ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। କିନ୍ତୁ ଏହି ମ୍ୟାଚରେ ଉଭୟ ଦଳର ଅଧିନାୟକଙ୍କୁ ଭୁଲ ହେତୁ ଭାରି ଜରିମାନା ଦେବାକୁ ପଡିଛି। ତେବେ ଆସନ୍ତୁ ଜାଣିବା ଲକ୍ଷ୍ନୌ ଅଧିନାୟକ କେ.ଏଲ ରାହୁଲ ଏବଂ ଚେନ୍ନାଇ ଅଧିନାୟକ ଋତୁରାଜ ଗାଇକୱାଡଙ୍କୁ କାହିଁକି ଜରିମାନା […] The post ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା appeared first on Dharitri Odia News.

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। କିନ୍ତୁ ଏହି ମ୍ୟାଚରେ ଉଭୟ ଦଳର ଅଧିନାୟକଙ୍କୁ ଭୁଲ ହେତୁ ଭାରି ଜରିମାନା ଦେବାକୁ ପଡିଛି। ତେବେ ଆସନ୍ତୁ ଜାଣିବା ଲକ୍ଷ୍ନୌ ଅଧିନାୟକ କେ.ଏଲ ରାହୁଲ ଏବଂ ଚେନ୍ନାଇ ଅଧିନାୟକ ଋତୁରାଜ ଗାଇକୱାଡଙ୍କୁ କାହିଁକି ଜରିମାନା କରାଯାଇଛି।

ବିସିସିଆଇ ରାହୁଲ ଏବଂ ଋତୁରାଜଙ୍କୁ ସ୍ଲୋ ଓଭର ରେଟ୍‌ ପାଇଁ ଜରିମାନା କରିଛି। ଆଇପିଏଲ ଆଚରଣ ବିଧି ଅନୁଯାୟୀ ରାହୁଲ ଏବଂ ଗାଇକୱାଡଙ୍କ ଏହା ପ୍ରଥମ ଅପରାଧ ଥିଲା, ଏହି କାରଣରୁ ଉଭୟଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଟୁର୍ନାମେଣ୍ଟର ଏହା ପ୍ରଥମ ମ୍ୟାଚ ନୁହେଁ ଯେଉଁଥିରେ ଅଧିନାୟକଙ୍କୁ ଜରିମାନା କରାଯାଇଛି। ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଏବଂ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ଏହି ଜରିମାନାର ଶିକାର ହୋଇସାରିଛନ୍ତି।

The post ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା appeared first on Dharitri Odia News.