ଋଷରେ ଦେଖାଗଲା ସୁନାମୀର ପ୍ରଭାବ, ଆଗାମୀ ୩ ଘଣ୍ଟା ମଧ୍ୟରେ ଜାପାନ-ଆମେରିକାରେ ଘଟାଇପାରେ ଧ୍ଵଂସ !
ନୂଆଦିଲ୍ଲୀ ୩୦।୦୭; ବୁଧବାର ସକାଳୁ ସକାଳୁ ଋଷ କାମଚଟକାରେ ବଡ଼ ଧରଣର ଭୂମିକମ୍ପ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୭ ରେକର୍ଡ । ଭାରତୀୟ ସମୟ ଭୋର ୪ଟା ୫୪ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଋଷର ୨୪ ଘଣ୍ଟାରେ ୨ ଶହ ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂମିକମ୍ପ ପରେ ଋଷ, ଜାପାନ ଓ ଆମେରିକାରେ ସୁନାମୀ ଆଲର୍ଟ ଜାରି କରିବା ସହ ଧ୍ଵଂସ ନେଇ ଚେତାବନୀ ଦିଆଯାଇଛି। ରୁଷରେ ଭୟଙ୍କର ଭୂମିକମ୍ପ ସୁନାମୀର ବିପଦ ବୃଦ୍ଧି କରିଛି। ଏହାକୁ ଧ୍ୟାନରେ ରଖି, ଜାପାନରେ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଛି। ସୁନାମୀର ପ୍ରଥମ ଲହରୀ ସେଭେରୋ-କୁରିଲସ୍କର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଡ ହୋଇଛି। ଏହା ରୁଷର କୁରିଲ ଦ୍ୱୀପପୁଞ୍ଜର ମୁଖ୍ୟ ଅଞ୍ଚଳ। ସମୁଦ୍ରରେ ତିନି ଫୁଟ ଉଚ୍ଚର ଜୁଆର ଉଠିବା ସମ୍ଭାବନା ରହିଛି । ଯାହା ଦ୍ବାରା ଅନେକ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଜାପାନର ପ୍ରଧାନମନ୍ତ୍ରୀଙ୍କୁ ପରିସ୍ଥିତିକୁ ନେଇ ଅବଗତ କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅପିଲ କରାଯାଇଛି । ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି । ସରକାର ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ସମୟରେ, ଜାପାନର ଫୁକୁସିମା ପରମାଣୁ କେନ୍ଦ୍ରକୁ ଖାଲି କରାଯାଇଛି।ଆମେରିକା ସୁନାମୀ ଚେତାବନୀ କେନ୍ଦ୍ର ମଧ୍ୟ କହିଛି ଯେ ଆଗାମୀ ତିନି ଘଣ୍ଟା ମଧ୍ୟରେ ରୁଷ ଏବଂ ଜାପାନର କିଛି ଅଂଶରେ
ନୂଆଦିଲ୍ଲୀ ୩୦।୦୭; ବୁଧବାର ସକାଳୁ ସକାଳୁ ଋଷ କାମଚଟକାରେ ବଡ଼ ଧରଣର ଭୂମିକମ୍ପ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୭ ରେକର୍ଡ । ଭାରତୀୟ ସମୟ ଭୋର ୪ଟା ୫୪ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଋଷର ୨୪ ଘଣ୍ଟାରେ ୨ ଶହ ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂମିକମ୍ପ ପରେ ଋଷ, ଜାପାନ ଓ ଆମେରିକାରେ ସୁନାମୀ ଆଲର୍ଟ ଜାରି କରିବା ସହ ଧ୍ଵଂସ ନେଇ ଚେତାବନୀ ଦିଆଯାଇଛି।
ରୁଷରେ ଭୟଙ୍କର ଭୂମିକମ୍ପ ସୁନାମୀର ବିପଦ ବୃଦ୍ଧି କରିଛି। ଏହାକୁ ଧ୍ୟାନରେ ରଖି, ଜାପାନରେ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଛି। ସୁନାମୀର ପ୍ରଥମ ଲହରୀ ସେଭେରୋ-କୁରିଲସ୍କର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଡ ହୋଇଛି। ଏହା ରୁଷର କୁରିଲ ଦ୍ୱୀପପୁଞ୍ଜର ମୁଖ୍ୟ ଅଞ୍ଚଳ। ସମୁଦ୍ରରେ ତିନି ଫୁଟ ଉଚ୍ଚର ଜୁଆର ଉଠିବା ସମ୍ଭାବନା ରହିଛି । ଯାହା ଦ୍ବାରା ଅନେକ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଜାପାନର ପ୍ରଧାନମନ୍ତ୍ରୀଙ୍କୁ ପରିସ୍ଥିତିକୁ ନେଇ ଅବଗତ କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅପିଲ କରାଯାଇଛି । ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି । ସରକାର ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ସମୟରେ, ଜାପାନର ଫୁକୁସିମା ପରମାଣୁ କେନ୍ଦ୍ରକୁ ଖାଲି କରାଯାଇଛି।
ଆମେରିକା ସୁନାମୀ ଚେତାବନୀ କେନ୍ଦ୍ର ମଧ୍ୟ କହିଛି ଯେ ଆଗାମୀ ତିନି ଘଣ୍ଟା ମଧ୍ୟରେ ରୁଷ ଏବଂ ଜାପାନର କିଛି ଅଂଶରେ ବିପଦପୂର୍ଣ୍ଣ ଜୁଆର ଆସିବ । ଫିଲିପାଇନ୍ସ, ମାର୍ଶାଲ ଦ୍ୱୀପପୁଞ୍ଜ, ପାଲାଉ ଭଳି ଅନ୍ୟ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜରେ ମଧ୍ୟ ହାଲୁକା ଜୁଆର ଆସିବାର ଆଶଙ୍କା ରହିଛି।