ବୀରମହାରାଜପୁର ମହିଳା କଲେଜରେ ତାଲୁକ ଆଇନ ସେବା ପକ୍ଷରୁ ପୋସ୍କୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ରେ ଆଜି ତାଳୁକ୍ ଆଇନ ସେବା କମିଟି ପକ୍ଷରୁ ପୋସ୍କୋ ଆଇନ ଉପରେ ଏକ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଶୁକ୍ରବାର କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ତାଲୁକ ଆଇନ ସେବl କମିଟିର ଅଧ୍ୟକ୍ଷା ସରୋଜିନୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଏସଡିଜେଏମ ରାଜଶ୍ରୀ ପଟ୍ଟନାୟକ, ଆଇନଜୀବୀ ଶଙ୍କର୍ଷଣ ପଣ୍ଡା […] The post ବୀରମହାରାଜପୁର ମହିଳା କଲେଜରେ ତାଲୁକ ଆଇନ ସେବା ପକ୍ଷରୁ ପୋସ୍କୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.

ବୀରମହାରାଜପୁର ମହିଳା କଲେଜରେ ତାଲୁକ ଆଇନ ସେବା ପକ୍ଷରୁ ପୋସ୍କୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ରେ ଆଜି ତାଳୁକ୍ ଆଇନ ସେବା କମିଟି ପକ୍ଷରୁ ପୋସ୍କୋ ଆଇନ ଉପରେ ଏକ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଶୁକ୍ରବାର କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ତାଲୁକ ଆଇନ ସେବl କମିଟିର ଅଧ୍ୟକ୍ଷା ସରୋଜିନୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଏସଡିଜେଏମ ରାଜଶ୍ରୀ ପଟ୍ଟନାୟକ, ଆଇନଜୀବୀ ଶଙ୍କର୍ଷଣ ପଣ୍ଡା , ଆଇନଜୀବୀ ସଞ୍ଜୀବ ପଧାନ ଏବଂ ପୋଲିସ ଏଏସଆଇ ବୁଡୁ ଭୋଇ ଯୋଗଦେଇ ମଞ୍ଚାସିନ ହୋଇଥିଲେ l ତେବେ ପୋସ୍କୋ ଆଇନ ଓ ତାର ଦଣ୍ଡବିଧାନ ଉପରେ ମଞ୍ଚାସିନ ଅତିଥି ମାନେ ଆଲୋକପାତ କରିଥିଲେ l ଏହି ସଚେତନତା କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରୀ ଏବଂ ଅଧ୍ୟାପକ , ଅଧ୍ୟାପିକା ମାନେ ଉପସ୍ଥିତ ରହିଥିଲେ l ବିଚାର ବିଭାଗୀୟ କର୍ମଚାରୀ ସଞ୍ଜୀବ ବାରିକ, ରବି ଅମାତ ଏବଂ ସୁବାସ ବେହେରା ସହଯୋଗ କରିଥିଲେ l ଶେଷରେ ଅଧ୍ୟାପିକା ସନ୍ତୋଷିନି ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l

The post ବୀରମହାରାଜପୁର ମହିଳା କଲେଜରେ ତାଲୁକ ଆଇନ ସେବା ପକ୍ଷରୁ ପୋସ୍କୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ appeared first on Odisha.News.