କାଲି କଂଗ୍ରେସର ଓଡ଼ିଶା ବନ୍ଦ : ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ

ଭୁବନେଶ୍ବର : କାଲି ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏନେଇ ପେଟ୍ରୋଲ ଡିଲର ଆସୋସିଏସନ ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି। ଆସନ୍ତାକାଲି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିବା କାରଣରୁ ସୁରକ୍ଷା ଦୃଷ୍ଟିରୁ ପେଟ୍ରୋଲ ଡିଲର ଆସୋସିଏସନ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ପେଟ୍ରୋଲ ଡିଲର ଆସୋସିଏସନ ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ସୁରକ୍ଷା ଦୃଷ୍ଟି […]

କାଲି କଂଗ୍ରେସର ଓଡ଼ିଶା ବନ୍ଦ : ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ
Petrol pumps will be closed across the state tomorrow

ଭୁବନେଶ୍ବର : କାଲି ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏନେଇ ପେଟ୍ରୋଲ ଡିଲର ଆସୋସିଏସନ ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି। ଆସନ୍ତାକାଲି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିବା କାରଣରୁ ସୁରକ୍ଷା ଦୃଷ୍ଟିରୁ ପେଟ୍ରୋଲ ଡିଲର ଆସୋସିଏସନ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।

ପେଟ୍ରୋଲ ଡିଲର ଆସୋସିଏସନ ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ସୁରକ୍ଷା ଦୃଷ୍ଟି ରୁ ସକାଳ ୬ ସନ୍ଧ୍ୟା ୬ ଯାଏ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ। ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ। କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଦେଇଥିବା କାରଣରୁ ନୀତିଗତ ଭାବରେ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି। ଆସନ୍ତାକାଲି ରାଜ୍ୟର ୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଉର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଯାହା ଫଳରେ ବ୍ୟବସାୟରେ ୧୦୦କୋଟିରୁ ଉର୍ଦ୍ଧ୍ବ କ୍ଷତି ହେବ ବୋଲି ଅନୁମାନ କରିଛି ଆସୋସିଏସନ।