ଉଲୁଣ୍ଡା ରେ ବ୍ଲକ ସ୍ତରୀୟ 78 ତମ ସ୍ଵାଧୀନତା ଦିବସ ପାଳିତ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ବ୍ଳକ ପ୍ରଶାସନ ପକ୍ଷରୁ ଆଜି ୭୮ତମ ବ୍ଳକସ୍ତରୀୟ ସ୍ଵାଧିନତା ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସ୍ବାଧୀନତା ସଂଗ୍ରାମୀ ଙ୍କ ବିଷୟରେ ଉଦବୋଧନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବିଡିଓ କରିସ୍କା ବେଶ୍ରା , ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପଧାନ, ଏବିଡିଓ ଶୁଭ୍ରାଂଶୁ […] The post ଉଲୁଣ୍ଡା ରେ ବ୍ଲକ ସ୍ତରୀୟ 78 ତମ ସ୍ଵାଧୀନତା ଦିବସ ପାଳିତ appeared first on Odisha.News.

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ବ୍ଳକ ପ୍ରଶାସନ ପକ୍ଷରୁ ଆଜି ୭୮ତମ ବ୍ଳକସ୍ତରୀୟ ସ୍ଵାଧିନତା ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସ୍ବାଧୀନତା ସଂଗ୍ରାମୀ ଙ୍କ ବିଷୟରେ ଉଦବୋଧନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବିଡିଓ କରିସ୍କା ବେଶ୍ରା , ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପଧାନ, ଏବିଡିଓ ଶୁଭ୍ରାଂଶୁ ଶେଖର ମଲ୍ଲିକ, ସମାଜସେବୀ କୁର୍ତିବାସ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଇଂରେଜ ଦୀର୍ଘ ବର୍ଷ ଧରି ଶାସନ କରିଥିବା ବେଳେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମ ଦେଶ ଭାରତ ସ୍ୱାଧୀନତା ହୋଇଥିଲା। ଠିକ୍ ଏହି ଦିନ ଆଜକୁ ୭୮ବର୍ଷ ହେବ ନିରବଚ୍ଛିନ୍ନ ଭାବରେ ସ୍ଵାଧିନତା ଦିବସ ପାଳନ ହୋଇ ଆସୁଅଛି । ଏହି ଅବସରରେ ପ୍ୟାରେଡ ରେ ବିଭିନ୍ନ ବିଦ୍ୟାଳୟ , ଅରବିନ୍ଦ ସ୍କୁଲ , କଲେଜ ରୁ ଛାତ୍ରଛାତ୍ରୀ ଆସି କାର୍ଯ୍ୟକ୍ରମ ରେ ସାମିଲ ଥିଲେ । ପତାକା ଉତ୍ତୋଳନ ସମୟରେ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ସେଠାରେ ପତାକା ଉତ୍ତୋଳନ , ଜାତୀୟ ସଙ୍ଗୀତ ଗାନ , ପ୍ୟାରେଡ୍ , ନୃତ୍ୟ , ସଙ୍ଗୀତ , ପୁରସ୍କାର ବିତରଣ ଉତ୍ସବ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଜିପିଇଓ ଶରତ ମିଶ୍ର ସଭା ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ସଭା ପରିଚାଳନା ଓଏଲ୍ଏମ୍ କେଶବ ମାଝୀ କରିଥିଲେ । କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣ ପତ୍ର ଦିଆଯାଇଥିଲା । ଏହି ଅବସରରେ ସରପଞ୍ଚ , ସମିତି ସଭ୍ୟ , ଜିଲ୍ଲା ପରିଷଦ ସଦସ୍ୟ , ସଂଗ୍ରାମୀ , ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଆଦି ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
The post ଉଲୁଣ୍ଡା ରେ ବ୍ଲକ ସ୍ତରୀୟ 78 ତମ ସ୍ଵାଧୀନତା ଦିବସ ପାଳିତ appeared first on Odisha.News.