ଲଦ୍ଦାଖରେ ଜରୁରୀ ଅବତରଣ କଲା ବାୟୁସେନାର ହେଲିକପ୍ଟର, ପାଇଲଟ ସୁରକ୍ଷିତ
ବାୟୁ ସେନାର ଆପାଚେ ହେଲିକପ୍ଟର ଲଦ୍ଦାଖରେ ଜରୁରୀକାଳୀନ ଅବତରଣ କରିଛି। ଏହି ଜରୁରୀ ଅବତରଣ ସମୟରେ ହେଲିକପ୍ଟରକୁ ଅଧିକ ଉଚ୍ଚତା ଏବଂ ଦୁର୍ଗମ ଅଞ୍ଚଳ କାରଣରୁ କ୍ଷତି ହୋଇଛି। ଅବଶ୍ୟ ହେଲିକପ୍ଟରରେ ଥିବା ଦୁଇ ପାଇଲଟ ସୁରକ୍ଷିତ ଅଛନ୍ତି।ଗୁରୁବାର ବାୟୁ ସେନା ତରଫରୁ ଏହି ସୂଚନା ଦିଆଯାଇଛି।ବାୟୁ ସେନା ଘଟଣାର ତଦନ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏନେଇ ଆଇଏଏଫ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛି ଯେ, ‘‘ବୁଧବାର ଆଇଏଏଫର ଆପାଚେ ହେଲିକପ୍ଟର ଲଦ୍ଦାଖରେ ଏକ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଜରରୀ ଅବତରଣ କରିବାକୁ ପଡ଼ିଥିଲା। ମାତ୍ର, ଏହି ଲ୍ୟାଣ୍ଡିଂ ସମୟରେ, ଏଭଳି ଅସୁବିଧା ହୋଇଥିଲା।ଅବଶ୍ୟ ଦୁଇ ପାଇଲଟ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କ ନିକଟସ୍ଥ ଏୟାରବେସ୍କୁ ନିଆଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।’’ଆହୁରି ପଢ଼ନ୍ତୁ:ମିଜୋରାମରେ ପ୍ରକୃତିର ପ୍ରକୋପ, ୩ ଦିନରେ ଭାଙ୍ଗିଛି ଶହଶହ ଘର, ବାଦ ଯାଇନି ସ୍କୁଲ ଓ ସରକାରୀ କ୍ୱାର୍ଟରସୂଚନାଥାଉକି, ଆପାଚେ ଲଢୁଆ ହେଲିକପ୍ଟରକୁ ଆକ୍ରମଣ କରିବାରେ ଦୁନିଆର ସବୁଠୁ ଶକ୍ତିଶାଳୀ। ୨୦୧୯ ମେ ମାସରେ ଆମେରିକା କମ୍ପାନି ବୋଇଂ ଭାରତକୁ ଏରିଜୋନାରେ ପ୍ରଥମ ଆପାଚେ ହେଲିକପ୍ଟର ହସ୍ତାନ୍ତର କରିଥିଲା। ଏହା ଶତ୍ରୁର ସୀମାରେ ପଶି ଆକ୍ରମଣ କରିବାରେ ସକ୍ଷମ। ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଯୁଦ୍ଧ ସମୟରେ ଗେମ୍ ଚେଞ୍ଜର ଭୂମିକା ନିଭାଇପାରିବ। ଏହା କୌଣସି ପାଣିପାଗରେ ଉଡ଼ାଣ ଭରିବାରେ
ବାୟୁ ସେନାର ଆପାଚେ ହେଲିକପ୍ଟର ଲଦ୍ଦାଖରେ ଜରୁରୀକାଳୀନ ଅବତରଣ କରିଛି। ଏହି ଜରୁରୀ ଅବତରଣ ସମୟରେ ହେଲିକପ୍ଟରକୁ ଅଧିକ ଉଚ୍ଚତା ଏବଂ ଦୁର୍ଗମ ଅଞ୍ଚଳ କାରଣରୁ କ୍ଷତି ହୋଇଛି। ଅବଶ୍ୟ ହେଲିକପ୍ଟରରେ ଥିବା ଦୁଇ ପାଇଲଟ ସୁରକ୍ଷିତ ଅଛନ୍ତି।ଗୁରୁବାର ବାୟୁ ସେନା ତରଫରୁ ଏହି ସୂଚନା ଦିଆଯାଇଛି।ବାୟୁ ସେନା ଘଟଣାର ତଦନ୍ତ ନିର୍ଦ୍ଦେଶ ଜାରି କରିଛନ୍ତି।
ତେବେ ଏନେଇ ଆଇଏଏଫ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛି ଯେ, ‘‘ବୁଧବାର ଆଇଏଏଫର ଆପାଚେ ହେଲିକପ୍ଟର ଲଦ୍ଦାଖରେ ଏକ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଜରରୀ ଅବତରଣ କରିବାକୁ ପଡ଼ିଥିଲା। ମାତ୍ର, ଏହି ଲ୍ୟାଣ୍ଡିଂ ସମୟରେ, ଏଭଳି ଅସୁବିଧା ହୋଇଥିଲା।ଅବଶ୍ୟ ଦୁଇ ପାଇଲଟ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କ ନିକଟସ୍ଥ ଏୟାରବେସ୍କୁ ନିଆଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।’’
ଆହୁରି ପଢ଼ନ୍ତୁ:
ମିଜୋରାମରେ ପ୍ରକୃତିର ପ୍ରକୋପ, ୩ ଦିନରେ ଭାଙ୍ଗିଛି ଶହଶହ ଘର, ବାଦ ଯାଇନି ସ୍କୁଲ ଓ ସରକାରୀ କ୍ୱାର୍ଟର
ସୂଚନାଥାଉକି, ଆପାଚେ ଲଢୁଆ ହେଲିକପ୍ଟରକୁ ଆକ୍ରମଣ କରିବାରେ ଦୁନିଆର ସବୁଠୁ ଶକ୍ତିଶାଳୀ। ୨୦୧୯ ମେ ମାସରେ ଆମେରିକା କମ୍ପାନି ବୋଇଂ ଭାରତକୁ ଏରିଜୋନାରେ ପ୍ରଥମ ଆପାଚେ ହେଲିକପ୍ଟର ହସ୍ତାନ୍ତର କରିଥିଲା। ଏହା ଶତ୍ରୁର ସୀମାରେ ପଶି ଆକ୍ରମଣ କରିବାରେ ସକ୍ଷମ। ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଯୁଦ୍ଧ ସମୟରେ ଗେମ୍ ଚେଞ୍ଜର ଭୂମିକା ନିଭାଇପାରିବ। ଏହା କୌଣସି ପାଣିପାଗରେ ଉଡ଼ାଣ ଭରିବାରେ ମଧ୍ୟ ବେଶ୍ ସକ୍ଷମ।