ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଜାନୁଆରୀ ମାସରେ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ ବାଇଡେନ୍ ଭାରତ ଆସିପାରିବେ ନାହିଁ ।
ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ । ଜାନୁଆରୀ ୨୬ରେ କର୍ତ୍ତବ୍ୟପଥରେ ଉପସ୍ଥିତ ରହି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ମାକ୍ରନ୍ । ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇ ଜାତୀୟ ଦିବସ ବାଷ୍ଟିଲ୍ ଡେ’ ପରେଡରେ ଯୋଗ ଦେଇଥିଲେ। ସେହି ଅବସରରେ ଭାରତୀୟ ସେନା ମଧ୍ୟ ବାଷ୍ଟିଲ୍ ଡେ’ ପରେଡରେ ସାମିଲ ହୋଇଥିଲେ।
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଜାନୁଆରୀ ମାସରେ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ ବାଇଡେନ୍ ଭାରତ ଆସିପାରିବେ ନାହିଁ । ସେପଟେ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କର୍ତ୍ତବ୍ୟପଥରେ କ୍ୟାଡେଟ୍ମାନେ ରିହର୍ସାଲ କରୁଛନ୍ତି ।
ଇମାନୁଏଲ୍ ମାକ୍ରନ ହେଉଛନ୍ତି ଷଷ୍ଠ ଫ୍ରାନ୍ସ ନେତା ଯିଏ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହା ପୂର୍ବରୁ ଫ୍ରାନ୍ସର ପୂର୍ବତନ ପ୍ରଧାନମନ୍ତ୍ରୀ ଜ୍ୟାକ୍ୟୁ ଚିରାକ୍ ୧୯୭୬ ଏବଂ ୧୯୯୮ ମସିହାରେ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଥିଲେ। ସେହିପରି ପୂର୍ବତନ ରାଷ୍ଟ୍ରପତି ଭଲେରୀ ଗିସ୍କାର୍ଡ ଡି ଅଷ୍ଟିଙ୍ଗ, ନିକୋଲାସ ସରକୋଜି ଏବଂ ଫ୍ରାନ୍କୌସ୍ ଓଲାନ୍ଦ ଯଥାକ୍ରମେ ୧୯୮୦, ୨୦୦୮ ଓ ୨୦୧୬ ସମାରୋହରେ ସାମିଲ ହୋଇଥିଲେ ।