ପଠାନକୋଟରେ ବୁଲୁଛନ୍ତି ୭ ସନ୍ଦିଗ୍ଧ, ସର୍ଚ୍ଚ ଅପରେସନ ଜୋରଦାର,କାଲି ଯାଏ ଆର୍ମି ସ୍କୁଲ ଛୁଟି

ଜମ୍ମୁ କାଶ୍ମୀର୨୬/୭:  ଲଗାତାର କିଛି ଦିନ ଧରି ଜମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିଛି । ଏସବୁ ଭିତରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା ପରେ ଜମ୍ମୁରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲୋକଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି । ପଞ୍ଜାବର ପଠାନକୋଟରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତି ନଜର ଆସିବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ଯାଏ ସମସ୍ତ ଆର୍ମି ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯିବା ସହ କୌଣସି ଅଘଟଣ ଆଶଙ୍କାରେ ବ୍ୟାପକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ମହଜୁଦ ରଖାଯାଇଛି । ସେପଟେ ପୋଲିସ ସନ୍ଦିଗ୍ଧର ସ୍କେଚ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ଆସିଲେ ତୁରନ୍ତ ପୋଲିସକୁ ଇନଫର୍ମ କରିବାକୁ କୁହାଯାଇଛି । 

ପଠାନକୋଟରେ ବୁଲୁଛନ୍ତି ୭ ସନ୍ଦିଗ୍ଧ, ସର୍ଚ୍ଚ ଅପରେସନ ଜୋରଦାର,କାଲି ଯାଏ ଆର୍ମି ସ୍କୁଲ ଛୁଟି

ଜମ୍ମୁ କାଶ୍ମୀର୨୬/୭:  ଲଗାତାର କିଛି ଦିନ ଧରି ଜମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିଛି । ଏସବୁ ଭିତରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା ପରେ ଜମ୍ମୁରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲୋକଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି । ପଞ୍ଜାବର ପଠାନକୋଟରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତି ନଜର ଆସିବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି । 

ଆସନ୍ତାକାଲି ଯାଏ ସମସ୍ତ ଆର୍ମି ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯିବା ସହ କୌଣସି ଅଘଟଣ ଆଶଙ୍କାରେ ବ୍ୟାପକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ମହଜୁଦ ରଖାଯାଇଛି । ସେପଟେ ପୋଲିସ ସନ୍ଦିଗ୍ଧର ସ୍କେଚ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ଆସିଲେ ତୁରନ୍ତ ପୋଲିସକୁ ଇନଫର୍ମ କରିବାକୁ କୁହାଯାଇଛି ।