ଋଷ-ଚୀନ ନିରପେକ୍ଷ ତଦନ୍ତ କରନ୍ତୁ ବୋଲି ପାକିସ୍ତାନର ଦାବିକୁ ସମର୍ଥନ ଜଣାଇଲା ଚୀନ: କହିଲା ପାକ୍ ଆମର ଭଲ ବନ୍ଧୁ

ବେଜିଂ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଋଷ ଓ ଚୀନ ଏକ ଟିମ୍ ଗଠନ କରି ସ୍ୱାଧୀନ ଭାବେ ନିରପେକ୍ଷ ତଦନ୍ତ କରନ୍ତୁ ବୋଲି ପାକିସ୍ତାନର ପ୍ରସ୍ତାବ ପରେ ସମର୍ଥନରେ ବାହାରିଲା ଚୀନ। ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଇସଲାମାବାଦର ଦାବିକୁ ସମର୍ଥନ ଜଣାଇଛନ୍ତି। ରବିବାର ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କୁ ଫୋନ୍ କରି ୱାଙ୍ଗ ୟି ତୁରନ୍ତ ଏହାର ନିରପେକ୍ଷ ତଦନ୍ତ ଆରମ୍ଭ କରିବାକୁ ସମର୍ଥନ ଜଣାଇଥିଲେ। ଏଥିସହିତ ଭାରତ ଏବଂ ପାକିସ୍ତାନ ଉଭୟ ସଂଯମ ଅବଲମ୍ବନ ପରସ୍ପର ଆଡ଼କୁ ଆଗକୁ ବଢ଼ି ଉତ୍ତେଜନା ହ୍ରାସ କରିବାକୁ କାମ କରିବେ ବୋଲି ସେ ଆଶା ପୋଷଣ କରିଥିଲେ। ଏନେଇ ଚୀନ ସରକାରୀ ମିଡିଆ ଦି ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ ପ୍ରକାଶ ପାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଦୁଇ ଦେଶ ମଧ୍ୟରେ ବଢ଼ିଥିବା ଉତ୍ତେଜନା ଓ ଏହା ପରର ଘଟଣାବଳୀଗୁଡ଼ିକୁ ପାକିସ୍ତାନ ଚୀନକୁ ଜଣାଇଥିଲା। ପାକିସ୍ତାନ ମନ୍ତ୍ରୀ ଇଶାକ ଦାର ଚୀନକୁ ଅବଗତ କରାଇଥିଲେ। ଏବଂ ପାକିସ୍ତାନ ଆତଙ୍କବାଦ ବିରୋଧରେ ଦୃଢ଼ ରହିଛି ବୋଲି ସେ କହିଥିଲେ। ଏହାପରେ ୱାଙ୍ଗ ୟି ଏହି ଫୋନ୍ କରି ପାକିସ୍ତାନକୁ ଏଭଳି କହିଥିବା ସୂଚନା ମିଳିଛି।  ୱାଙ୍ଗ ୟିପଢନ୍ତୁ- ପିଲା, ବୟସ୍କ ଓ ମହିଳା ଡରୁଛନ୍ତି: ଘର ଧ୍ୱଂଶ କାର୍ଯ୍ୟ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ କାଶ୍ମୀର ନେତାଗ୍ଲୋବାଲ୍ ଟାଇମ୍ସ ଅନୁଯାୟୀ, ୱାଙ୍ଗ ୟି କହିଛନ୍ତି ଯେ ଚୀନ

ଋଷ-ଚୀନ ନିରପେକ୍ଷ ତଦନ୍ତ କରନ୍ତୁ ବୋଲି ପାକିସ୍ତାନର ଦାବିକୁ ସମର୍ଥନ ଜଣାଇଲା ଚୀନ: କହିଲା ପାକ୍ ଆମର ଭଲ ବନ୍ଧୁ

ବେଜିଂ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଋଷ ଓ ଚୀନ ଏକ ଟିମ୍ ଗଠନ କରି ସ୍ୱାଧୀନ ଭାବେ ନିରପେକ୍ଷ ତଦନ୍ତ କରନ୍ତୁ ବୋଲି ପାକିସ୍ତାନର ପ୍ରସ୍ତାବ ପରେ ସମର୍ଥନରେ ବାହାରିଲା ଚୀନ। ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଇସଲାମାବାଦର ଦାବିକୁ ସମର୍ଥନ ଜଣାଇଛନ୍ତି। 

ରବିବାର ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କୁ ଫୋନ୍ କରି ୱାଙ୍ଗ ୟି ତୁରନ୍ତ ଏହାର ନିରପେକ୍ଷ ତଦନ୍ତ ଆରମ୍ଭ କରିବାକୁ ସମର୍ଥନ ଜଣାଇଥିଲେ। ଏଥିସହିତ ଭାରତ ଏବଂ ପାକିସ୍ତାନ ଉଭୟ ସଂଯମ ଅବଲମ୍ବନ ପରସ୍ପର ଆଡ଼କୁ ଆଗକୁ ବଢ଼ି ଉତ୍ତେଜନା ହ୍ରାସ କରିବାକୁ କାମ କରିବେ ବୋଲି ସେ ଆଶା ପୋଷଣ କରିଥିଲେ। ଏନେଇ ଚୀନ ସରକାରୀ ମିଡିଆ ଦି ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ ପ୍ରକାଶ ପାଇଛି। 

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଦୁଇ ଦେଶ ମଧ୍ୟରେ ବଢ଼ିଥିବା ଉତ୍ତେଜନା ଓ ଏହା ପରର ଘଟଣାବଳୀଗୁଡ଼ିକୁ ପାକିସ୍ତାନ ଚୀନକୁ ଜଣାଇଥିଲା। ପାକିସ୍ତାନ ମନ୍ତ୍ରୀ ଇଶାକ ଦାର ଚୀନକୁ ଅବଗତ କରାଇଥିଲେ। ଏବଂ ପାକିସ୍ତାନ ଆତଙ୍କବାଦ ବିରୋଧରେ ଦୃଢ଼ ରହିଛି ବୋଲି ସେ କହିଥିଲେ। ଏହାପରେ ୱାଙ୍ଗ ୟି ଏହି ଫୋନ୍ କରି ପାକିସ୍ତାନକୁ ଏଭଳି କହିଥିବା ସୂଚନା ମିଳିଛି। 

 ୱାଙ୍ଗ ୟି

ପଢନ୍ତୁ- ପିଲା, ବୟସ୍କ ଓ ମହିଳା ଡରୁଛନ୍ତି: ଘର ଧ୍ୱଂଶ କାର୍ଯ୍ୟ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ କାଶ୍ମୀର ନେତା

ଗ୍ଲୋବାଲ୍ ଟାଇମ୍ସ ଅନୁଯାୟୀ, ୱାଙ୍ଗ ୟି କହିଛନ୍ତି ଯେ ଚୀନ୍ ଘଟଣାକ୍ରମକୁ ଖୁବ୍ ନିକଟରୁ ନଜର ରଖିଛି। ଏବଂ ନିରନ୍ତର ଭାବରେ ପାକିସ୍ତାନର ଦୃଢ଼ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଛି। ୟି ଆତଙ୍କବାଦ ବିରୋଧରେ ଲଢ଼ିବା ସମସ୍ତ ରାଷ୍ଟ୍ରର ଏକ ମିଳିତ ଦାୟିତ୍ୱ ବୋଲି ଗୁରୁତ୍ୱାରୋପ କରିଥିଲେ। ୱାଙ୍ଗ ୟି ଆହୁରି ମଧ୍ୟ କହିଥିଲେ ଯେ ଚୀନ୍ ପାକିସ୍ତାନର ଲୁହା ଭଳି ମଜଭୁତ ବନ୍ଧୁ ଏବଂ ଯେକୌଣସି ପରିସ୍ଥିତିରେ ଏକ ସହଯୋଗୀ ଅଂଶୀଦାର। ଚୀନ୍ ପାକିସ୍ତାନର ସୁରକ୍ଷା ଚିନ୍ତାକୁ ଯଥାର୍ଥ ନଜରରେ ଦେଖୁଛି। ଏବଂ ୟି ପାକିସ୍ତାନର ସାର୍ବଭୌମତ୍ୱ ଏବଂ ସୁରକ୍ଷା ସ୍ୱାର୍ଥକୁ ବଜାୟ ରଖିବାରେ ତାଙ୍କର ସମର୍ଥନ ଜଣାଇଥିବା ଚୀନ ଗଣମାଧ୍ୟମ ଖବର ପ୍ରକାଶ କରିଛି। 

ତେବେ ଶେଷରେ, ସେ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ଦିଗରେ ଭାରତ-ପାକିସ୍ତାନ ବିବାଦ ଖରାପ ସାବ୍ୟସ୍ତ ହେବ ବୋଲି କହିଥିଲେ। ଏଥିରେ କାହାର ମୌଳିକ ସ୍ୱାର୍ଥ ପୂରଣ ହେବ ନାହିଁ। ତେଣୁ ଉଭୟ ସଂଯମ ଅବଲମ୍ବନ କରି ପରସ୍ପର ଆଡ଼କୁ ଆଗକୁ ବଢ଼ି ଉତ୍ତେଜନା ହ୍ରାସ କରିବାକୁ ୟି ଆଶା ପୋଷଣ କରିଥିଲେ ବୋଲି ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟରେ ଉଲ୍ଲେଖ କରିଛି।