ଋଷିକୂଲ୍ୟାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ପୁରୁଷୋତ୍ତମପୁର,୬ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ପବିତ୍ର ଋଷିକୂଲ୍ୟା ନଦୀ ଉତ୍ତର ବାଙ୍କଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାବାରୁଣୀ ସ୍ନାନ କରିଛନ୍ତି। ଭକ୍ତମାନେ ଋଷିକୂଲ୍ୟାରେ ବୁଡ଼ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ଅସ୍ତି ବିସର୍ଜନ କରିଥିଲେ। ମାତ୍ର ଏହି ଜନଗହଳିରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ଉଠି ବହୁ ମହିଳାଙ୍କ ବେକ୍ରୁ ସୁନାଗହଣା ଛିଡ଼ାଇ ନେବା ସହ ଭକ୍ତଙ୍କ ଜିନିଷପତ୍ର ମାନ ଚୋରାଇ ନେଇଛନ୍ତି। ଏପରି ଚୋରି କରିବା ବେଳେ […] The post ଋଷିକୂଲ୍ୟାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ appeared first on Dharitri Odia News.
ପୁରୁଷୋତ୍ତମପୁର,୬ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ପବିତ୍ର ଋଷିକୂଲ୍ୟା ନଦୀ ଉତ୍ତର ବାଙ୍କଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାବାରୁଣୀ ସ୍ନାନ କରିଛନ୍ତି। ଭକ୍ତମାନେ ଋଷିକୂଲ୍ୟାରେ ବୁଡ଼ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ଅସ୍ତି ବିସର୍ଜନ କରିଥିଲେ। ମାତ୍ର ଏହି ଜନଗହଳିରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ଉଠି ବହୁ ମହିଳାଙ୍କ ବେକ୍ରୁ ସୁନାଗହଣା ଛିଡ଼ାଇ ନେବା ସହ ଭକ୍ତଙ୍କ ଜିନିଷପତ୍ର ମାନ ଚୋରାଇ ନେଇଛନ୍ତି। ଏପରି ଚୋରି କରିବା ବେଳେ ଜଣେ ମହିଳା ଚୋରକୁ ଲୋକେ କାବୁକରି ପୋଲିସରେ ଜିମା ଦେଇଛନ୍ତି। ଏତେ ଜନଗହଳିରେ ଆବଶ୍ୟକ ପରିମାଣରେ ପୋଲିସ ଫୋର୍ସ ନିୟୋଜିତ କରାଯାଇ ନ ଥିବାରୁ ଟ୍ରାଫିକ ସମସ୍ୟା ସହ ଚୋରି ରାହାଜାନି ବଢ଼ିଛି। ବୁଡ଼ ଲାଗି ଶୁକ୍ରବାର ସନ୍ଧ୍ୟାରୁ ଲୋକଙ୍କ ଭିଡ଼ ଆରମ୍ଭ ହୋଇଥିଲା। ଭୋର୍ରୁ ପ୍ରସିଦ୍ଧ ବାବା ତୁମ୍ବେଶ୍ବର,ରଘୁନାଥ, ତାରାତାରିଣୀ, ଲକ୍ଷ୍ମୀନାରାୟଣ, ଓ ରୁକୁଣାଙ୍କୁ ଋଷିକୂଲ୍ୟା ବୁଡ଼ ପଡିଆକୁ ବିରାଟ ପଟୁଆର ସହକାରେ ନେଇ ମେଳଣ କରିବା ସହ ମହାଆଳତି ହେବା ପରେ ବୁଡ ପକାଇଥିଲେ ଶ୍ରଦ୍ଧାଳୁ।
ଏହି ପ୍ରତାପୁର ବାରୁଣୀ ସ୍ନାନର ଏକ ସ୍ବତନ୍ତ୍ର କିମ୍ବଦନ୍ତୀ ରହଛି। ଯାହାକି ପ୍ରଭୁ ରାମଚନ୍ଦ୍ର ବନବାସରେ ଥିବା ବେଳେ ଏହି ପ୍ରତାପୁର ଋଷିକୂଲ୍ୟାର ଉତ୍ତର ବାଙ୍କରେ ରହିବା ସହ ନିଜର ଦୈନିକ ପୂଜାଲାଗି ବାବା ତୁମ୍ବେଶ୍ବରଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ପିତା ଦଶରଥଙ୍କ ମୃତ୍ୟୁ ଖବରପାଇ ପତ୍ନୀ ସୀତାଙ୍କ ସହ ଦଶରଥଙ୍କ ଉଦ୍ଦେଶ୍ୟରେ ବାଲୁକା ପିଣ୍ଡଦାନ କରିଥିଲେ। ସେହିଦିନଠାରୁ ଏଠାରେ ବାରୁଣୀ ସ୍ନାନ ହେଉଛି।
The post ଋଷିକୂଲ୍ୟାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ appeared first on Dharitri Odia News.