‘ଏ ବର୍ଷ ସମୟ ନାହିଁ, ଆର ବର୍ଷ କଲେଜ ଇଲେକ୍ସନ’

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ବେଳେ ଆଇନ ମନ୍ତ୍ରୀ ଏହା କହିଛନ୍ତି ।

‘ଏ ବର୍ଷ ସମୟ ନାହିଁ, ଆର ବର୍ଷ କଲେଜ ଇଲେକ୍ସନ’

ଆସନ୍ତା ବର୍ଷରୁ କଲେଜ ଛାତ୍ର ସଂସଦ ନିର୍ବାଚନ। ଏନେଇ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଛାତ୍ର ସଂସଦ ନିର୍ବାଚନ ସେପଟେମ୍ବର ପ୍ରଥମ ସପ୍ତାହରେ ହୁଏ। ନୂଆ ସରକାର ଆସିଲା ପରେ ଏନେଇ ପର୍ଯ୍ୟାପ୍ତ ସମୟ ମିଳିନି। ଛାତ୍ର ସଂସଦ ନିର୍ବାଚନ ନେଇ ଏବର୍ଷ ସବୁ କଲେଜରେ ପ୍ରସ୍ତୁତି ହେବ। ଏବର୍ଷ ପ୍ରସ୍ତୁତି କରାଯାଇ, ଆସନ୍ତାବର୍ଷ ଛାତ୍ର ସଂସଦ ନିର୍ବାଚନ କରାଯିବାକୁ ନିଷ୍ପତି ହୋଇସାରିଛି ବୋଲି ମନ୍ତ୍ରୀ କହିଛନ୍ତି।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ବେଳେ ଆଇନ ମନ୍ତ୍ରୀ ଏହା କହିଛନ୍ତି ।