ଋଷର ୫ ବାୟୁସେନା ଘାଟି ଉପରେ ୟୁକ୍ରେନର ଆକ୍ରମଣ, ବ୍ୟାପକ କ୍ଷତି
ନନ୍ଦିଘୋଷ ବ୍ୟୁରୋ: ଋଷ ଉପରେ ୟୁକ୍ରେନର ବଡ଼ ଡ୍ରୋନ ହମଲାରେ ବ୍ୟାପକ କ୍ଷତି। ଋଷର ୪୦ ବିମାନ କ୍ଷତିଗ୍ରସ୍ତ ହୋଇଥିବା... The post ଋଷର ୫ ବାୟୁସେନା ଘାଟି ଉପରେ ୟୁକ୍ରେନର ଆକ୍ରମଣ, ବ୍ୟାପକ କ୍ଷତି appeared first on .
ନନ୍ଦିଘୋଷ ବ୍ୟୁରୋ: ଋଷ ଉପରେ ୟୁକ୍ରେନର ବଡ଼ ଡ୍ରୋନ ହମଲାରେ ବ୍ୟାପକ କ୍ଷତି। ଋଷର ୪୦ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଗତକାଲି ଋଷ ସୀମା ଭିତରେ ୫ଟି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା ୟୁକ୍ରେନ। ମୁର୍ମାନ୍ସକ, ଇର୍କୁଟସ୍କ, ଇଭାନୋଭୋ, ରିଆଜାନ ଏବଂ ଅମୁର ଅଞ୍ଚଳର ବିମାନ ବନ୍ଦରରେ ଡ୍ରୋନ୍ ଆକ୍ରମଣ କରିଛି। ଆକ୍ରମଣରେ ଜଡିତ କିଛି ଲୋକଙ୍କୁ ଅଟକ ରଖାଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଆକ୍ରମଣରେ ଅନେକ ବିମାନରେ ନିଆଁ ଲାଗିଯାଇଛି। ଅତି କମରେ 40ଟି ବିମାନ କ୍ଷତିଗ୍ରସ୍ତ ହୋଇଥିବା ଦାବି କରିଛି ୟୁକ୍ରେନ। ଯେଉଁଥିରେ ପରମାଣୁ କ୍ଷମତାସମ୍ପନ୍ନ TU-95 ଏବଂ Tu-22 ରଣନୈତିକ ବୋମା ବିସ୍ଫୋରଣକାରୀ ବିମାନ ରହିଛି। ଏହି ଯୁଦ୍ଧ ବିମାନ ସହାୟତାରେ ୟୁକ୍ରେନ ଉପରକୁ ଲମ୍ବା ରେଞ୍ଜର ମିସାଇଲ ଆକ୍ରମଣ କରିଥିଲା ଋଷିଆ। ଆଜି ଇସ୍ତାନବୁଲରେ ରୁଷ ଏବଂ ୟୁକ୍ରେନ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଆରମ୍ଭ ହେବା ପୂର୍ବରୁ ଏହି ଆକ୍ରମଣ ହୋଇଛି। କ୍ରେମଲିନ୍ ସହଯୋଗୀ ଭ୍ଲାଦିମିର ମେଡିନସ୍କିଙ୍କ ନେତୃତ୍ୱରେ ରୁଷ ପ୍ରତିନିଧି ଦଳ ତୁର୍କୀରେ ପହଞ୍ଚି ସାରିଛନ୍ତି। ୟୁକ୍ରେନ ଏକ ବର୍ଷ ଧରି ଏହି ଡ୍ରୋନ ଆକ୍ରମଣ ଯୋଜନା କରିଥିଲା। ଡ୍ରୋନଗୁଡ଼ିକୁ ମୋବାଇଲ୍ କାଠ ସେଡ୍ରେ ଲୁଚାଇ ରଖାଯାଇଥିଲା। ଯାହାକୁ କାର୍ଗୋ ଟ୍ରକ୍ରେ ନିଆଯାଇଥିଲା। ନିର୍ଦ୍ଦିଷ୍ଟ ସମୟରେ, ଟ୍ରକ୍ଗୁଡ଼ିକର ଛାତ ଦୂରରୁ ଖୋଲିଯାଉଥିଲା, ଯାହା ଡ୍ରୋନଗୁଡ଼ିକୁ ବାହାରକୁ ବାହାରି ମନୋନୀତ ଏୟାରବେସ୍ଗୁଡ଼ିକୁ ଟାର୍ଗେଟ କରିଥିଲା।
The post ଋଷର ୫ ବାୟୁସେନା ଘାଟି ଉପରେ ୟୁକ୍ରେନର ଆକ୍ରମଣ, ବ୍ୟାପକ କ୍ଷତି appeared first on .