ଋଷକୁ ହରାଇବାକୁ ପ୍ଲାନ ପ୍ରସ୍ତୁତ ! ଆମେରିକାରେ ପହଞ୍ଚିଲେ ଜେଲେନସ୍କି

ନୂଆଦିଲ୍ଲୀ: ଯୁଦ୍ଧର ଘମାସନ ଭିତରେ ଆମେରିକାରେ ପହଞ୍ଚିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଋଷର ଲଗାତାର ହମଲା ପରେ ଜାତିସଂଘର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକାରେ ପହଞ୍ଚିଛନ୍ତି ଜେଲେନସ୍କି। ଅଢ଼େଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ସମାପ୍ତ ସହ ବିଜୟ ଯୋଜନାକୁ ନେଇ ଆମେରିକା ପହଞ୍ଚିଛନ୍ତି। ଏହି ପ୍ଲାନକୁ ସେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ଉପସ୍ଥାପନ କରିବେ। ଜେଲେନସ୍କି ତାଙ୍କ ପ୍ରସ୍ତାବର ନାମ 'ବିଜୟ ଯୋଜନା' ରଖିଛନ୍ତି।ଋଷ ସହିତ ଭଲ ସମ୍ପର୍କକୁ ଟ୍ରମ୍ପ ସମର୍ଥନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ ସହିତ ଭଲ ସମ୍ପର୍କକୁ ସମର୍ଥନ କରିଛନ୍ତି। ସେପ୍ଟେମ୍ବର 17ରେ ଏକ ସାକ୍ଷାତକାରରେ ଟ୍ରମ୍ପ ଦାବି କରିଛନ୍ତି ଯଦି ସେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଋଷ ଏବଂ ଚୀନ୍ ସହିତ ଭଲ ସମ୍ପର୍କ ସ୍ଥାପନ କରିବେ। ସେ କହିଛନ୍ତି ବର୍ତ୍ତମାନର ବାଇଡେନ ଏବଂ କମଲା ହାରିସ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ଟାଣି ନେଇଛନ୍ତି। ସେ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି, ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିଥାନ୍ତେ। ଆସନ୍ତା ବର୍ଷ ଫେବୃଆରୀ ମାସରେ ଋଷ-ୟୁକ୍ରେନ ଯୁଦ୍ଧକୁ ତିନି ବର୍ଷ ପୂରିବ । ଏହି ଭୟଙ୍କର ରକ୍ତପାତରେ ଅନେକ ଜୀବନହାନି ହୋଇଛି।  ୟୁକ୍ରେନ ବିପର୍ଯ୍ୟସ୍ତ ହୋଇପଡିଛି।

ଋଷକୁ ହରାଇବାକୁ ପ୍ଲାନ ପ୍ରସ୍ତୁତ ! ଆମେରିକାରେ ପହଞ୍ଚିଲେ ଜେଲେନସ୍କି

ନୂଆଦିଲ୍ଲୀ: ଯୁଦ୍ଧର ଘମାସନ ଭିତରେ ଆମେରିକାରେ ପହଞ୍ଚିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଋଷର ଲଗାତାର ହମଲା ପରେ ଜାତିସଂଘର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକାରେ ପହଞ୍ଚିଛନ୍ତି ଜେଲେନସ୍କି। ଅଢ଼େଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ସମାପ୍ତ ସହ ବିଜୟ ଯୋଜନାକୁ ନେଇ ଆମେରିକା ପହଞ୍ଚିଛନ୍ତି। 

ଏହି ପ୍ଲାନକୁ ସେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ଉପସ୍ଥାପନ କରିବେ। ଜେଲେନସ୍କି ତାଙ୍କ ପ୍ରସ୍ତାବର ନାମ 'ବିଜୟ ଯୋଜନା' ରଖିଛନ୍ତି।

ଋଷ ସହିତ ଭଲ ସମ୍ପର୍କକୁ ଟ୍ରମ୍ପ ସମର୍ଥନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ ସହିତ ଭଲ ସମ୍ପର୍କକୁ ସମର୍ଥନ କରିଛନ୍ତି। ସେପ୍ଟେମ୍ବର 17ରେ ଏକ ସାକ୍ଷାତକାରରେ ଟ୍ରମ୍ପ ଦାବି କରିଛନ୍ତି ଯଦି ସେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଋଷ ଏବଂ ଚୀନ୍ ସହିତ ଭଲ ସମ୍ପର୍କ ସ୍ଥାପନ କରିବେ। ସେ କହିଛନ୍ତି ବର୍ତ୍ତମାନର ବାଇଡେନ ଏବଂ କମଲା ହାରିସ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ଟାଣି ନେଇଛନ୍ତି। ସେ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି, ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିଥାନ୍ତେ। 
ଆସନ୍ତା ବର୍ଷ ଫେବୃଆରୀ ମାସରେ ଋଷ-ୟୁକ୍ରେନ ଯୁଦ୍ଧକୁ ତିନି ବର୍ଷ ପୂରିବ । ଏହି ଭୟଙ୍କର ରକ୍ତପାତରେ ଅନେକ ଜୀବନହାନି ହୋଇଛି।  ୟୁକ୍ରେନ ବିପର୍ଯ୍ୟସ୍ତ ହୋଇପଡିଛି।