ଋଷବ ପନ୍ତଙ୍କ ଛକ୍କା ଚୌକା ବର୍ଷା: ଗୁଜରାଟ ଆଗରେ ୨୨୫ ରନ୍‌ ଟାର୍ଗେଟ୍ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: କ୍ୟାପ୍ଟେନ୍ ଋଷବ ପନ୍ତଙ୍କ ଛକ୍କା ଚୌକା ବର୍ଷାରେ ଗୁଜରାଟ ଟାଇଟନ ଆଗରେ ୨୨୫ ରନ୍‌ର ବିଶାଳ ଟାର୍ଗେଟ୍ ରଖିଲା ଦିଲ୍ଲୀ କ୍ୟାପିଟାଲ। ପନ୍ତଙ୍କୁ ରୋକିବାକୁ ଫେଲ୍ ମାରିଲା ମୋହିତ ଶର୍ମାଙ୍କ ସବୁ ଫନ୍ଧି ଫିକର। ବୁଧବାର ଆଇପିଏଲ୍‌ ୪୦ ତମ ମ୍ୟାଚ୍‌ରେ ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ ଓ ଗୁଜରାଟ ଟାଇଟନ୍ ମଧ୍ୟରେ ମୁକାବିଲା ହୋଇଛି। ଦିଲ୍ଲୀ ଟସ୍ ହାର ଗୁଜରାଟ୍‌ର ନିମନ୍ତ୍ରଣରେ ପ୍ରଥମେ ବ୍ୟାଟିଂ କରିଥିଲା। ଓପନିଂ ଆସିଥିବା ଜ୍ୟାକ୍ ଫ୍ରେସର ମ୍ୟାକ୍‌ଗର୍କ ଓ ପୃଥ୍ୱୀ ଶ' ଦଳକୁ ଭଲ ଓପନିଂ ଦେଇଥିଲେ। ୩.୨ ଓଭର ଚାଲିଥିବା ବେଳେ ଦଳୀୟ ସ୍କୋର ୩୫ ରନ୍‌ରେ ପ୍ରଥମେ ମ୍ୟାକ୍‌ଗର୍କ(୧୪ ବଲ୍ ୨୩ ପନ୍)ଙ୍କ ୱିକେଟ୍‌ ପଡ଼ିଥିଲା। ପରବର୍ତ୍ତି ଓଭରରେ ପୃଥ୍ୱୀ ଶ' ମଧ୍ୟ ମାତ୍ର ୭ ବଲ୍‌ରେ ୧୧ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଶାଇ ହୋପ୍(୬ ବଲ୍ ୫ ରନ୍) ମଧ୍ୟ ଶୀଘ୍ର ଆଉଟ୍ ହୋଇଯାଇଥିଲେ। ଏହାପରେ ଅକ୍ଷର ପଟେଲ୍ ଓ କ୍ୟାପ୍ଟେନ୍ ଋଷବ ପନ୍ତ ଆସି ପାଳି ସମ୍ଭାଳିଥିଲେ। ଦିଲ୍ଲୀ କ୍ୟାପିଟାଲ୍ ପାଇଁ ଅଲ୍‌ରାଉଣ୍ଡର ଭୂମିକା ନିର୍ବାହ କରୁଥିବା ଅକ୍ଷର ୪୫ ବଲ୍‌ରେ ଦ୍ରୁତ ୬୬ ରନ୍ କରିଥିଲେ। ଦଳ ପାଇଁ ବଡ଼ ଯୋଗଦାନ ଦେବା ପରେ ୧୬.୬ ଓଭରରେ ଅକ୍ଷର ଆଉଟ୍ ହୋଇଯାଇଥିଲେ। ଏହାପରେ କ୍ୟାପ୍ଟେନ ଋଷବ ପନ୍ତ ତ୍ରିସ୍ତାନ ଷ୍ଟବ୍ସ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳର ସ୍କୋର୍‌କୁ ୨୨୪ ପର୍ଯ୍ୟନ୍ତ ନେଇଥିଲେ। ଦଳ ପକ୍ଷ

ଋଷବ ପନ୍ତଙ୍କ ଛକ୍କା ଚୌକା ବର୍ଷା: ଗୁଜରାଟ ଆଗରେ ୨୨୫ ରନ୍‌ ଟାର୍ଗେଟ୍ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: କ୍ୟାପ୍ଟେନ୍ ଋଷବ ପନ୍ତଙ୍କ ଛକ୍କା ଚୌକା ବର୍ଷାରେ ଗୁଜରାଟ ଟାଇଟନ ଆଗରେ ୨୨୫ ରନ୍‌ର ବିଶାଳ ଟାର୍ଗେଟ୍ ରଖିଲା ଦିଲ୍ଲୀ କ୍ୟାପିଟାଲ। ପନ୍ତଙ୍କୁ ରୋକିବାକୁ ଫେଲ୍ ମାରିଲା ମୋହିତ ଶର୍ମାଙ୍କ ସବୁ ଫନ୍ଧି ଫିକର। 

ବୁଧବାର ଆଇପିଏଲ୍‌ ୪୦ ତମ ମ୍ୟାଚ୍‌ରେ ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ ଓ ଗୁଜରାଟ ଟାଇଟନ୍ ମଧ୍ୟରେ ମୁକାବିଲା ହୋଇଛି। ଦିଲ୍ଲୀ ଟସ୍ ହାର ଗୁଜରାଟ୍‌ର ନିମନ୍ତ୍ରଣରେ ପ୍ରଥମେ ବ୍ୟାଟିଂ କରିଥିଲା। ଓପନିଂ ଆସିଥିବା ଜ୍ୟାକ୍ ଫ୍ରେସର ମ୍ୟାକ୍‌ଗର୍କ ଓ ପୃଥ୍ୱୀ ଶ' ଦଳକୁ ଭଲ ଓପନିଂ ଦେଇଥିଲେ। ୩.୨ ଓଭର ଚାଲିଥିବା ବେଳେ ଦଳୀୟ ସ୍କୋର ୩୫ ରନ୍‌ରେ ପ୍ରଥମେ ମ୍ୟାକ୍‌ଗର୍କ(୧୪ ବଲ୍ ୨୩ ପନ୍)ଙ୍କ ୱିକେଟ୍‌ ପଡ଼ିଥିଲା। ପରବର୍ତ୍ତି ଓଭରରେ ପୃଥ୍ୱୀ ଶ' ମଧ୍ୟ ମାତ୍ର ୭ ବଲ୍‌ରେ ୧୧ ରନ୍ କରି ଆଉଟ୍ ହୋଇଥିଲେ। 


ଏହାପରେ ଶାଇ ହୋପ୍(୬ ବଲ୍ ୫ ରନ୍) ମଧ୍ୟ ଶୀଘ୍ର ଆଉଟ୍ ହୋଇଯାଇଥିଲେ। ଏହାପରେ ଅକ୍ଷର ପଟେଲ୍ ଓ କ୍ୟାପ୍ଟେନ୍ ଋଷବ ପନ୍ତ ଆସି ପାଳି ସମ୍ଭାଳିଥିଲେ। ଦିଲ୍ଲୀ କ୍ୟାପିଟାଲ୍ ପାଇଁ ଅଲ୍‌ରାଉଣ୍ଡର ଭୂମିକା ନିର୍ବାହ କରୁଥିବା ଅକ୍ଷର ୪୫ ବଲ୍‌ରେ ଦ୍ରୁତ ୬୬ ରନ୍ କରିଥିଲେ। ଦଳ ପାଇଁ ବଡ଼ ଯୋଗଦାନ ଦେବା ପରେ ୧୬.୬ ଓଭରରେ ଅକ୍ଷର ଆଉଟ୍ ହୋଇଯାଇଥିଲେ। 

ଏହାପରେ କ୍ୟାପ୍ଟେନ ଋଷବ ପନ୍ତ ତ୍ରିସ୍ତାନ ଷ୍ଟବ୍ସ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳର ସ୍କୋର୍‌କୁ ୨୨୪ ପର୍ଯ୍ୟନ୍ତ ନେଇଥିଲେ। ଦଳ ପକ୍ଷରୁ ଋଷବ ପନ୍ତ* ୪୩ ବଲ୍‌ରେ ସର୍ବାଧିକ ୮୮ ରନ୍ କରିଥିବା ବେଳେ ଷ୍ଟବ୍ସ* ୭ ବଲ୍‌ରେ ୨୬ ରନ୍‌ର ଯୋଗଦାନ ଦେଇଥିଲେ। 

ଗୁଜରାଟ ବୋଲିଂ

ଅନ୍ୟପଟରେ ଗୁଜରାଟ ପକ୍ଷରୁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମୋହିତ କୁମାର। ସେ ୪ ଓଭର୍‌ରେ ସର୍ବାଧିକ ୭୩ ରନ୍ ଦେଇଥିଲେ। ମୋହିତଙ୍କର ଶେଷ ଓଭରରେ ଋଷବ ପନ୍ତ ସବୁଠୁ ଅଧିକ ୩୧ ରନ୍ ସଂଗ୍ରହ କରିଥିଲେ। ଯାହା ଦଳକୁ ସବୁଠାରୁ ମହଙ୍ଗା ପଡ଼ିଥିଲା। ତେବେ ଆଜିର ମ୍ୟାଚ୍‌ର ଗୁଜରାଟର ସନ୍ଦୀପ ୱାରିଅର ସବୁଠାରୁ ସଫଳ ବୋଲର ସାବସ୍ୟସ୍ତ ହୋଇଛନ୍ତି। ସେ ୩ ଓଭର ବୋଲିଂ କରି ମାତ୍ର ୧୫ ରନ୍‌ ଦେଇଥିବା ବେଳେ ୩ଟି ୱିକେଟ୍ ନେଇଛନ୍ତି। ସନ୍ଦୀପଙ୍କ ବ୍ୟାତୀତ ନୁର ଅହମଦ ଗୋଟିଏ ୱିକେଟ୍ ନେଇଥିଲେ ବି ଅନ୍ୟ କୌଣସି ବୋଲର ୱିକେଟ୍ ନେବାରେ ସଫଳ ହୋଇ ନଥିଲେ।