ବିଜେପିର ୧୪୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ଶେଷ, ବାକି ରହିଲା ଆଉ ଗୋଟିଏ ଆସନ

ଭୁବନେଶ୍ୱର : ବିଜେପି ଆଜି ଆଉ ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଫଳରେ ୧୪୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ଶେଷ  କରିଛି ବିଜେପି ।  ଏବେ ଆଉ କେବଳ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା ବାକି ଅଛି । ଘଷିପୁରାରୁ ଡ. ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର ଓ ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବରୀରୁ ଉମେଶ ଚନ୍ଦ୍ର ଜେନା, ବାରବାଟୀ-କଟକରୁ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ […] The post ବିଜେପିର ୧୪୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ଶେଷ, ବାକି ରହିଲା ଆଉ ଗୋଟିଏ ଆସନ appeared first on KNews Odisha.

ବିଜେପିର ୧୪୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ଶେଷ, ବାକି ରହିଲା ଆଉ ଗୋଟିଏ ଆସନ
bjp

ଭୁବନେଶ୍ୱର : ବିଜେପି ଆଜି ଆଉ ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଫଳରେ ୧୪୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ଶେଷ  କରିଛି ବିଜେପି ।  ଏବେ ଆଉ କେବଳ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା ବାକି ଅଛି । ଘଷିପୁରାରୁ ଡ. ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର ଓ ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ବରୀରୁ ଉମେଶ ଚନ୍ଦ୍ର ଜେନା, ବାରବାଟୀ-କଟକରୁ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବେଗୁନିଆରୁ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ଟିକେଟ ମିଳିଛି । ସବୁଠୁ ବଡ଼ କଥା ହେଳା ଚର୍ଚ୍ଚାରେ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଫିଲ୍ମଷ୍ଟାର ଅନୁଭବ ମହାନ୍ତିଙ୍କୁ ଟିକେଟ ମିଳିନାହିଁ । ଘଷିପୁରାରୁ ସୌମ୍ୟରଞ୍ଜନ ଓ ବାରବାଟୀ-କଟକ ଆସନରୁ ଅନୁଭବ ଲଢିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ତେବେ ସବୁ କଳ୍ପନାର ଅନ୍ତ ଘଟିଛି  । ବାରବାଟୀ-କଟକରୁ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ ମିଳିଛି ।  ଆଉ କବଳ ଘସିପୁରା ଆସନ ଘୋଷଣା ପାଇଁ ବାକି ରହିଛି । ବିଜେପି ଏଠାରେ କାହାକୁ ପ୍ରାର୍ଥୀ କରିବ, ଦେଖିବାକୁ ବାକି ରହିଲା ।

The post ବିଜେପିର ୧୪୬ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ଶେଷ, ବାକି ରହିଲା ଆଉ ଗୋଟିଏ ଆସନ appeared first on KNews Odisha.