ଉଡ଼ନ୍ତା ବିମାନରେ ବନ୍ୟା ସ୍ଥିତି ! ଚାରିଆଡ଼େ କେବଳ ପାଣି ହିଁ ପାଣି…ଦେଖନ୍ତୁ ସେହି ସମୟର VIDEO
ବସ୍ ହେଉ କି ଟ୍ରେନ୍, ବେଳେବେଳେ ଯାତ୍ରାରେ ଲୋକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅପରିଷ୍କାର ଅପରିଚ୍ଛନ୍ନତା ହେତୁ ମଧ୍ୟ ଯାତ୍ରା ଖରାପ ହୋଇଯାଏ । ଏବେ ଏମିତି ହିଁ ଏକ ଭିଡିଓ ଆସିଛି ଆମେରିକା ଏୟାରଲାଇନ୍ସର ବିମାନରୁ । ଡାଲାସରୁ ମିନିୟାପୋଲିସ୍ ଅଭିମୁଖେ ଯାଉଥିବା ଏହି ବିମାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ବିମାନ ଭିତରେ କେବଳ ପାଣି ହିଁ ପାଣି ଦେଖାଯାଉଛି । ସିଟ୍ ବେଲ୍ଟ ପିନ୍ଧି […] The post ଉଡ଼ନ୍ତା ବିମାନରେ ବନ୍ୟା ସ୍ଥିତି ! ଚାରିଆଡ଼େ କେବଳ ପାଣି ହିଁ ପାଣି…ଦେଖନ୍ତୁ ସେହି ସମୟର VIDEO appeared first on KNews Odisha.

ବସ୍ ହେଉ କି ଟ୍ରେନ୍, ବେଳେବେଳେ ଯାତ୍ରାରେ ଲୋକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅପରିଷ୍କାର ଅପରିଚ୍ଛନ୍ନତା ହେତୁ ମଧ୍ୟ ଯାତ୍ରା ଖରାପ ହୋଇଯାଏ । ଏବେ ଏମିତି ହିଁ ଏକ ଭିଡିଓ ଆସିଛି ଆମେରିକା ଏୟାରଲାଇନ୍ସର ବିମାନରୁ । ଡାଲାସରୁ ମିନିୟାପୋଲିସ୍ ଅଭିମୁଖେ ଯାଉଥିବା ଏହି ବିମାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭିଡିଓରେ ବିମାନ ଭିତରେ କେବଳ ପାଣି ହିଁ ପାଣି ଦେଖାଯାଉଛି । ସିଟ୍ ବେଲ୍ଟ ପିନ୍ଧି ବସିଥିବା ଯାତ୍ରୀଙ୍କ ପାଦ ତଳେ ପାଣି ଚାଲିବା ଆରମ୍ଭ ହେଉଛି । କିନ୍ତୁ ଏହି ପାଣିକୁ ରୋକିବାରେ କ୍ୟାବିନ୍ କର୍ମଚାରୀମାନେ ସମ୍ପୂର୍ଣ୍ଣ ବିଫଳ ହେଉଛନ୍ତି ।
ଭାଇରାଲ ଭିଡିଓରେ ବିମାନର କରିଡର ପାଣିରେ ଭରିଯାଇଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ଜଣେ ମହିଳା ଟଏଲେଟ୍ ବ୍ୟବହାର କରିଥିଲେ, ଯାହା ପରେ ସେ ବିମାନ ଆଟେଣ୍ଡାଣ୍ଟଙ୍କୁ ପାଣି ଲିକ୍ ହେବା ବିଷୟରେ ସୂଚନା ଦେଇଥିଲେ । ବିମାନରେ ଥିବା ଜଣେ ଯାତ୍ରୀ କହିଛନ୍ତି ଯେ କ୍ୟାବିନ୍ କର୍ମଚାରୀମାନେ ଏହି ଲିକକୁ ବନ୍ଦ କରିପାରି ନ ଥିଲେ, ଯେଉଁ କାରଣରୁ ପାଣି ବହିଆସି କରିଡର୍ ଯାଏ ପହଞ୍ଚି ଯାଇଥିଲା ।
ହଠାତ୍ ପାଣି ମାଡ଼ି ଆସିବା ପରେ ଯାତ୍ରୀମାନେ ସାମାନ୍ୟ ଭୟଭୀତ ଏବଂ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ଅନେକ ଯାତ୍ରୀ ନିଜ ସିଟରୁ ଉଠି ଯାଇଥିଲେ । ଏହି ଭାଇରାଲ ଭିଡିଓକୁ ଟିକଟକରେ ୭୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଥିବା ବେଳେ ୬୧,୦୦୦ରୁ ଅଧିକ ଲାଇକ୍ସ ମିଳିଛି ।
ପୂର୍ବରୁ ବି ଏହିପରି ଅନେକ ମାମଲା ଆସିଛି । ସିଙ୍ଗାପୁର ଏୟାରଲାଇନ୍ସର SQ 424 ବିମାନରେ ପାଣି ଭରିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଉଡ଼ାଣ ସମୟରେ ସିଙ୍ଗାପୁରରେ ପ୍ରବଳ ବର୍ଷା ହେଉଥିଲା, ଯେଉଁ କାରଣରୁ ପାଣି ବିମାନର ଛାତରୁ ଲିକ୍ ହୋଇ ସିଟ୍ ଉପରେ ପଡ଼ିଥିଲା । ଫଳରେ ଯାତ୍ରୀମାନଙ୍କୁ ଓଦା ସିଟ୍ ଉପରେ ବସି ହିଁ ଯାତ୍ରା କରିବାକୁ ପଡ଼ିଥିଲା ।
QUÉ ASCO |
![]()
Un inodoro rebosó y el agua fue hasta los pasillos del avión, arruinando la experiencia del viaje.
![]()
El vuelo de American Airlines se dirigía de Dallas a Minneapolis.
pic.twitter.com/44JGi7dd6f
— DELPY
(@delpynews) December 16, 2024
The post ଉଡ଼ନ୍ତା ବିମାନରେ ବନ୍ୟା ସ୍ଥିତି ! ଚାରିଆଡ଼େ କେବଳ ପାଣି ହିଁ ପାଣି…ଦେଖନ୍ତୁ ସେହି ସମୟର VIDEO appeared first on KNews Odisha.
QUÉ ASCO |



(@delpynews)