ଶମ୍ଭୁ ସୀମାରୁ ରାଜଧାନୀ ଆଡକୁ ମାଡିଆସୁଛନ୍ତି ଶହଶହ ଚାଷୀ : ତୃତୀୟ ଥର ପାଇଁ ଦିଲ୍ଲୀ ଚଲୋ ଡାକରା ଦେଲେ ଚାଷୀ
କନକ ବ୍ୟୁରୋ: ଆଜିଠୁ ପୁଣି ଶମ୍ଭୁସୀମାରେ ଗର୍ଜିବା ଆରମ୍ଭ କରିଛନ୍ତି ଚାଷୀ । ଦିନର ବିରତି ପରେ ପୁଣି ଦିଲ୍ଲୀ ମୁହାଁ ଶହଶହ ଚାଷୀ ।ପୂର୍ବରୁ ଦୁଇଥର ଦିଲ୍ଲୀରେ ପସିବାକୁ ଉଦ୍ୟମ କରି ଫେଲ ମାରିଥିବା ଚାଷୀ ଏଥରକ ସଫଳ ହେବାକୁ ସବୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଆନ୍ଦୋଳନରେ ଅଧିକ ଅଧିକ ଚାଷୀ, କଳାକାର,ନେତା ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଠ ବ୍ୟକ୍ତିଙ୍କୁ ଯୋଗ ଦେବାକୁ ଅପିଲ କରିଛନ୍ତି ଚାଷୀ ନେତା ।ଶନିବାର ଦିନ ୧୦୧ କୃଷକଙ୍କୁ ନେଇ ଏକ ଦଳ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ଶମ୍ଭୁ ସୀମାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରଛନ୍ତି । ହେଲେ ବିରୋଧୀ ଚାଷୀମାନଙ୍କ ‘ଦିଲ୍ଲୀ ଚଲୋ’ ଯାତ୍ରାକୁ ପଞ୍ଜାବ-ହରିଆଣା ସୀମାରେ ଅଟକାଇଛି ସୀମାରେ ନିୟୋଜିତ ହୋଇଥିବା ପୁଲିସ୍ ।ପୁଲିସ୍ ସେମାନଙ୍କୁ ଅଟକାଇବା ସହ କହିଛି, ‘‘ଯଦି ଆପଣ ଦିଲ୍ଲୀ ଯିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଉପଯୁକ୍ତ ଅନୁମତି ମିଳିବା ଉଚିତ ଏବଂ ଥରେ ଅନୁମତି ମିଳିବା ପରେ ଆମେ ଆପଣଙ୍କୁ ଯିବାକୁ ଅନୁମତି ଦେବୁ । ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଶୁଣାଣିରେ ବୈଠକକୁ ସ୍ତଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ପାଇଁ ପରବର୍ତ୍ତୀ ତାରିଖ ଡିସେମ୍ବର ୧୮ ସ୍ଥିର କରାଯାଇଛି। ଆମେ ଆପଣଙ୍କୁ ନିବେଦନ କରୁଛୁ ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ବସି ନିୟମ ପାଳନ କରନ୍ତୁ ।’’ ଏହି ବିର

କନକ ବ୍ୟୁରୋ: ଆଜିଠୁ ପୁଣି ଶମ୍ଭୁସୀମାରେ ଗର୍ଜିବା ଆରମ୍ଭ କରିଛନ୍ତି ଚାଷୀ । ଦିନର ବିରତି ପରେ ପୁଣି ଦିଲ୍ଲୀ ମୁହାଁ ଶହଶହ ଚାଷୀ ।ପୂର୍ବରୁ ଦୁଇଥର ଦିଲ୍ଲୀରେ ପସିବାକୁ ଉଦ୍ୟମ କରି ଫେଲ ମାରିଥିବା ଚାଷୀ ଏଥରକ ସଫଳ ହେବାକୁ ସବୁ ଲକ୍ଷ୍ୟ ରଖିଛନ୍ତି ।
ତେଣୁ ଆନ୍ଦୋଳନରେ ଅଧିକ ଅଧିକ ଚାଷୀ, କଳାକାର,ନେତା ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଠ ବ୍ୟକ୍ତିଙ୍କୁ ଯୋଗ ଦେବାକୁ ଅପିଲ କରିଛନ୍ତି ଚାଷୀ ନେତା ।ଶନିବାର ଦିନ ୧୦୧ କୃଷକଙ୍କୁ ନେଇ ଏକ ଦଳ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ଶମ୍ଭୁ ସୀମାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରଛନ୍ତି ।
ହେଲେ ବିରୋଧୀ ଚାଷୀମାନଙ୍କ ‘ଦିଲ୍ଲୀ ଚଲୋ’ ଯାତ୍ରାକୁ ପଞ୍ଜାବ-ହରିଆଣା ସୀମାରେ ଅଟକାଇଛି ସୀମାରେ ନିୟୋଜିତ ହୋଇଥିବା ପୁଲିସ୍ ।ପୁଲିସ୍ ସେମାନଙ୍କୁ ଅଟକାଇବା ସହ କହିଛି, ‘‘ଯଦି ଆପଣ ଦିଲ୍ଲୀ ଯିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଉପଯୁକ୍ତ ଅନୁମତି ମିଳିବା ଉଚିତ ଏବଂ ଥରେ ଅନୁମତି ମିଳିବା ପରେ ଆମେ ଆପଣଙ୍କୁ ଯିବାକୁ ଅନୁମତି ଦେବୁ ।
ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଶୁଣାଣିରେ ବୈଠକକୁ ସ୍ତଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ପାଇଁ ପରବର୍ତ୍ତୀ ତାରିଖ ଡିସେମ୍ବର ୧୮ ସ୍ଥିର କରାଯାଇଛି। ଆମେ ଆପଣଙ୍କୁ ନିବେଦନ କରୁଛୁ ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ବସି ନିୟମ ପାଳନ କରନ୍ତୁ ।’’
ଏହି ବିରୋଧ ପ୍ରଦର୍ଶନ ମଧ୍ୟରେ ଅମ୍ବାଲାର କିଛି ଅଂଶରେ ଡିସେମ୍ବର ୧୪ ତାରିଖ ସକାଳ ୬ଟାରୁ ଡିସେମ୍ବର ୧୭ ପର୍ଯ୍ୟନ୍ତ କିଛି ସ୍ଥାନରେ ଇଣ୍ଟର୍ନେଟ୍ ସେବାକୁ ସ୍ଥଗିତ ରଖାଯାଇଛି । ଫେବ୍ରୁଆରି ୧୩ ତାରିଖରେ ପଞ୍ଜାବ ଏବଂ ହରିଆଣା ମଧ୍ୟରେ ଥିବା ଶମ୍ଭୁ ଏବଂ ଖନୌରୀ ସୀମାରେ ଆରମ୍ଭ ହୋଇଥିବା କୃଷକଙ୍କ ଆନ୍ଦୋଳନ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି ସମେତ ଦାବିଗୁଡିକର ମୂଳଦୁଆ ରହିଛି । ନଭେମ୍ବର ୨୬ ତାରିଖରେ ବିଶିଷ୍ଟ କୃଷକ ନେତା ଜଗଜିତ୍ ସିଂ ଡାଲୱାଲଙ୍କ ମୃତ୍ୟୁ ପରେ ବିକ୍ଷୋଭ ଆହୁରି ତୀବ୍ର ହୋଇଛି ।