ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ମନା ; ପୋଲିସ ସହ ଯାତ୍ରା କମିଟି ବୈଠକରେ ନିଷ୍ପତ୍ତି
କନକ ବ୍ୟୁରୋ: ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ହୋଇପାରିବନି । ବାହାର ଆଇଟମ ଡ୍ୟାନସରଙ୍କୁ ଖଣ୍ଡଗିରି ମନା । ଯାତ୍ରା କମିଟି ଏହି ନିଷ୍ପତ୍ତି ନେଇଛି । ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଛି । ବାହାର ଆଇଟମ ଡ୍ୟାନ୍ସରଙ୍କୁ ଆଣିବାକୁ ଥାନା ପକ୍ଷରୁ ଯାତ୍ରା କମିଟିକୁ ମଧ୍ୟ ସିଧା ମନା କରାଯାଇଛି । ଆସନ୍ତା ଫେବୃଆରୀ ୦୬ ତାରିଖରୁ ୧୭ ତାରିଖ ଯାଏଁ ଯାଏଁ ଖଣ୍ଡଗିରିରେ ଚାଲିବ ଯାତ୍ରା ମହାସମର । ଯାତ୍ରା ପାଇଁ ଆସନ୍ତାକାଲି ଏନେଇ ସ୍ଵତନ୍ତ୍ର କମିଟି ଗଠନ କରାଯିବ, କଳାକାରଙ୍କ ଏହି କୁମ୍ଭ ମେଳାରେ ୧୩ ଟି ଅପେରା ସେମାନଙ୍କ ନାଟକ ସୋ କରିବେ । ଗତବର୍ଷ ବି ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ମନା ହୋଇଥିଲା ।