ଋଷିକୁଲ୍ୟା ନଦୀ ସୁରକ୍ଷା ପାଇଁ କ୍ଷେତ ମଜଦୁର କିଷାନ ସଭାର ବିକ୍ଷୋଭ
ଭଞ୍ଜନଗର,୯ା୬(ବାବୁଲା ପ୍ରଧାନ): ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ଗଞ୍ଜାମ ଜିଲା ପକ୍ଷରୁ ସୋମବାର ଋଷିକୁଲ୍ୟା ନଦୀ ସୁରକ୍ଷା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆବାହକ ନିରାକାର ନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିଲା। ପରେ ଉପ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରସ୍ତାବିତ ବିଭିନ୍ନ ଜନ ବିରୋଧୀ ନିଷ୍ପତ୍ତିକୁ ବାତିଲ କରିବା, ଭୂମିହୀନ, ଦଳିତ ଓ ଆଦିବାସୀଙ୍କୁ ଭୂମି ଓ ଜଙ୍ଗଲ ଅଧିକାର ଦେବା, ରାଜ୍ୟରେ […] The post ଋଷିକୁଲ୍ୟା ନଦୀ ସୁରକ୍ଷା ପାଇଁ କ୍ଷେତ ମଜଦୁର କିଷାନ ସଭାର ବିକ୍ଷୋଭ appeared first on Dharitri Odia News.
ଭଞ୍ଜନଗର,୯ା୬(ବାବୁଲା ପ୍ରଧାନ): ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ଗଞ୍ଜାମ ଜିଲା ପକ୍ଷରୁ ସୋମବାର ଋଷିକୁଲ୍ୟା ନଦୀ ସୁରକ୍ଷା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆବାହକ ନିରାକାର ନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିଲା। ପରେ ଉପ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରସ୍ତାବିତ ବିଭିନ୍ନ ଜନ ବିରୋଧୀ ନିଷ୍ପତ୍ତିକୁ ବାତିଲ କରିବା, ଭୂମିହୀନ, ଦଳିତ ଓ ଆଦିବାସୀଙ୍କୁ ଭୂମି ଓ ଜଙ୍ଗଲ ଅଧିକାର ଦେବା, ରାଜ୍ୟରେ ଯେଉଁ ମାତ୍ରାରେ ଜମି, ଜଳ, ଜଙ୍ଗଲ, ଖଣି ସମେତ ପ୍ରାକୃତିକ ସମ୍ପଦର ବିକ୍ରି ତଥା ଘରୋଇକରଣ ଚାଲିଛି ତାହାର ସୁରକ୍ଷା ପାଇଁ କିଷାନ ସଭା ଦାବି କରିଛି। ଏକପାଖିଆ ଭାବେ ଜନସାଧାରଣଙ୍କ ବିନା ସ୍ବୀକୃତିରେ ପ୍ରାକୃତିକ ସମ୍ପଦକୁ କର୍ପୋରେଟ କମ୍ପାନୀ ହାତକୁ ସରକାର ହସ୍ତାନ୍ତର କରିଚାଲିଛନ୍ତ। କମ୍ପାନୀମାନଙ୍କୁ ଋଷିକୁଲ୍ୟା ନଦୀରୁ ପାଣି ଦେବା ପାଇଁ ସୋରଡ଼ାର ପିପଳପଙ୍କାଠାରେ ଯେଉଁ ଡ୍ୟାମ କରିବାକୁ ପ୍ରସ୍ତୁତି ଚାଲିଛି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ଡ୍ୟାମ ନିର୍ମାଣ ଦ୍ୱାରା ସୋରଡ଼ା, ଆସିକା, ହିଞ୍ଜିଳି, ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଗୋଳାବନ୍ଧ, ଭଞ୍ଜବିହାର, ଛତ୍ରପୁର, ଗଞ୍ଜା, ହୁମ୍ମା ଆଦି ଅଞ୍ଚଳରେ ଲୋକଙ୍କ ଚାଷ, ଗୃହପାଳିତ ପ୍ରାଣୀ ପାଳନ, ପାନୀୟ ଜଳ ପାଇବା ପ୍ରଭାବିତ ହେବ। ବର୍ଷା ଦିନେ ଋଷିକୁଲ୍ୟାର ଅଧିକ ପରିମାଣରେ ଜଳ ବୋହିଯାଇ ସମୁଦ୍ରରେ ମିଶିଥାଏ। ନଷ୍ଟ ହୋଇଯାଉଥିବା ଏହି ଜଳକୁ ସଂରକ୍ଷିତ କରି କୃଷି, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିବାକୁ କିଷାନ ସଭା ପ୍ରସ୍ତାବ ଦେଇଛି। ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା, ସଭାପତି ଗଗନ ଚନ୍ଦ୍ର ମଲିକ, ସାମାଜିକ କର୍ମୀ ପୀତାମ୍ବର ପରିଡା, ଏଆଇକେଏମକେଏସର ସଞ୍ଜୟ ନାୟକ, ନିରଞ୍ଜନ ପ୍ରଧାନ, ମିନାକ୍ଷୀ ମାଳି, ଶିବରାମ ନାଇକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
The post ଋଷିକୁଲ୍ୟା ନଦୀ ସୁରକ୍ଷା ପାଇଁ କ୍ଷେତ ମଜଦୁର କିଷାନ ସଭାର ବିକ୍ଷୋଭ appeared first on Dharitri Odia News.