ଋଷ୍ ରାଷ୍ଟ୍ରପତି ନିର୍ବାଚନ: ପୁଣି ଥରେ ଚାଲିବ ପୁଟିନଙ୍କ ରାଜ୍
ନୂଆଦିଲ୍ଲୀ: ଋଷ୍ରେ ପୁଣିଥରେ ଭ୍ଲାଦିମିର ପୁଟିନ୍ ରାଷ୍ଟ୍ରପତି ହେବା ନିଶ୍ଚିତ। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହା ସହ ଆଗାମୀ ୬ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବଢିଯିବ। ଶୁକ୍ରବାର ଠାରୁ ଋଷରେ ଆରମ୍ଭ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ କେବଳ ଔପଚାରିକ ଘୋଷଣା ବାକି ରହିଛି। ରବିବାର ପର୍ଯ୍ୟନ୍ତ ଚାଲିଥିବା ଏହି ନିର୍ବାଚନରେ ରାଷ୍ଟ୍ରପତି ପୁଟିନଙ୍କୁ ଆଉ ୬ ବର୍ଷ କାର୍ଯ୍ୟକାଳ ମିଳିବା ଏହା ପ୍ରାୟ ନିଶ୍ଚିତ। ଜୋସେଫ ଷ୍ଟାଲିନଙ୍କ ପରେ ସେ ହେବେ ୭୧ ବର୍ଷୀୟ ପୁଟିନ ହେବେ ଦୀର୍ଘତମ ରାଷ୍ଟ୍ରପତି।ପୁଟିନଙ୍କ ରାଜନୈତିକ ବିରୋଧୀମାନେ କିଏ କାରାଗାରରେ ଅଛନ୍ତି ତ ବିଦେଶରେ ନିର୍ବାସନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ସବୁଠୁ ବିରୋଧୀ ନେତା ଆଲେକ୍ସୀ ନାଭାଲନିଙ୍କର ନିକଟରେ ଋଷର ଏକ ଜେଲରେ ମୃତ୍ୟୁ ଘଟିଛି। ସେହିପରି ପୁଟିନ୍ଙ୍କୁ ମିତ୍ରରୁ ପରମଶତ୍ରୁ ପାଲଟିଥିବା ପ୍ରିଗୋଜିନଙ୍କ ମୃତ୍ୟୁ ହୋଇଛି। ନିର୍ବାଚନରେ ପୁଟିନଙ୍କ ବିରୋଧରେ କେବଳ ତିନି ଜଣ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ଗଣିତ ଦେଖିବାକୁ ଗଲେ ପୁଟିନ୍ ଜିତିବା ଥୟ।ଋଷ ଇତିହାସରେ ଏହା ହେଉଛି ପ୍ରଥମ ଭୋଟ୍ ଯାହା ଗୋଟିଏ ଦିନ ବଦଳରେ ତିନି ଦିନ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନରେ ଋଷରେ ପ୍ରଥମ ଥର ପାଇଁ ଅନଲାଇନ୍ ଭୋଟ୍ ବ୍ୟବସ୍ଥା ହୋଇଛି। ୨୯ଟି ଅଞ୍ଚଳର ଭୋଟରମାନେ ଅନଲାଇନରେ ଭୋଟ୍ କରିପାରିବେ। ନିର୍ବାଚନ ପରେ ତୁରନ୍ତ ଫଳାଫଳ ଘୋଷଣା କରାଯିବ।
ନୂଆଦିଲ୍ଲୀ: ଋଷ୍ରେ ପୁଣିଥରେ ଭ୍ଲାଦିମିର ପୁଟିନ୍ ରାଷ୍ଟ୍ରପତି ହେବା ନିଶ୍ଚିତ। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହା ସହ ଆଗାମୀ ୬ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବଢିଯିବ। ଶୁକ୍ରବାର ଠାରୁ ଋଷରେ ଆରମ୍ଭ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ କେବଳ ଔପଚାରିକ ଘୋଷଣା ବାକି ରହିଛି। ରବିବାର ପର୍ଯ୍ୟନ୍ତ ଚାଲିଥିବା ଏହି ନିର୍ବାଚନରେ ରାଷ୍ଟ୍ରପତି ପୁଟିନଙ୍କୁ ଆଉ ୬ ବର୍ଷ କାର୍ଯ୍ୟକାଳ ମିଳିବା ଏହା ପ୍ରାୟ ନିଶ୍ଚିତ। ଜୋସେଫ ଷ୍ଟାଲିନଙ୍କ ପରେ ସେ ହେବେ ୭୧ ବର୍ଷୀୟ ପୁଟିନ ହେବେ ଦୀର୍ଘତମ ରାଷ୍ଟ୍ରପତି।
ପୁଟିନଙ୍କ ରାଜନୈତିକ ବିରୋଧୀମାନେ କିଏ କାରାଗାରରେ ଅଛନ୍ତି ତ ବିଦେଶରେ ନିର୍ବାସନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ସବୁଠୁ ବିରୋଧୀ ନେତା ଆଲେକ୍ସୀ ନାଭାଲନିଙ୍କର ନିକଟରେ ଋଷର ଏକ ଜେଲରେ ମୃତ୍ୟୁ ଘଟିଛି। ସେହିପରି ପୁଟିନ୍ଙ୍କୁ ମିତ୍ରରୁ ପରମଶତ୍ରୁ ପାଲଟିଥିବା ପ୍ରିଗୋଜିନଙ୍କ ମୃତ୍ୟୁ ହୋଇଛି। ନିର୍ବାଚନରେ ପୁଟିନଙ୍କ ବିରୋଧରେ କେବଳ ତିନି ଜଣ ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ଗଣିତ ଦେଖିବାକୁ ଗଲେ ପୁଟିନ୍ ଜିତିବା ଥୟ।
ଋଷ ଇତିହାସରେ ଏହା ହେଉଛି ପ୍ରଥମ ଭୋଟ୍ ଯାହା ଗୋଟିଏ ଦିନ ବଦଳରେ ତିନି ଦିନ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନରେ ଋଷରେ ପ୍ରଥମ ଥର ପାଇଁ ଅନଲାଇନ୍ ଭୋଟ୍ ବ୍ୟବସ୍ଥା ହୋଇଛି। ୨୯ଟି ଅଞ୍ଚଳର ଭୋଟରମାନେ ଅନଲାଇନରେ ଭୋଟ୍ କରିପାରିବେ। ନିର୍ବାଚନ ପରେ ତୁରନ୍ତ ଫଳାଫଳ ଘୋଷଣା କରାଯିବ।