ଋଷ୍-ୟୁକ୍ରେନ ଯୁଦ୍ଧରେ ବ୍ରେକ୍ ଲଗାଇବ ଭାରତ ! ମସ୍କୋ ଗସ୍ତରେ ଯିବେ ଅଜିତ୍ ଡୋଭାଲ୍

ନୂଆଦିଲ୍ଲୀ: ଋଷ୍ ଗସ୍ତରେ ଯିବେ ଏନଏସଏ ଅଜିତ୍ ଡୋଭାଲ୍ । ଋଷ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବ ଭାରତ । ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମସ୍କୋ ଯାତ୍ରା କରିବା ସୂଚନା ମିଳିଛି । ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଶାନ୍ତି ବାର୍ତ୍ତା ବୟାନ ପରେ ଭାରତ ଏନେଇ ଆଗକୁ ବଢ଼ିଛି । ଚଳିତ ସପ୍ତାହରେ ଋଷ୍ ରାଷ୍ଟ୍ରପତି ଏକ ବୟାନରେ କହିଥିଲେ, ଯୁଦ୍ଧରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ, ଚୀନ ଏବଂ ବ୍ରାଜିଲ୍ ମଧ୍ୟସ୍ଥତା କରିପାରନ୍ତି । ଏବେ ଏନଏସଏ ଅଜିତ୍ ଡୋଭାଲଙ୍କ ଋଷ୍ ଗସ୍ତ ଖବର ଏହି ଚର୍ଚ୍ଚାକୁ ଆହୁରି ଚର୍ଚ୍ଚିତ କରିଛି । ଭାରତ ଋଷ୍-ୟୁକ୍ରେନ ବ୍ରେକ ଲଗାଇବାରେ ପ୍ଲାନ୍ କରୁଛି ବୋଲି କୁହାଯାଉଛି । ଋଷ୍-ୟୁକ୍ରେନ ଯୁଦ୍ଧ ଜାରି ରହିଛି । ପୂର୍ବ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ହୋଇଛି କୀଭ୍ । ୟୁକ୍ରେନ ସେନା ଋଷ୍ ଉପରେ ଭାରି ପଡ଼ୁଛନ୍ତି । ପାଶ୍ଚାତ୍ୟ ଦେଶରୁ ମିଳିଥିବା ଡ୍ରୋନ ଦ୍ବାରା ହମଲା କରୁଛି ୟୁକ୍ରେନ । ଏହାର ପଲଟା ଜବାବ ମଧ୍ୟ ଦେଉଛି ଋଷ୍ । ଏହାରି ଭିତରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଶାନ୍ତି ବାର୍ତ୍ତା ନେଇ ବଡ଼ ବୟାନ ଦେଇଥିଲେ । ସେ କହିଛନ୍ତି, ୟୁକ୍ରେନ ସହିତ ଶାନ୍ତି ବାର୍ତ୍ତାରେ ଭାରତ, ଚୀନ ଏବଂ ବ୍ରାଜିଲ୍ ମଧ୍ୟସ୍ଥତା ଭୂମିକା ନିଭାଇ ପାରନ୍ତି ।    ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମରେ ପୁଟିନ କହିଛନ୍ତି, ଋଷର ପ୍ରମୁଖ ମୁଦ୍ଦା ହେଉ

ଋଷ୍-ୟୁକ୍ରେନ ଯୁଦ୍ଧରେ ବ୍ରେକ୍ ଲଗାଇବ ଭାରତ ! ମସ୍କୋ ଗସ୍ତରେ ଯିବେ ଅଜିତ୍ ଡୋଭାଲ୍

ନୂଆଦିଲ୍ଲୀ: ଋଷ୍ ଗସ୍ତରେ ଯିବେ ଏନଏସଏ ଅଜିତ୍ ଡୋଭାଲ୍ । ଋଷ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବ ଭାରତ । ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମସ୍କୋ ଯାତ୍ରା କରିବା ସୂଚନା ମିଳିଛି । ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଶାନ୍ତି ବାର୍ତ୍ତା ବୟାନ ପରେ ଭାରତ ଏନେଇ ଆଗକୁ ବଢ଼ିଛି । ଚଳିତ ସପ୍ତାହରେ ଋଷ୍ ରାଷ୍ଟ୍ରପତି ଏକ ବୟାନରେ କହିଥିଲେ, ଯୁଦ୍ଧରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ, ଚୀନ ଏବଂ ବ୍ରାଜିଲ୍ ମଧ୍ୟସ୍ଥତା କରିପାରନ୍ତି । ଏବେ ଏନଏସଏ ଅଜିତ୍ ଡୋଭାଲଙ୍କ ଋଷ୍ ଗସ୍ତ ଖବର ଏହି ଚର୍ଚ୍ଚାକୁ ଆହୁରି ଚର୍ଚ୍ଚିତ କରିଛି । ଭାରତ ଋଷ୍-ୟୁକ୍ରେନ ବ୍ରେକ ଲଗାଇବାରେ ପ୍ଲାନ୍ କରୁଛି ବୋଲି କୁହାଯାଉଛି । 

ଋଷ୍-ୟୁକ୍ରେନ ଯୁଦ୍ଧ ଜାରି ରହିଛି । ପୂର୍ବ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ହୋଇଛି କୀଭ୍ । ୟୁକ୍ରେନ ସେନା ଋଷ୍ ଉପରେ ଭାରି ପଡ଼ୁଛନ୍ତି । ପାଶ୍ଚାତ୍ୟ ଦେଶରୁ ମିଳିଥିବା ଡ୍ରୋନ ଦ୍ବାରା ହମଲା କରୁଛି ୟୁକ୍ରେନ । ଏହାର ପଲଟା ଜବାବ ମଧ୍ୟ ଦେଉଛି ଋଷ୍ । ଏହାରି ଭିତରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଶାନ୍ତି ବାର୍ତ୍ତା ନେଇ ବଡ଼ ବୟାନ ଦେଇଥିଲେ । ସେ କହିଛନ୍ତି, ୟୁକ୍ରେନ ସହିତ ଶାନ୍ତି ବାର୍ତ୍ତାରେ ଭାରତ, ଚୀନ ଏବଂ ବ୍ରାଜିଲ୍ ମଧ୍ୟସ୍ଥତା ଭୂମିକା ନିଭାଇ ପାରନ୍ତି ।    

ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମରେ ପୁଟିନ କହିଛନ୍ତି, ଋଷର ପ୍ରମୁଖ ମୁଦ୍ଦା ହେଉଛି ୟୁକ୍ରେନର ଡୋନବାସ କ୍ଷେତ୍ରକୁ କବଜା କରିବା । ଋଷ୍ ସେନା ଧୀରେ ଧୀରେ କୁର୍‌ସ୍କ ଅଞ୍ଚଳରୁ ୟୁକ୍ରେନ ସେନାକୁ ପଛକୁ ଠେଲିବା ସହିତ ସ୍ଥାନୀୟ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଉଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଋଷ୍ ଏବଂ ୟୁକ୍ରେନ ଗସ୍ତ ପରେ ପୁଟିନଙ୍କ ଏହି ବୟାନ ସାମ୍ନାକୁ ଆସିଥିଲା । ପିଏମ୍ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ମନେପକାଇ ଦେଇଥିଲେ ଯେ, ଯୁଦ୍ଧ ଭିତରେ ଶାନ୍ତିର ରାସ୍ତା ବାହାରେ ନାହିଁ । ଏହା ପରେ ଭ୍ଲାଦିମୀର ପୁଟିନ୍ ଶାନ୍ତି ବାର୍ତ୍ତା ନେଇ ବଡ଼ ବୟାନ ଦେଇଥିଲେ । ଏବେ ଏହି ଦିଗରେ ଭାରତ ଆଗକୁ ବଢ଼ୁଛି ବୋଲି କୁହାଯାଉଛି ।...