ଏଣିକି ଥାନାରେ ଅମାନିଆ ପଢ଼ିବେ ଟ୍ରାଫିକ୍ ନିୟମ
ଭୁବନେଶ୍ୱର,୨୭।୬ (ସୂର୍ଯ୍ୟକାନ୍ତ ବେହେରା)ଟ୍ରାଫିକ ନିୟମ ଭଙ୍ଗ କଲେ ଉଲ୍ଲଂଘନକାରୀଙ୍କୁ ଜରିମାନାରେ ଦଣ୍ଡିତ କରାଯାଉଛି। ଏପରିକି କୋର୍ଟରୁ ଜବତ ଗାଡ଼ି ମୁକୁଳାଇବାକୁ ନିର୍ଦ୍ଦେଶ ରହିଛି। ଏହାପରେ ବି ପରିସ୍ଥିତିରେ କୌଣସି ସୁଧାର ଆସୁନାହିଁ। ଦିନକୁ ଦିନ ଟ୍ରାଫିକ ନିୟମ ଉଲ୍ଲଂଘନ ଘଟଣା ବୃଦ୍ଧି ପାଉଛି। ସମୟର ମୂଲ୍ୟ ଆଗରେ ଅର୍ଥର ମୂଲ୍ୟ କମ୍ ବୋଲି ହୃଦବୋଧ କରି ଉଲ୍ଲଂଘନକାରୀମାନେ ଜରିମାନା ଦେଇ ଖସିଯିବାକୁ ସୁବିଧା ବାଟ ଭାବେ ଧରି ନେଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିକ୍ଷିତ ଶ୍ରେଣୀର। […] The post ଏଣିକି ଥାନାରେ ଅମାନିଆ ପଢ଼ିବେ ଟ୍ରାଫିକ୍ ନିୟମ appeared first on Dharitri Odia News.
ଭୁବନେଶ୍ୱର,୨୭।୬ (ସୂର୍ଯ୍ୟକାନ୍ତ ବେହେରା)ଟ୍ରାଫିକ ନିୟମ ଭଙ୍ଗ କଲେ ଉଲ୍ଲଂଘନକାରୀଙ୍କୁ ଜରିମାନାରେ ଦଣ୍ଡିତ କରାଯାଉଛି। ଏପରିକି କୋର୍ଟରୁ ଜବତ ଗାଡ଼ି ମୁକୁଳାଇବାକୁ ନିର୍ଦ୍ଦେଶ ରହିଛି। ଏହାପରେ ବି ପରିସ୍ଥିତିରେ କୌଣସି ସୁଧାର ଆସୁନାହିଁ। ଦିନକୁ ଦିନ ଟ୍ରାଫିକ ନିୟମ ଉଲ୍ଲଂଘନ ଘଟଣା ବୃଦ୍ଧି ପାଉଛି। ସମୟର ମୂଲ୍ୟ ଆଗରେ ଅର୍ଥର ମୂଲ୍ୟ କମ୍ ବୋଲି ହୃଦବୋଧ କରି ଉଲ୍ଲଂଘନକାରୀମାନେ ଜରିମାନା ଦେଇ ଖସିଯିବାକୁ ସୁବିଧା ବାଟ ଭାବେ ଧରି ନେଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିକ୍ଷିତ ଶ୍ରେଣୀର। ଏଣୁ କମିଶନରେଟ ପୋଲିସ ଟ୍ରାଫିକ ନିୟମ ଉଲ୍ଲଂଘନ ରୋକିବାକୁ ଭିନ୍ନ ପନ୍ଥା ଗ୍ରହଣ କରିବାକୁ ଯାଉଛି। ଏଣିକି କୌଣସି ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ତାଙ୍କୁ ଜରିମାନାରେ ଦଣ୍ଡିତ କରାଯିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଘଣ୍ଟାଏରୁ ଅଧିକ ସମୟ ଅଟକ ରଖି ସଡ଼କ ସୁରକ୍ଷା କିମ୍ବା ଟ୍ରାଫିକ ନିୟମ ବିଷୟରେ ସଚେତନ କରାଯିବ। ଉପସ୍ଥିତ ଥିବା ଟ୍ରାଫିକ କର୍ମଚାରୀ ତାଙ୍କୁ ପଚରାଉଚରା କରିବେ। ସଂପୃକ୍ତ ବ୍ୟକ୍ତି କେଉଁ କାରଣରୁ ନିୟମ ଭାଙ୍ଗିଲେ ସେ ନେଇ ପ୍ରଥମେ ପଚାରି ବୁଝିବେ । ଏହାପରେ ତାଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଇବେ । ଏଥିପାଇଁ ଏଜି ଛକସ୍ଥିତ ଟ୍ରାଫିକ ଥାନା ପରିସରରେ ଏକ ସ୍ବତନ୍ତ୍ର ଗୃହ ସ୍ଥାପନ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ଘରେ ଏକ ପ୍ରୋଜେକ୍ଟର ଲଗାଯାଇଛି, ଯେଉଁଥିରେ ସଂପୃକ୍ତ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ବିଭିନ୍ନ ସହରର ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଯିବ। ସଂପୃକ୍ତ ବ୍ୟକ୍ତି ଯଦି ସେଠାରେ କୌଣସି ବଦମାସି କରନ୍ତି ତେବେ ତାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଉକ୍ତ ଘରେ ବସାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ବର୍ତ୍ତମାନ ଭୁବନେଶ୍ୱର ଟ୍ରାଫିକ ପୋଲିସ ପ୍ରତ୍ୟେକ ଦିନ ଜରିମାନା ଆଦାୟ କରୁଛି। ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କିନ୍ତୁ ଲୋକେ ସଚେତନ ହେଉନାହାନ୍ତି। ଏଣୁ ଏପରି ପଦକ୍ଷେପ ନିଆଯିବାକୁ ଚିନ୍ତା କରାଯାଉଛି। ଆଲୋଚନା ପରେ ଏହି ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବା ନିମନ୍ତେ ପ୍ରସ୍ତୁତ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି। ସେହିପରି ବର୍ତ୍ତମାନ ସମୟରେ ଅଧିକାଂଶ ଶିକ୍ଷିତ ଲୋକ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ନଜରକୁ ଆସୁଛି। ଜାଣିଶୁଣି ସେମାନେ ନିୟମ ଉଲ୍ଲଂଘନ କରୁଛନ୍ତି। ସେମାନେ ଭାବୁଛନ୍ତି କିଛି ଟଙ୍କା ଦେଇ ଜରିମାନା ରସିଦ ନେଇଗଲେ ତାଙ୍କ କାମ ଶେଷ। କିନ୍ତୁ ପ୍ରକୃତରେ ସେମାନେ ଜାଣିଶୁଣି ବିପଦକୁ ଡାକୁଛନ୍ତି ବୋଲି ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଯଦି ଜଣେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଥାନାକୁ ଅଣାଯାଇ ଏକ ଘଣ୍ଟା ବସାଯିବ ତେବେ ତାହା ଦ୍ୱାରା ତାଙ୍କର ସମୟ ନଷ୍ଟ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିଲେ ସେଥିରେ ବାଧା ଉପୁଜିବ। ଫଳରେ ସେ ଆଗାମୀ ଦିନରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବେ ନାହିଁ ବୋଲି ଆଶାବାଦୀ ଅଛି ପୋଲିସ। ଆଗାମୀ କିଛିଦିନ ମଧ୍ୟରେ ଏହି ଯୋଜନା ପ୍ରଥମେ ଏଜି ଛକରେ ଆରମ୍ଭ କରାଯିବ ଓ ପରେ ଏହାକୁ ଅନ୍ୟ ଛକ ସ୍ଥାନଗୁଡିକରେ କାର୍ଯ୍ୟକାରୀ କରାଯିବ ବୋଲି ଅଧିକାରୀ କହିଛନ୍ତି।
The post ଏଣିକି ଥାନାରେ ଅମାନିଆ ପଢ଼ିବେ ଟ୍ରାଫିକ୍ ନିୟମ appeared first on Dharitri Odia News.