ବାଲେଶ୍ବର ବସ୍‌ଷ୍ଟାଣ୍ଡରେ ଅଘଟଣ, ବନଦୁର୍ଗା ବସ୍ ଇଞ୍ଜିନରେ ନିଆଁ,ଆୟତ୍ତ କଲା ଅଗ୍ନିଶମ ବାହିନୀ

ବାଲେଶ୍ବର ୨୬/ ୧୦: ଷ୍ଟାଣ୍ଡରେ ଠିଆ ହୋଇଥିଲା ବସ୍‌ । ହଠାତ ଇଞ୍ଜିନରେ ଲାଗିଗଲା ନିଆଁ । ଭୟଭୀତ ସ୍ଥାନୀୟ ଲୋକେ । ବାଲେଶ୍ବର ବସ୍‌ଷ୍ଟାଣ୍ଡରୁ ଆସିଛି ଏମିତି ଖବର । ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁ ୨ ଦିନ ଧରି ବସ୍‌ ଚଳାଚଳ ବନ୍ଦ ରହିଛି ।  ବାଲେଶ୍ବର ବସଷ୍ଟାଣ୍ଡରେ ଠିଆ ହୋଇଥିଲା ବନଦୁର୍ଗା ବସ୍‌ । ଶନିବାର ଭୋର୍‌ରୁ ହଠାତ ବସ୍‌ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ତେବେ ଅଘଟଣ ସମୟରେ ବସ୍‌ରେ କେହି ନଥିବାରୁ କେହି ମୃତାହତ ହୋଇନାହାନ୍ତି । ବସ୍‌ର ଇଞ୍ଜିନ ସଂପୂର୍ଣ୍ଣ ଜଳିଯାଇଥିବାବେଳେ ବସ୍‌ଟି କିଛି ମାତ୍ରାରେ ଜଳି ଯାଇଛି । ସେଠାରେ ଉପସ୍ଥିତ ଥିବା ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଓ ଅନ୍ୟ ବସ୍‌ କର୍ମଚାରୀ ଭୟଭୀତ ହୋଇପଡିଛନ୍ତି ।      

ବାଲେଶ୍ବର ବସ୍‌ଷ୍ଟାଣ୍ଡରେ ଅଘଟଣ, ବନଦୁର୍ଗା ବସ୍ ଇଞ୍ଜିନରେ ନିଆଁ,ଆୟତ୍ତ କଲା ଅଗ୍ନିଶମ ବାହିନୀ

ବାଲେଶ୍ବର ୨୬/ ୧୦: ଷ୍ଟାଣ୍ଡରେ ଠିଆ ହୋଇଥିଲା ବସ୍‌ । ହଠାତ ଇଞ୍ଜିନରେ ଲାଗିଗଲା ନିଆଁ । ଭୟଭୀତ ସ୍ଥାନୀୟ ଲୋକେ । ବାଲେଶ୍ବର ବସ୍‌ଷ୍ଟାଣ୍ଡରୁ ଆସିଛି ଏମିତି ଖବର । ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁ ୨ ଦିନ ଧରି ବସ୍‌ ଚଳାଚଳ ବନ୍ଦ ରହିଛି ।  ବାଲେଶ୍ବର ବସଷ୍ଟାଣ୍ଡରେ ଠିଆ ହୋଇଥିଲା ବନଦୁର୍ଗା ବସ୍‌ । ଶନିବାର ଭୋର୍‌ରୁ ହଠାତ ବସ୍‌ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । 

ତେବେ ଅଘଟଣ ସମୟରେ ବସ୍‌ରେ କେହି ନଥିବାରୁ କେହି ମୃତାହତ ହୋଇନାହାନ୍ତି । ବସ୍‌ର ଇଞ୍ଜିନ ସଂପୂର୍ଣ୍ଣ ଜଳିଯାଇଥିବାବେଳେ ବସ୍‌ଟି କିଛି ମାତ୍ରାରେ ଜଳି ଯାଇଛି । ସେଠାରେ ଉପସ୍ଥିତ ଥିବା ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଓ ଅନ୍ୟ ବସ୍‌ କର୍ମଚାରୀ ଭୟଭୀତ ହୋଇପଡିଛନ୍ତି ।