ ଭୟରେ ଗାଁର ଝିଅବୋହୁ ଓ ମହିଳା। ତେବେ ଯୁବକକୁ ପୋଲିସ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

ସେପଟେ ରାତିରେ ବୋଦାମୁଣ୍ଡାଇ ଓ ବାରିଗୋଳ ଗ୍ରାମରୁ ବାରମ୍ବାର ଚୋରି ହେଉଥିବାର ସାଲେପୁର ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ କେହି ଯୁବକ ବୋଦାମୁଣ୍ଡାଇ ବାରିଗୋଳ ଗ୍ରାମର ଗୟାଉଦ୍ଦିନଙ୍କ ଘର ଝରକା କାଟି ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ପାଟି କରିବାରୁ ଚୋର ଜଣକ ଦୌଡ଼ି ପଳାଇ ଯାଇଥିଲେ। ଏନେଇ ଗୟାଉଦ୍ଦିନ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।